କୋରାପୁଟ,(ବି.ବି.ନୁ୍ୟଜ): ଥମୁନି ଆନ୍ଧ୍ରର ଦାଦାଗିରି । କୋଟିଆ ପରେ ପଟ୍ଟାଙ୍ଗି ବ୍ଲକ୍ର ସମ୍ବାଇ ପଞ୍ଚାୟତରେ ଲାଗି ରହିଛି ଉତ୍ତେଜନା । ଉଭୟ ରାଜ୍ୟ ମଧ୍ୟରେ ଫଳକ ମରାକୁ କେନ୍ଦ୍ର କରି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଆଜି ପୁନର୍ବାର ଓଡିÿଶା ପକ୍ଷରୁ ସମ୍ବାଇ ପଞ୍ଚାୟତର ସୁନାବେଡା ଗାଁ ନିକଟରେ ଆନ୍ଧ୍ର ପୋତିଥିବା ବୋର୍ଡକୁ ହଟାଇ ଦିଆଯାଇଛି । ଏହାପରେ ସୀମାନ୍ତ ଆନ୍ଧ୍ରର କେତେକ ହାତଗଣତି ଗ୍ରାମବାସୀ ସୁନାବେଡ଼ା ନିକଟରେ ଆର୍କୁ ଯିବାକୁ ଥିବା ରାସ୍ତାରେ ପଥର ପକାଇ ଅବରୋଧ କରିଛନ୍ତି । ସୀମାକୁ କେନ୍ଦ୍ର କରି ଉଭୟ ରାଜ୍ୟ ମଧ୍ୟରେ ବାହାରିପାରୁନି ସମାଧାନର ସୂତ୍ର । ଏ ନେଇ ସମ୍ବାଇ ପଞ୍ଚାୟତ ପକ୍ଷରୁ ଥାନାରେ ଦିଆସରିଛି ଏତଲା । ଅନ୍ୟପକ୍ଷରେ ସୁନାବେଡା ଗ୍ରାମବାସୀଙ୍କୁ ନାନା ଧମକ ଦେବାରେ ଲାଗିଛି ଆନ୍ଧ୍ର । ପରିସ୍ଥିତି ଏମିତି ହୋଇଛି ଯେ, ଏହାର ଆପୋଷ ସମାଧାନ ନହେଲେ ଆନ୍ଧ୍ରରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ସୁନାବେଡ଼ାବାସୀ ।
ସୂଚନାଥାଉକି, ସୁନାବେଡା ଗାଁ ସୀମାରୁ ୫୦୦ ମିଟର ଭିତରକୁ ପ୍ରଥମେ ପଶି ଆସିଥିଲା ଆନ୍ଧ୍ର । ସିମେଣ୍ଟରେ ଏକ ଫଳକ ନିର୍ମାଣ କରିଥିଲା । ସେଠାରୁ ଆନ୍ଧ୍ର ସୀମାନ୍ତ ବୋଲି ଦର୍ଶାଇଥିଲା । ଏହାକୁ ସମ୍ବାଇ ପଞ୍ଚାୟତବାସୀ ବିରୋଧ କରିଥିଲେ । କଥା ପହଞ୍ଚିଥିଲା କୋରାପୁଟ ଜିଲ୍ଲା ପ୍ରଶାସନ ପାଖରେ । ଗତ ୨୪ ତାରିଖରେ ଉପଜିଲ୍ଲାପାଳ ଲଳିତ କୁମାର କହଁରଙ୍କ ନେତୃତ୍ୱରେ ଏକ ଟିମ୍ ସେଠାରେ ପହଞ୍ଚି ଆନ୍ଧ୍ରର ଫଳକକୁ ଭାଙ୍ଗି ଦେଇଥିଲେ । ଏହାପରେ ପୁନର୍ବାର ଆନ୍ଧ୍ର ସୁନାବେଡ଼ା ଗାଁ ନିକଟରେ ଏକ ଲୁହା ଫଳକ ପୋତିଥିଲା । ଆଜି ଏହି ଫଳକକୁ ପୁନର୍ବାର କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଲୋକପ୍ରତିନିଧିଙ୍କ ତରଫରୁ ୫୦୦ ମିଟର ପଛକୁ ହଟାଇ ଦିଆଯାଇଛି । ସେଠାରେ ଓଡ଼ିଶା ପକ୍ଷରୁ ମଧ୍ୟ ଏକ ଫଳକ ଲଗାଯାଇଛି । ପଟ୍ଟାଙ୍ଗି ବିଧାୟକ ପିତମ ପାଢି, ଉପଜିଲ୍ଲାପାଳ ଲଳିତ କୁମାର କହଁର, ପଟ୍ଟାଙ୍ଗି ବିଡିଓ ମୋନାଲିସା ଦେବତା, ବ୍ଲକ୍ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗି, ଏସ୍ଡିପିଓ ନିରଞ୍ଜନ ବେହେରା, ସମ୍ବାଇ ସରପଞ୍ଚ ପିକଲ ଗୁଣ୍ଠା, ଜିଲ୍ଲା ପରିଷଦ ସଭ୍ୟ ଲଇଛନ ଖରା ପ୍ରମୁଖ ଆନ୍ଧ୍ର ବୋର୍ଡ ହଟାଇବା ଏବଂ ଓଡ଼ିଶା ବୋର୍ଡ ଲଗାଇବା ସମୟରେ ସେଠାରେ ଉପସ୍ଥିତ ଥିଲେ । ଅଧିକାରୀମାନେ ଓଡ଼ିଶା ବୋଡର଼୍ ପୋତିବା ସମୟରେ ଆନ୍ଧ୍ରର ବଡ଼ଲାମ୍ବା, କୋଲାପୁଟ, ଡେକାପାରୁ, ବୁସିଗୁଣ୍ଠାର ପ୍ରାୟ ୧୦ ଜଣ ପୁରୁଷ ଓ ମହିଳା ଆସି ପ୍ରତିବାଦ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ କହଁର କହିଛନ୍ତି, ଆନ୍ଧ୍ରର କେତେକ ଗ୍ରାମବାସୀ ଓଡ଼ିଶାର ସୀମାନ୍ତ ଜଙ୍ଗଲ ଜମି ମାଡ଼ି ବସିବା ପାଇଁ ଗତ କିଛିଦିନ ହେବ ସୀମାରେ ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ଏଭଳି ଯୋଜନାକୁ ସଫଳ ହେବାକୁ ଦିଆଯାଇ ନାହିଁ । ରାସ୍ତାରୁ ଆନ୍ଧ୍ର ବୋଡର଼୍ ହଟାଇ ଦିଆଯାଇଛି । ବିରୋଧ କରୁଥିବା ଗ୍ରାମବାସୀଙ୍କୁ ବୁଝାଇ କୁହାଯାଇଛି । ମାପଚୁପ କରି ସେମାନେ ନିଜ ସୀମାରେ ଚାଷ କରିବାକୁ କୁହାଯାଇଛି ।
ପ୍ରଶାସନିକ ଅଧିକାରୀ ଏବଂ ଲୋକ ପ୍ରତିନିଧିମାନେ ଫେରି ଆସିବା ପରେ ସୀମାନ୍ତ ଆନ୍ଧ୍ରର କେତେକ ଗାଁର ଲୋକ ପହଞ୍ଚି ପାଟିତୁଣ୍ଡ କରିଥିଲେ । ପଥର ପକାଇ ଆନ୍ଧ୍ରର ଆର୍କୁ ଯିବା ରାସ୍ତାକୁ ଅବରୋଧ କରିଥିଲେ । ଓଡିÿଶାର କୌଣସି ଗାଡିÿ ସେହି ରାସ୍ତା ଦେଇ ଛାଡିବେ ନାହିଁ ବୋଲି ଧମକ ଦେଇଥିଲେ । ଏହାକୁ ନେଇ ଉତ୍ତେଜନା ଲାଗି ରହିଛି । ସୀମାନ୍ତ ଓଡିÿଶା ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବା ଲାଗି ଦାବି କରିଛନ୍ତି ।
