‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’

Get real time updates directly on you device, subscribe now.

ଦ୍ୱନ୍ଦ୍ୱରେ ଅଭିନେତା ଅଭିଷେକ । କାହାକୁ ଦେବେ ଶଙ୍ଖା-ସିନ୍ଦୂର । କାହିଁକି ନା ଅଭିଷେକ ଏକ ଫିଲ୍ମରେ କାମ କରିବାକୁ ଯାଉଛନ୍ତି, ଯାହାର ନାଁ ରହିଛି ‘ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର’ । ଫିଲ୍ମରେ ଅଭିଷେକଙ୍କ ବିପକ୍ଷରେ ୨ଜଣ ନାୟିକା ଅଛନ୍ତି । ମହିମା ଆଉ ଅଙ୍କିତା । ବନସ୍ୱର୍ଣ୍ଣ ଟେଲିଭିଜନ ପ୍ରାଇଭେଟ ଲିମିଟେଡ ନିବେଦିତ ଏହି ସିନେମାର ପ୍ରଯୋଜନା କରୁଛନ୍ତି ବଦ୍ରିନାଥ ପ;ନାୟକ । ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ୍ ମଜୁମ୍ଦାର୍ । ସଂଳାପ ଲେଖିଛନ୍ତି ସରୋଜ ସାମଲ । ନୃତ୍ୟ ସଂଯୋଜନାରେ ଲୁବୁନ-ଟୁବୁନ ଦାସ ଥିବାବେଳେ ଚିତ୍ରୋତ୍ତଳନ ଦାୟିତ୍ୱ ନେଇଛନ୍ତି ଅଜିତ କିଶୋର ଦାସ । କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ସବୁ ନିଜ ମୁଣ୍ଡକୁ ନେଇଛନ୍ତି ରଞ୍ଜିତ ବାରିକ । ବର୍ତ୍ତମାନ ସିନେମାର ଶୁଟିଂ ସହ ଅନ୍ୟାନ୍ୟ କାମ ଚାଲୁ ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons