ତେନ୍ତୁଳି ଗଛରୁ ପଡ଼ି ବ୍ୟକ୍ତି ଙ୍କ ମୃତ୍ୟୁ

Get real time updates directly on you device, subscribe now.

ନବରଙ୍ଗପୁର (ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଗାଦିକୋଟ ଗ୍ରାମ ରେ ଘଟିଛି ଏକ ଅଘଟଣ । ଆଜି ପୂର୍ବାହ୍ନ ୧୧:୦୦ ଘଂଟିକା ସମୟରେ ଗାଦିକୋଟ ଗ୍ରାମର ସାଦୁ ପୂଜାରୀ (୫୫) ପିତା- ମନଧର ପୂଜାରୀ, ତେନ୍ତୁଳି ଝୋଡେଇବା ପାଇଁ ନିଜ ବାଡ଼ିରେ ଥିବା ତେନ୍ତୁଳି ଗଛ ଉପରକୁ ଚଡ଼ିଥିଲେ ଏବଂ ତେନ୍ତୁଳି ଝୋଡେଇବା ସମୟରେ ସେ ଧରିଥବା ଡାଳ ହଟାତ ହାତରୁ ଖୋସି ଯାଇଥିଲା ଏବଂ ସେ ନିଜର ଭାରସାମ୍ୟ ହରାଇ ଗଛ ଉପରୁ ତଳକୁ ଖୋସି ପଡ଼ିଥିଲେ ଯାହା ଫଳରେ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଏହି ଖବର ପାଇ ଗ୍ରାମର ସମସ୍ତ ଲୋକ ରୁଣ୍ଡ ହୋଇଥିଲେ ଏବଂ ପୋଲିସ କୁ ଖବର ଦେଇଥିଲେ । ଏହି ଖବର ପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠେଇବା ସହ ଶବ ବ୍ୟବଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲ । । ଏବଂ ଏହି ଘଟଣା କୁ ଉମରକୋଟ ପୋଲିସ ଏକ ଅପ ମୃତ୍ୟୁ ମାମଲା ରୁଜୁ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons