ତେନ୍ତୁଳିଖୁଣ୍ଟି,(ବି.ବି.ନୁ୍ୟଜ): ତେନ୍ତୁଳିଖୁଣ୍ଟି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଶାନ୍ତି ସ୍ୱରୂପ ପ;ନାୟକଙ୍କ ବଦଳିକୁ ନେଇ ଏଠାରେ ଦେଖାଦେଇଥିବା ଜନ ଅସନ୍ତୋଷ ତେଜିବାରେ ଲାଗିଛି । ଡାକ୍ତର ପ;ନାୟକଙ୍କୁ ଫେରାଇ ଆଣିବାକୁ ମଙ୍ଗଳବାର ମାନବ ସେବା ଗ୍ରୁପ ପକ୍ଷରୁ ମେଡିକାଲ ଅଫିସର ସମଲାଇ ପଣ୍ଡାଙ୍କୁ ଘେରାଉ କରାଯିବା ସହ ଡାକ୍ତର ପ;ନାୟକଙ୍କ ବଦଳି ବାତିଲ ଉଦେ୍ଧଶ୍ୟରେ ଏକ ଦାବିପତ୍ର ଦିଆଯାଇଛି । ସ୍ଥାନୀୟ ଗ୍ରାମବାସୀ ଗ୍ରୁପକୁ ସମର୍ଥନ ଜଣାଇ ଏଥିରେ ସାମିଲ ହୋଇଛନ୍ତି । ଡାକ୍ତର ପ;ନାୟକଙ୍କୁ ଏଠାରୁ ଅନ୍ୟତ୍ର ବଦଳି କରାଯିବା ଦୁର୍ଭାଗ୍ୟଜନକ ବୋଲି ମାନବ ସେବା ଗ୍ରୁପ ମୁଖ୍ୟ ଅଖିଳ ଭତ୍ରା କହିଛନ୍ତି ।
ସୂଚନା ଅନୁସାରେ, ଶ୍ରୀ ଭତ୍ରାଙ୍କ ନେତୃତ୍ୱରେ ଏହି ଦାବି ପତ୍ର ଦିଆଯାଇଛି । ଗ୍ରାମବାସୀ ଓ ଗ୍ରୁପ ସଦସ୍ୟମାନେ ଏକତ୍ରିତ ହୋଇ ଡାକ୍ତର ପଣ୍ଡାଙ୍କୁ ଘେରିବା ସହ ଦାବିପତ୍ର ଦେଇଛନ୍ତି । ଡାକ୍ତରଖାନା ସମ୍ମୁଖରେ ଏମାନେ ଧାରଣା ଦେଇଥିବା ବେଳେ ଡାକ୍ତର ପ;ନାୟକଙ୍କ ବଦଳି ବାତିଲ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି କହିଛନ୍ତି । ଶ୍ରୀ ଭତ୍ରା କହିଛନ୍ତି, ନବରଙ୍ଗପୁର ସିଡିଏମଓ କାର୍ଯ୍ୟାଳୟର ପତ୍ରସଂଖ୍ୟା ୯୩୯୪, ତା ୯-୧୧-୨୦୨୦ ରେ ଡାକ୍ତର ପ;ନାୟକଙ୍କୁ ଏଠାରୁ ଉମରକୋଟ ଡାକ୍ତରଖାନାକୁ ବଦଳି କରାଯାଇଛି । ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡିକାଲ ଅଫିସରଙ୍କ ସହ ତିନି ଜଣ ଡାକ୍ତର ରହିଛନ୍ତି । ମେଡିକାଲ ଅଫିସର ଅଫିସ କାର୍ଯ୍ୟ କରୁଥିବାବେଳେ ଡାକ୍ତର ପ;ନାୟକ, ଡାକ୍ତର କବିବର ପ୍ରସାଦ ଶତପଥୀ ଓ ଡାକ୍ତର ଶଶିକାନ୍ତ ଲେଙ୍କା ରୋଗୀ ସେବା କରୁଛନ୍ତି । ଏଠାରେ ଶିଶୁ, ଦାନ୍ତ ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ପଦ ଖାଲି ପଡିଛି । ଏଥିସହ ଡାକ୍ତରମାନେ କରୋନା ସ୍ଥିତିକୁ ମଧ୍ୟ ସମ୍ଭାଳୁଛନ୍ତି । ଏପରିସ୍ଥଳେ, ଏଠାରୁ ଡାକ୍ତରଙ୍କ ଅନ୍ୟତ୍ର ବଦଳି କରିବା ଦୁର୍ଭାଗ୍ୟଜନକ । ଅନ୍ୟପକ୍ଷରେ, ଗତ ଏପ୍ରିଲରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଏକ ଶବ ବାହକ ଗାଡି ଯୋଗାଇ ଦେବାକୁ ଚିଠି ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ନଆସିବା ପରିତାପର ବିଷୟ ହୋଇଛି । ଏହି ଅଞ୍ଚଳ ଆଦିବାସୀ ବହୁଳ ହୋଇଥିବାରୁ ସରକାର ଲୋକଙ୍କ ପ୍ରତି ଖେଳୁଛନ୍ତି । ଏପରିସ୍ଥଳେ, ଡାକ୍ତର ପ;ନାୟକଙ୍କ ବଦଳି ବାତିଲ କରିବା ଓ ଡାକ୍ତରଖାନାକୁ ଶବ ବୁହା ଗାଡି ଯୋଗାଣ ନହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରୀ ଭତ୍ରା କହଛନ୍ତି ।
Comments are closed, but trackbacks and pingbacks are open.