
ବଲାଙ୍ଗିର,(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ବଲାଙ୍ଗୀର ଜିଲ୍ଲାର କିଛି ଦାଦନ ଇଟା ଭାଟିରେ ବନ୍ଧା ପଡିଥିବା ଖବର ମିଳିଛି । ସେମାନେ ସମସ୍ତେ ପଡ଼ୋଶୀ ରାଜ୍ୟ ତେଲେଙ୍ଗାନା ଫସି ରହିଛନ୍ତି । ନିୟୁଜ୍ ୭ ଜରିଆରେ ଭିଡିଓ ଜାରି କରି ଉଦ୍ଧାର ପାଇଁ ନିବେଦନ ସମସ୍ତେ ସରକାରଙ୍କୁ ନିବେଦନ କରିଛନ୍ତି ।
ବେଲପଡା ବ୍ଲକ ଘାଗୁର୍ଲିର ଦିଲେଶ୍ୱର୍ ବେହେରା ନାମକ ଦାଦନ ସର୍ଦ୍ଦାର ସେମାନଙ୍କୁ ତେଲେଙ୍ଗାନା ପଠାଇଥିବା ଅଭିଯୋଗ ହୋଇଛି । ଏହି ଦଳରେ ଛୁଆପିଲା ମିଶାଇ ୩୦ ରୁ ଅଧିକ ଦାଦନ ଶ୍ରମିକ ରହିଛନ୍ତି । ସେମାନେ ଦୀର୍ଘ ୬ ମାସ ହେବ ଏଟା ଭାଟି ମାଲିକଙ୍କ ନିର୍ୟାତନା ସହୁଥିବା ଏକ ଭିଡିଓରେ କହିଛନ୍ତି ।
ବନ୍ଧକ ଶ୍ରମିକ ବଲାଙ୍ଗୀର ପାଟଣାଗଡ, ଖପ୍ରାଖୋଲ ଓ ବେଲପଡ଼ା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କୁ ୫୦ ହଜାର ଟଙ୍କାର ଲୋଭ ଦେଖାଇ ରାଜ୍ୟ ବାହାରକୁ ଚାଲାଣ କରାଯାଇଥିବା ସେମାନେ କହିଛନ୍ତି । ଇଟା ଭାଟି ମାଲିକ ସଲିମ୍ ଶେଖ୍ ମାଡ଼ ଶହ ଅଶ୍ଳୀଳ ଭାଷାରେ ଗାଲି ଗୁଲଜ କରୁଥିବା ଆଭିଯୋଗ କରିବା ସହିତ ଜିଲ୍ଲାପ୍ରଶାସନକୁ ଉଦ୍ଧାର ପାଇଁ ସେମାନେ ଗୁହାରୀ କହିଛନ୍ତି ।


Comments are closed, but trackbacks and pingbacks are open.