ରାଇରଙ୍ଗପୁର: ହତ୍ୟା ଅଭିଯୋଗରେ ଫେରାର ଥିବା ଅଭିଯୁକ୍ତ ଗିରଫ। ଗତ ମାସ ୨୧ ତାରିଖ ଜମିବାଡ଼ି ବିବାଦକୁ ନେଇ ପଡୋଶୀକୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତକୁ ଗୋରୁ ମହିଷାଣି ପୋଲିସ୍ ଗିରଫ କରିଛି।
ସୂଚନାଥାଉକି ଗୋରୁ ମହିଷାଣି ଥାନା କୁକୁଡିମୁଣ୍ଡି ଗ୍ରାମର ଛୋଟରାୟ ଦେହୁରୀ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ପଡୋଶୀ ସମରା ଦେହୁରିଙ୍କୁ ତୀର ମାଡ଼ କରି ଫେରାର ହୋଇ ଯାଇଥିଲା। ସମରା ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଆଜି ସକାଳୁ ଅଭିଯୁକ୍ତ ଛୋଟରାୟ ଗାଁ ପାଖ ଜଙ୍ଗଲରେ ବୁଲୁଥିବା ପୋଲିସ୍ ଖବର ପାଇଥିଲା। ପରବର୍ତ୍ତୀ ସମୟରେ ପୋଲିସ୍ର ଏକ ଟିମ୍ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା।ଆସନ୍ତାକାଲି ଅର୍ଥାତ ୩ ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି।


Comments are closed, but trackbacks and pingbacks are open.