ସୂଚନାଥାଉକି, ୨୬ ନମ୍ବର ଜାତୀୟ ରାଜପଥର ପୁକାଲି ଛକରୁ ପ୍ରାୟ ୨୫ କିଲୋମିଟର ଆର୍ଡି ରାସ୍ତାରେ ଯିବାପରେ ରହିଛି ଆନ୍ଧ୍ର ସୀମାନ୍ତ । ଉକ୍ତ ରାସ୍ତାଟି ଆନ୍ଧ୍ରର ଆର୍କୁ ସହରକୁ ସଂଯୋଗ କରୁଛି । ଏହି ସୀମାରେ ଓଡିÿଶାର ସୁନାବେଡ଼ା, ସମ୍ବାଇ, କୁସୁମା ଇତ୍ୟାଦି ଗାଁ ରହିଛି ଏବଂ ସେମାନେ ବିଭିନ୍ନ କାର୍ଯ୍ୟରେ ଆର୍କୁ ସହର ଉପରେ ନିର୍ଭର କରନ୍ତି । ବିବାଦ ସୃଷ୍ଟି ହେବା ପରଠୁ ସୀମାରେ ରହୁଥିବା ଉଭୟ ରାଜ୍ୟର ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଛି । ତୁରନ୍ତ ଏହାର ସମାଧାନ କରାନଗଲେ ଆନ୍ଧ୍ରରେ ମିଶିବେ ବୋଲି ଚେତାବନୀ ଦେଇଛନ୍ତି ସୁନାବେଡା ଗ୍ରାମବାସୀ । କେବଳ ସମ୍ବାଇ କିମ୍ବା କୋଟିଆ ନୁହେଁ, କୋରାପୁଟର ନାରାୟଣପାଟଣା ଭିତରକୁ ମଧ୍ୟ ଜୋର୍ ଜବରଦସ୍ତ ପଶିବା ଆରମ୍ଭ କରିଛି ଆନ୍ଧ୍ର । ଓଡିÿଶାର ଜମିକୁ ନିଜ କବ୍ଜାକୁ ନେବା ଲାଗି ଉଦ୍ୟମ ଜାରି ରଖିଛି । ଯେଉଁ ଜମିରେ ଆମ ରାଜ୍ୟର ଲୋକମାନେ ରହୁଛନ୍ତି ଏବଂ ବର୍ଷ ବର୍ଷ ଧରି ଚାଷ କରୁଛନ୍ତି, ସେହି ଜମିକୁ ନିଜ ଅକ୍ତିଆର୍କୁ ନେବାଲାଗି ପ୍ରୟାସ ଚଳାଇଛି ଆନ୍ଧ୍ର । ଏମିତିକି ଓଡିÿଶା ଜମିର ପଟ୍ଟା ଦେବାକୁ ଉଦ୍ୟମ ଚଳାଇଛି । ଯାହାକୁ ନେଇ ଆଗାମୀ ଦିନରେ ପରିସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା ରହିଛି । ଏବେବି ଆମ ସରକାରଙ୍କ ପାଖରେ ସମୟ ଅଛି । ସୀମାନ୍ତ ଗ୍ରାମବାସୀଙ୍କୁ ବିଶ୍ୱାସକୁ ନେଇ ସବୁ ପ୍ରକାର ମୌଳିକ ସୁବିଧା ଯୋଗାଇ ଦିଆନଗଲେ, ନେଡିଗୁଡ କହୁଣିକୁ ବୋହିଯିବାର ଯଥେଷ୍ଟ ସମ୍ଭାବନା ରହିଛି ।


Comments are closed, but trackbacks and pingbacks are open.