ଉମରକୋଟ,(ବି.ବି.ନୁ୍ୟଜ୍): ମଣିଷ ମନରୁ ଦୂର ହୋପାରିନି ଅନ୍ଧ ବିଶ୍ୱାସ । କେତେବେଳେ କାହାକୁ ଗୁଣିଗାରେଡି ସନେ୍ଦହରେ ମାରି ଦିଆଯାଉଛି ତ କେତେବେଳେ ରୋଗ ଭଲ ହେବା ପାଇଁ ଚେଙ୍କ ଦିଆଯାଉଛି । ବାରମ୍ବାର ସଚେତନତା ମଣିଷ ମନରୁ ଏପରି ଅନ୍ଧ ବିଶ୍ୱାସ ଦୂର ହୋଇପାରିନି । ଏମିତି ଏକ ଘଟଣା ଆଜି (ବୁଧବାର) ନବରଙ୍ଗପୁର ଜିଲ୍ଲା ମୋକିଆ ଗାଁରେ ଘଟିଛି । ରୋଗ ଭଲ ହେବା ପାଇଁ ବାପା ତା’ ପୁଅକୁ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ରୋଗ ଭଲ ହେବା ପାଇଁ ତିନି ଦିନର ଶିଶୁକୁ ତାର ବାପା ଚେଙ୍କ ଦେଇଥିବା ଜଣାପଡିଛି । ଛୁଆଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଉମରକୋଟ ସ୍ଥିତ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଗତ ୩୦ ତାରିଖରେ ଯଦୁ ବିସିଙ୍କ ସ୍ତ୍ରୀ ଦୁର୍ମିଳା ଚନ୍ଦାହାଣ୍ଡି ମେଡିକାଲରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ଜନ୍ମ ପରେ ମା’ ଓ ଛୁଆ ଡାକ୍ତରଖାନାରୁ ନିଜ ଘରକୁ ଫେରିଥିଲେ । ଘରେ ପହଞ୍ଚିବା ପରେ ଶିଶୁଟି ବହୁତ ସମୟ ଧରି କାନ୍ଦିଲା । କଳାଶିରା ହେଇଥିବା ଭାବି ନିଜ ଶିଶୁପୁତ୍ରକୁ ତା’ ବାପା ଯଦୁ ବିସି ଲୁହା କଣ୍ଟାରେ ଚେଙ୍କ ଦେଇଥିଲେ । ଚେଙ୍କ ଦେବାପରେ କାନ୍ଦ କମିବା ପରିବର୍ତ୍ତେ ବଢ଼ିଥିଲା । ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଲା । ଗତକାଲି ରାତିରେ ପରିବାର ଲୋକେ ଛୁଆକୁ ଉମରକୋଟ ସ୍ଥିତ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁଟିର ଅବସ୍ଥା ଗୁରୁତର ଥିବା ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା କହିଛନ୍ତି ।
Comments are closed, but trackbacks and pingbacks are open.