ତେଲ ନଦୀରେ ବୁଡ଼ି ଯୁବକ ମୃତ

Get real time updates directly on you device, subscribe now.

ଠାକୁରମୁଣ୍ଡା,(ବି.ବି.ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ୧୬କିମି ଦୂର ସଲେଇବେଡ଼ା ପଞ୍ଚାୟତ ରୁଗୁଡ଼ିସାହି ଗ୍ରାମର ଗୁରା ହୋ (୨୨) ଙ୍କ ତେଲନଦୀରେ ପଡ଼ି ମୃତ୍ୟୁ ଘଟିଛି । ନଦୀରେ ଗାଧୋଇବାକୁ ଯାଇ ମୃତ୍ୟୁ ଘଟିଥିବାରୁ ଏହା କୌଣସି ବିଷଧର ସର୍ପର ଆକ୍ରମଣ ବୋଲି ସନ୍ଦେହ କରାଯାଉଛି । ଠାକୁରମୁଣ୍ଡା ପୁଲିସ୍ କେସ୍ ନଂ ୧୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ।
ଘଟଣାରୁ ପ୍ରକାଶ ଯେ, ସାଲେଇବେଡ଼ା ପଞ୍ଚାୟତର ରୁଗୁଡ଼ିସାହି ଗ୍ରାମର ଡ଼ଗର ହୋଙ୍କ ପୁଅ ଆଜି ଦିନ ୧୦ଟା ବେଳେ ନଦୀକୁ ଗାଧୋଇବାକୁ ଯାଇଥିଲା । ଦିନ ଗୋଟାଏ ପର୍ଯ୍ୟନ୍ତ ଆଉ ଘରକୁ ଫେରି ନଥିଲା । ଗ୍ରାମର କିଛି ଲୋକ ନଦୀ ଭିତରେ ପଶି ଗାଧୋଉଥିବା ବେଳେ ତାଙ୍କ ଗୋଡ଼ରେ ଗୁରାର ମୃତ ଦେହ ବାଜିଥିଲା । ଘଟଣାସ୍ଥଳେ ଲୋକ ମାନେ ପାଣିରୁ ଯୁବକର ମୃତ ଦେହକୁ ଉଦ୍ଧାର କରିଥିଲେ ଏବଂ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକ ଆସି ଶବ ଚିହ୍ନଟ ପରେ ପୁଲିସକୁ ଖବର ଦେଇଥିଲେ । ପୁଲିସ ପ୍ରାଥମିକ ତଦନ୍ତରୁ ସାପ କାମୁଡା ବୋଲି ସନ୍ଦେହ କରୁଛି । ତେବେ ଡାକ୍ତରଙ୍କ ଘୋଷଣା ପରେ ସାପ କାମୁଡା କି ନୁହେଁ ଜଣାପଡିବ ବୋଲି ଥାନାଧିକାରୀ ଧିରେଶ ଦାଶ ସୂଚନା ଦେଇଛନ୍ତି । ନଦୀରୁ ଉଠାଇବା ପରେ ମୃତ ଗୁରାଙ୍କ ପାଟିରୁ ଫେଣ ବାହାରୁଥିବାର ଦେଖିବାକୁ ମିଳିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons