
ଭୁବନେଶ୍ଵର: ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶାଳ ନିକଟ ଏକ ଗାଁରେ ଅଭାବନୀୟ ଘଟଣା । ତିନି ଶିଶୁଙ୍କୁ ବିଷଦେଇ ମା ଆତ୍ମହତ୍ୟା ଉଦ୍ୟମ କରିଛି। ସାଢ଼େ ଚାରି ବର୍ଷର ଓ ତିନି ବର୍ଷର ଶିଶୁର କ୍ୟାପିଟାଲ ହସ୍ପିଟାଲ୍ରେ ମୃତ୍ୟୁ ଘଟିଛି । ଦେଢ ବର୍ଷର ଶିଶୁ ଏବେ ବି ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ଗୁରୁତର ଅବସ୍ଥାରେ ମା ରାଜନୀକୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ପୂର୍ବରୁ ରାଜନୀଙ୍କ ସ୍ୱାମୀ ମୃତ୍ୟୁବରଣ କରିଛନ୍ତି।
ମୃତ ପୁଅ ଦୁଇ ଜଣଙ୍କ ନାମ ହଉଛି ବିଜୁ ଓ ରାଜୁ। ଜଣଙ୍କର ବୟସ ୪ ବର୍ଷ ଆଉ ଜଣଙ୍କର ବୟସ ୩ ବର୍ଷ । ଝିଅ ଲଟିର ବୟସ ଦେଢ଼ ବର୍ଷ ବୋଲି ଜଣାପଡିଛି । ଗୁରୁତର ଝିଅକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି । ଦିଅରଙ୍କ ସହ ମହିଳା ଜଣକ ରହୁଥିଲେ। ମାଙ୍କ ନାମ ଜାନକୀ ଗାଗରାଇ। ମା’ଙ୍କୁ କଟକ ମେଡିକାଲ ସ୍ଥାନାନ୍ତର। ଦିଅର କାମକୁ ଯାଇଥିଲାବେଳେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପଡିଶା ଘର ଲୋକେ ଏହା ଦେଖି ଦିଅରକୁ ଜଣାଇଥିଲେ।


Comments are closed, but trackbacks and pingbacks are open.