ତୁରନ୍ତ ଅଧ୍ୟାପକ ପଦବୀ ପୂରଣ କର: ମନ୍ତ୍ରୀ ଅରୁଣ

Get real time updates directly on you device, subscribe now.

ଭୁବନେଶ୍ୱର,(ବିବି.ବ୍ୟୁରୋ): ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଥିବା ଅଧ୍ୟାପକ ପଦବିଗୁଡିକୁ ତୁରନ୍ତ ପୂରଣ କର । ବିଭାଗ ପକ୍ଷରୁ ହଟିଲା ବ୍ୟାନ୍ । ସବୁଜ ସଙ୍କେତ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ତଥା ଉଚ୍ଚ ଶିକ୍ଷା ପରିଷଧର ଅଧ୍ୟକ୍ଷ ଡ. ଅରୁଣ କୁମାର ସାହୁ । ଗୁରୁବାର ପୁସ୍ତକ ଭବନ ପରିସର ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କୂଳପତି ସମ୍ମିଳନୀରେ ଯୋଗଦେଇ ମନ୍ତ୍ରୀ ଡ. ସାହୁ ତୁରନ୍ତ ଅଧ୍ୟାପକ ପଦବି ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି । ସେହିପରି ବିଶ୍ୱବିଦ୍ୟାଳୟ ହେଉ କିମ୍ବା ଏହା ଅଧୀନ କଲେଜଗୁଡିକରେ ଅଧ୍ୟାପକ, ଅଧ୍ୟାପିକାଙ୍କ ଉପସ୍ଥାନକୁ ସୁନିଶ୍ଚିତ କରିବାକୁ ଜୋର ଦେଇଛନ୍ତି । ଶିକ୍ଷାଦାନ ପ୍ରକ୍ରିୟାକୁ ବିଶ୍ୱସ୍ତରୀୟ କରିବା ସହିତ ଗବେଷଣାକୁ ପ୍ରୋତ୍ସାହିତ କରିବାକୁ କୁଳପତିମାନଙ୍କୁ କହିଛନ୍ତି । ବିଶ୍ୱବିଦ୍ୟାଳୟଗୁଡିକରେ ଆଉ ଅଣଛାତ୍ରମାନଙ୍କ ଅବାଧ ପ୍ରବେଶକୁ ବରଦାସ୍ତ କରାଯିବ ନାହିଁ । ଏପରିକି ଅଣଛାତ୍ରଙ୍କ ପ୍ରବେଶକୁ ଆଦୌ ପ୍ରଶ୍ରୟ ଦିଆଯବି ନାହିଁ ବୋଲି ମନ୍ତ୍ରୀ ଡ. ସାହୁ ସ୍ପଷ୍ଟ କରିଛନ୍ତି । ଅପରପକ୍ଷେ କୁଳପତି ସମ୍ମିଳନୀରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସାଧାରଣ ପ୍ରବେଶ ପରୀକ୍ଷା କରିବା, ସ୍ନାତକ (ୟୁଜି)ରେ ଏକକ ସିଲାବସ୍ ପ୍ରଚଳନ କରିବା, ସ୍ନାତକ ଏବଂ ସ୍ନାତକୋତ୍ତର/ ସ୍ୱୟଂଶାସିତ ସ୍ତରରେ ଅନୁଷ୍ଠିତ ପରୀକ୍ଷାରେ ସୁଧାର ଆଣିବା, ଠିକ୍ ସମୟରେ ଫଳ ପ୍ରକାଶ କରିବା, ଡିଗ୍ରୀଧାରୀଙ୍କୁ ନିର୍ଦ୍ଧାରିତ ସମୟରେ ସାର୍ଟିଫିକେଟ୍ ଦେବା ଆଦି ବାବଦରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ । ଏହି ସମ୍ମିଳନୀରେ ବିଭାଗୀୟ ସଚିବ ଶାସ୍ୱତ ମିଶ୍ର ଉଚ୍ଚଶିକ୍ଷାରେ ଗୁଣାତ୍ମକ ବିକାଶ ଓ ସଂସ୍କାର ଆଣିବା ପାଇଁ ନିଆଯାଇଥିବା ପଦକ୍ଷେପ ବାବଦରେ କହିଥିଲେ । ଉଚ୍ଚଶିକ୍ଷା ପରିଷଦର ଉପାଧ୍ୟକ୍ଷ ପ୍ରଫେସର ଅଶୋକ କୁମାର ଦାସ ପ୍ରତ୍ୟେକ ମହାବିଦ୍ୟାଳୟ ନାକ୍ ମାନ୍ୟତା ଲାଭ କରିବା ନିମନ୍ତେ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ । ପରିଷଦର ସଦସ୍ୟ ସଚିବ କୃପାସିନ୍ଧୁ ମିଶ୍ର ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons