ତାଳସାରୀ ବେଳାଭୂମିରେ ଦେଖା ଦେଲା ମାତ୍ର ଗୋଟିଏ ଡଲଫିନ୍

Get real time updates directly on you device, subscribe now.

ଚନ୍ଦନେଶ୍ୱର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ଭୋଗରାଇର ଉଦୟପୁର ବନ ବିଭାଗ ପକ୍ଷରୁ ତାଳସାରୀ ବେଳାଭୂମି ସନ୍ନିକଟ ବଙ୍ଗୋପସାଗରରେ ଚଳିତ ବର୍ଷ ଡଲଫିନ୍ ଗଣନା ଶେଷ ହୋଇଛି । ଗତ ବର୍ଷ ଏହି ଅଞ୍ଚଳରେ ପ୍ରାୟ ୫ରୁ ଅଧିକ ଡଲଫିନ ଗଣନା ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ଗୋଟିଏ ଡଲଫିନ ଥିବା ନଜରକୁ ଆସିଛି । ବନପାଳ ଅଜୟ କୁମାର ଜେନା ପ୍ରକାଶ କରିଛନ୍ତି ଯେ, ପାଗ କୋହଲା ଥିବାରୁ ଗଣନା ଠିକ୍ ଭାବେ ହୋଇପାରି ନାହିଁ । ପାଣି ଭିତରେ ଅଧିକ ଡଲଫିନ ଥିବା ଅନୁମାନ କରାଯାଉଛି ।
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଡିଏଫଓ ବିଶ୍ୱରାଜ ପଣ୍ଡାଙ୍କ ନିଦେ୍ର୍ଧଶ କ୍ରମେ ଉଦୟପୁର ବନ ବିଭାଗ ପକ୍ଷରୁ ସମୁଦ୍ରରେ ଡଲଫିନ ଗଣନା ଆରମ୍ଭ ହୋଇଥିଲା । ଏକ ବୋଟ୍ରେ ତାଳସାରୀ ବେଳାଭୂମି ସମ୍ମୁଖ ପ୍ରାୟ ୧୦କିମି ଦୂରକୁ ଯାଇ ଡଲଫିନ୍ର ସନ୍ଧାନ କରାଯାଇଥିଲା । ଗଣନା କାର୍ଯ୍ୟରେ ଜଳେଶ୍ୱର ରେଞ୍ଜ ଅଫିସର ସରୋଜ ମହାନ୍ତି, ଉଦୟପୁର ବନପାଳ ଅଜୟ କୁମାର ଜେନା, ନାରାୟଣ ମହାନ୍ତି ପଡିଆ ଫରେଷ୍ଟ ଗାର୍ଡ ପ୍ରହ୍ଲାଦ ନାୟକ ପ୍ରମୁଖ ସାମିଲ ଥିଲେ । ଚିହ୍ନଟ ହୋଇଥିବା ଡଲଫିନ୍ଟି “ବଟଲ ନୋଜ’ ପ୍ରଜାତିର ବୋଲି ଅନୁମାନ କରାଯାଉଛି । କାରଣ ଗତ ଡିସେମ୍ବର ୧୩ ତାରିଖରେ ଏକ ମୃତ ‘ବଟଲ ନେଜ୍’ ଡଲଫିନ ଉଦୟପୁର ବେଳାଭୂମିରୁ ଉଦ୍ଧାର ହୋଇଥିଲା । ସେହି ଆଧାରରେ ଏହି ଡଲଫିନଟି ମଧ୍ୟ ଉପରୋକ୍ତ ପ୍ରଜାତିର ଅନୁମାନ କରାଯାଉଛି । ତେବେ ଚଳିତ ବର୍ଷ ପକ୍ଷୀଙ୍କ ଭଳି ଡଲଫିନ ସଂଖ୍ୟା ମଧ୍ୟ କମି ଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons