‘ତୁ କହିଦେ ଆଇ ଲଭ୍ ୟୁ’

Get real time updates directly on you device, subscribe now.

ତୁ କହିଦେ ଆଇ ଲଭ୍ ୟୁ । ଉଭୟେ ଉଭୟଙ୍କୁ ଆଗ ଆଇ ଲଭ୍ ୟୁ କହିବାକୁ କହୁଛନ୍ତି । ଏତିକିବେଳେ ରାକେଶଙ୍କ ପାଟିରୁ ବାହାରିଗଲା ଆଇ ଲଭ୍ ୟୁ । ଉକ୍ରଣ୍ଠାର ସହ ଅପେକ୍ଷା କରିଥିବା ଦିବ୍ୟା ଏ କଥା ଶୁଣି ସଙ୍ଗେ ସଙ୍ଗେ ରାକେଶଙ୍କ ବାହୁ ବନ୍ଧନ ଭିତରକୁ ଚାଲି ଆସିଲେ । ବିଏମ୍ ପ୍ରଡକ୍ସନ୍ ବ୍ୟାନର୍ରେ ଏମିତି କିଛି ପ୍ରେମଭରା କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ‘ତୁ କହିଦେ ଆଇ ଲଭ୍ ୟୁ’ । ସିନେମାରେ ଅଭିନେତା ରାକେଶ ଓ ନାୟିକା ଦିବ୍ୟା ଲିଡ୍ରେ ଅଭିନୟ କରୁଛନ୍ତି । ଏହାର ପ୍ରଯୋଜନା ବିକ୍ରମ ମହାପାତ୍ର କରୁଥିବାବେଳେ ସାଥୀରେ ଅଛନ୍ତି ପ୍ରଭାତ କୁମାର ମହାପାତ୍ର । ସଙ୍ଗୀତରେ ନବ ସରୋଜ ଏବଂ ଦୁର୍ଗା, ସମ୍ପାଦନାରେ ରାଜେଶ ଦାଶ ଥିବାବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସତ୍ୟବ୍ରତ ନାୟକ । ପୂର୍ବରୁ ଭିନ୍ନ ଭିନ୍ନ ସିନେମାରେ ଉଭୟ କଳାକାରଙ୍କ ଦକ୍ଷତାକୁ ପରଖି ସାରିଥିବା ଦର୍ଶକ ଏ ଯୋଡ଼ିଙ୍କଠାରୁ ଅଧିକ ଆଶା ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons