ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ତାମୁଳିଆ ପୋଲ ଉପରେ ଏକ ଅଘଟଣ ଦେଖିବାକୁ ମିଳିଛି । ଚାଲୁଥିବା ସମୟରେ ଏକ ଡମ୍ଫରରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଛି । ଫଳରେ ରାସ୍ତା ମଝିରେ ଟ୍ରକ୍ଟି ଜଳିଯାଇଛି ।
ମିଳିଥିବା ସୂଚନା ଅନୁସାରେ OD04 L 5603 ନମ୍ବର ବିଶିଷ୍ଟ ଏକ ଡମ୍ଫର ବାଲେଶ୍ବର ସହରରୁ ରାଜପଥ ଅଭିମୁଖେ ଯାଉଥିବା ବେଳେ ଅପରାହ୍ଣ ପ୍ରାୟ ୧ଟା ବେଳେ ହଠାତ ସେଥିରେ ନିଆଁ ଲାଗି ଯାଇଥିଲା । ଏଥିରୁ ଗାଡି ତ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲ ଉପରେ ଭିଡ ହେବାରୁ ପୁଲିସ ଭିଡ ନିୟନ୍ତ୍ରଣ କରିଛି । ଡମ୍ଫରରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ନଥିଲେ ବି ବ୍ୟାଟେରିରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.