ତୁଷୁରା ତହସିଲରେ ଅଧଘଣ୍ଟାରେ ଜମିପଟ୍ଟା ପ୍ରଦାନ

Get real time updates directly on you device, subscribe now.

ଗୁଡଭେଲା,(ବି.ବି.ନୁ୍ୟଜ୍): ଓଡିଶା ସରକାରଙ୍କ ନିଦେ୍ର୍ଧଶକ୍ରମେ ଖାତାଦାର ନିଜେ ଜମି ବିକ୍ରି କରନ୍ତି । ତେବେ ସାତ ଦିନ ଭିତରେ ଜମି କ୍ରତାଙ୍କୁ ପଟ୍ଟା ପ୍ରଦାନ କରାଯିବା କଥା କିନ୍ତୁ ବଲାଙ୍ଗିର ଜିଲ୍ଲା ତୁଷୁରା ତହସିଲ କାର୍ଯ୍ୟାଳୟରେ ରେଜିଷ୍ଟ୍ରସନର ମାତ୍ର ଅଧ ଘଣ୍ଟାରେ ଜଣେ କ୍ରେତାଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଛି । ଗୁଡଭେଲା ବ୍ଲକ ଶିରାବାହାଳ ଗ୍ରାମର ରାଜ ଛତ୍ରିୟା ନିଜ ଜମି କଳାହାଣ୍ଡି ଜିଲ୍ଲା ଡୁକେରମାଳ ଗ୍ରାମର ବଲ୍ଲଭ ନାଏକଙ୍କୁ ବିକ୍ରି କରିଥିଲେ । ରେଜିଷ୍ଟ୍ରସନର ଅଧ ଘଣ୍ଟାପରେ ଶ୍ରୀ ନାଏକଙ୍କୁ ପଟ୍ଟା ଦିଆଯାଇଥିଲା । ଏହା ତୁଷୁରା ତହସିଲ କାର୍ଯ୍ୟାଳୟରେ ପ୍ରଥମ ଥର ହୋଇଥିବା ବେଳେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଏକଜୁଟ ହୋଇ କାର୍ଯ୍ୟ କରୁଥିବାରୁ ଏହା ସମ୍ଭବ ହୋଇଛି ଏବଂ ଆଗକୁ ମଧ୍ୟ ଏପରି ଭାବେ ଦିଆଯିବ ବୋଲି ତୁଷୁରା ତହସିଲଦାର ଚନ୍ଦ୍ରମଣି ନାଗ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons