ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ

Get real time updates directly on you device, subscribe now.

 ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବିଷ୍ଣୁଙ୍କର ଦେହାନ୍ତ । ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପରଲୋକ ।  ୬ ଥର ବିଧାୟକ ଥିବା ବିଷ୍ଣୁ ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ସେହିଭଳି ୨୦୧୬ରେ ରାଜ୍ୟସଭା ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ବିଷ୍ଣୁ । ବିଷ୍ଣୁଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳିତ ଓ ଅବହେଳିତଙ୍କ ପାଇଁ ବିଷ୍ଣୁ ଜବୀନ ଉତ୍ସର୍ଗ କରିଥିଲେ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଷ୍ଣୁ । ଜଗତସିଂହପୁର ରାଜନୀତିର ଟାଣୁଆ ଚେହେରା ଭାବେ ଜଣାଶୁଣା ଥିଲେ ବିଷ୍ଣୁ । ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ଜଗତସିଂହପୁର ଓ ୨୦୧୯ରେ ତିର୍ତ୍ତୋଲରୁ ନିର୍ବାଚିତ ହୋଇଥିଲେ ବିଷ୍ଣୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons