ତୈଳ ଉଦ୍ୟୋଗ ସମ୍ମିଶ୍ରଣର ପ୍ରସ୍ତାବ ନାହିଁ

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକୁ ସମ୍ମିଶ୍ରଣ କରିବା ନେଇ ଏବେ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନାହିଁ । କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏହି ସୂଚନା ଦେଇଛନ୍ତି । ରାଷ୍ଟ୍ରାୟତ୍ତ ଅଏଲ୍ ଆଣ୍ଡ ନାଚୁରାଲ୍ ଗ୍ୟାସ୍ କର୍ପୋରେସନ (ଓଏନ୍ଜିସି) ଗତ ବର୍ଷ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଇଣ୍ଡିଆନ୍ ଅଏଲ୍ ଓ ଭାରତ ପେଟ୍ରୋଲିୟମରୁ ସରକାରଙ୍କ ସେୟାର କିଣିଥିଲା । ସେହିପରି ତୈଳ ଉଦ୍ୟୋଗଗୁଡ଼ିକ ଗେଲ୍ ଇଣ୍ଡିଆରୁ ଅଂଶଧନ କିଣିବାକୁ ଆଗ୍ରହ ଦେଖାଇଛନ୍ତି । ଏଣୁ ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍ ଉଦ୍ୟୋଗଗୁଡ଼ିକର ସମ୍ମିଶ୍ରଣ ନେଇ ସରକାର ଯୋଜନା କରୁଥିବା ଆଶା କରାଯାଉଥିଲା । ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଧର୍ମେନ୍ଦ୍ର କହିଛନ୍ତି, ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ୍ ଉଦ୍ୟୋଗଗୁଡ଼ିକୁ ସମ୍ମିଶ୍ରଣ କରିବା ନେଇ ଏବେ ତାଙ୍କ ମନ୍ତ୍ରାଳୟ ନିକଟରେ କୌଣସି ପ୍ରସ୍ତାବ ନାହିଁ । ଏହାପୂର୍ବରୁ ୨୦୧୮ ଫେବ୍ରୁଆରୀ ୭ରେ ପେଟ୍ରୋଲିୟମ ମନ୍ତ୍ରୀ ରାଜ୍ୟସଭାକୁ କହିଥିଲେ, ଇଣ୍ଡିଆନ୍ ଅଏଲ୍ ଓ ଭାରତ ପେଟ୍ରୋଲିୟମ ନିଜ ନିଜର ତୈଳ ବ୍ୟବସାୟ ସହ ପ୍ରାକୃତିକ ଗ୍ୟାସ୍କୁ ଯୋଡ଼ିବା ଉଦ୍ଦେଶ୍ୟରେ ଗେଲ୍ ଇଣ୍ଡିଆକୁ ଅଧିଗ୍ରହଣ କରିବା ପାଇଁ ଆଗ୍ରହୀ ଥିବା ମନ୍ତ୍ରାଳୟକୁ ପୃଥକ ପୃଥକ ଭାବେ ସୂଚାଇଥିଲେ । ତ+ାଳୀନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ୨୦୧୭-୧୮ ବଜେଟ୍ ଭାଷଣରେ କହିଥିଲେ, ତୈଳ ଓ ଗ୍ୟାସ୍ କମ୍ପାନିଗୁଡ଼ିକର ଅଧିଗ୍ରହଣ ଓ ଏକୀକରଣ ଜରିଆରେ ସରକାର ଏକ ବୃହତ ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗ ଗଠନ ପାଇଁ ଯୋଜନା କରିଛନ୍ତି । ବଜେଟ୍ ଘୋଷଣା ପରେ ଏଚ୍ପିସିଏଲ୍ରୁ ଅଂଶଧନ କିଣିବାକୁ ଓଏନ୍ଜିସି ଆଗ୍ରହ ଦେଖାଇଥିଲା ଓ ଗତବର୍ଷ ଜାନୁଆରୀରେ ଏହା ଏଚ୍ପିସିଏଲ୍ରୁ ୩୬,୯୧୫ କୋଟି ଟଙ୍କାର ଅଂଶଧନ କିଣିଥିଲା । ସେହିଭଳି ଆଇଓସିଏଲ ଓ ବିପିସିଏଲ୍ ମନ୍ତ୍ରାଳୟକୁ ଚିଠି ଲେଖି ଗେଲ୍ରୁ ଅଂଶଧନ କିଣିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ପ୍ରସ୍ତାବ ଉପରେ ସରକାର କୌଣସି ନିଷ୍ପତ୍ତି ନେଇ ନ ଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି । ସେହିଭଳି ପେଟ୍ରୋଲିୟମ ମନ୍ତ୍ରୀ କହିଛନ୍ତି, ଏଚ୍ପିସିଏଲ୍ରୁ ଓଏନ୍ଜିସି ୫୧.୧୧ଧ ସରକାରୀ ଅଂଶଧନ କିଣିଛି । ଏହି ଅଧିଗ୍ରହଣ ପରେ ଏଚ୍ପିସିଏଲ୍ ଏବେ ଓଏନ୍ଜିସିର ସହଯୋଗୀ ରାଷ୍ଟ୍ରାୟତ୍ତ କମ୍ପାନି ଭାବେ କାର୍ଯ୍ୟ କରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons