ତୁ ଲୈଲା ମୁଁ ମଜ୍ନୁ

Get real time updates directly on you device, subscribe now.

ଲୈଲାକୁ ନେଇ ମଜ୍ନୁ ଆସୁଛନ୍ତି ଦ୍ୱିଭାଷୀ ଚଳଚ୍ଚିତ୍ର ‘ତୁ ଲୈଲା ମୁଁ ମଜ୍ନୁ’ରେ । ଯାହାର ମହୁରତ୍ ସରି ଶୁଟିଂ ଆରମ୍ଭ ହୋଇଛି । ଦେବକୀ ଫିଲ୍ମସ୍ ଏବଂ ମାଝୀ ଏଣ୍ଟରଟେନ୍ମେଣ୍ଟର ତୃତୀୟ ଅବଦାନରେ ନିର୍ମିତ ‘ତୁ ଲୈଲା ମୁ ମଜ୍ନୁ’ ଫିଲ୍ମର ପ୍ରଯୋଜନା ସାଙ୍ଗକୁ ପୁଣିଥରେ ମୁଖ୍ୟ ନାୟିକା ଭୂମିକାରେ ଦେଖାଦେବେ ଚିନ୍ମୟୀ ପ୍ରିୟଦର୍ଶିନୀ । ଫିଲ୍ମରେ ଅନ୍ୟତମ ପ୍ରଯୋଜକ ଭାବେ ରୋହିତ୍ କୁମାର ମାଝୀ ସହଯୋଗ କରୁଛନ୍ତି । ଫିଲ୍ମଟି ଉଭୟ ଓଡ଼ିଆ ଏବଂ ଛତିଶଗଡ଼ୀ ଭାଷାରେ ନିର୍ମିତ ହେଉଥିବାରୁ ମୁଖ୍ୟ ନାୟକ ଭାବରେ ନାୟକ ଦେବରାଜ ରହିଛନ୍ତି । କାରଣ ତାଙ୍କର ଓଡ଼ିଆ ସାଙ୍ଗକୁ ଛତିଶଗଡ଼ୀ ଫିଲ୍ମରେ ଅଭିନୟର ଦକ୍ଷତା ଅଛି । ଯାହାକୁ ସେ ପ୍ରମାଣିତ କରି ସାରିଛନ୍ତି । ତାଙ୍କ ବିପକ୍ଷରେ ପ୍ରଯୋଜିକା ତଥା ଅଭିନେତ୍ରୀ ଚିନ୍ମୟୀ ଏବଂ ଛତିଶଗଡ଼ର ନାୟିକା ଅନିକ୍ରିତି ଅଭିନୟ କରୁଛନ୍ତି । ଖୁସିର କଥା ଦେବରାଜ ଏବଂ ଚିନ୍ମୟୀଙ୍କ ଏହା ତୃତୀୟ ଫିଲ୍ମ । ପୂର୍ବରୁ ଦୁହେଁ ‘ତୋ ପ୍ରେମରେ ପଡ଼ିଲା ପରେ’ ଓ ‘ଚାଲ ଟିକେ ପ୍ରେମ କରିବା’ରେ ଯୋଡ଼ି ହୋଇ ପରଦାରେ ନଜର ଆସିଥିଲେ । ଏମାନଙ୍କ ସହ ବିଭିନ୍ନ ଭୂମିକାରେ ଜୀବନ ପଫା, ପୁଷ୍ପା ପଫା, ଶଙ୍କର, ଟି. ଆପ୍ପା ରାଓ, ରୋହିତ, ହାଡୁ, ଟିଲୁ, ଲିନା, ଛତିଶଗଡ଼ର ଆଶିଷ ସେଫ୍ରେ ଏବଂ ପୂଜା ଦେବାଙ୍ଗ ପ୍ରମୁଖ ରହିଛନ୍ତି । ସିନେମାର କାହାଣୀରେ ନାୟକ ଓ ନାୟିକାଙ୍କର ଆକସ୍ମିକ ଦେଖାହେଉଛି ଆଉ ତା’ପରେ ପ୍ରେମ । ଏହାକୁ ନେଇ ଗତିଶୀଳ ପୂରା ଫିଲ୍ମ । କାହାଣୀ କେ. ବଳରାମ ଦାସ ଲେଖିଥିବାବେଳେ ଚିତ୍ରନାଟ୍ୟ ଓ ସଂଳାପ ଲେଖିଛନ୍ତି ଡ. ରଜନୀ ରଞ୍ଜନ । ନିର୍ଦ୍ଦେଶନା ଦେଉଛନ୍ତି ଏସ୍. ଦିଲ୍ଲୀପ ପଫା । ସଙ୍ଗୀତ ନିର୍ଦ୍ଦେଶନା ଭାର ବହନ କରିଛନ୍ତି ବିଭୂତି ଭୂଷଣ ଗଡ଼ନାୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons