ନୀଳଗିରି,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବେଗୁନିଆ ପଞ୍ଚାୟତର ତୋଟାପଡ଼ା ଗ୍ରାମରେ ଭୋଜି ଖାଇ ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ମୋଟ ୯୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡିଛନ୍ତି । ସେମାନଙ୍କ ମଧ୍ୟରୁ ୨୯ଜଣ ଗୁରୁତର ଅଛନ୍ତି । ଗୁରୁତରମାନଙ୍କୁ ନୀଳଗିରି ହସ୍ପିଟାଲରେ ଚିକିତ୍ସା କରାଯାଉଛି । କେତେକଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି ।
ସୂଚନାରୁ ପ୍ରକାଶ, ବେଗୁନିଆ ପଞ୍ଚାୟତ ତୋଟାପଡା ଗ୍ରାମର ସୁଦାମ ପ୍ରଧାନଙ୍କ ଘରେ ଗତ ଶୁକ୍ରବାର ଦିନ ସ୍ୱାଦଭକ୍ଷଣ ପାଇଁ ଗ୍ରାମବାସୀ ଭୋଜି ଖାଇବାକୁ ଯାଇଥିଲେ । ଗତକାଲି ରାତିରେ ଗ୍ରାମବାସୀଙ୍କ ମଧ୍ୟରୁ ଜଣକ ପରେ ଜଣେ ଅସୁସ୍ଥ ହୋଇ ପଡିଥିଲେ । ପାଖାପାଖି ୯୦ରୁ ଅଧିକ ଲୋକେ ଅସୁସ୍ଥ ହୋଇ ପଡିଥିଲେ । ୧୦୮ ଆମ୍ବୁଲାନ୍ସ ଓ ଘରୋଇ ଗାଡ଼ିରେ ୨୪ ଜଣଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଗୁରୁତରଙ୍କ ମଧ୍ୟରୁ ଅନେକ ଶିଶୁ ଅଛନ୍ତି । ଆହୁରି ଅନେକ ଅସୁସ୍ଥ ହେବାର ଆଶଙ୍କା ଦେଖା ଦେଇଛି । ଖବର ପାଇ ତୁରନ୍ତ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ଚନ୍ଦ୍ରବିନ୍ଦୁ ଦାସ ହସ୍ପିଟାଲରେ ପହଞ୍ଚି ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ସହ ଚିକିତ୍ସା ସଂପର୍କରେ ହସ୍ପିଟାଲ ଅଧିକାରୀଙ୍କ ସହ କଥା ହୋଇଥିଲେ । ଉପଖଣ୍ଡ ଡାକ୍ତରଖାନାରେ କୌଣସି ଡାକ୍ତର ନରହିବାରୁ ଏଭଳି ସଙ୍କଟ ସମୟରେ ଜଣେ ମାତ୍ର ମହିଳା ଡାକ୍ତର ସରୋଜିନୀ ପ୍ରଧାନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । ସଂକ୍ରାମକ ବିଭାଗରେ ଜାଗା ନଥିବାରୁ ରୋଗୀଙ୍କୁ ନୂଆ କରି ହୋଇଥିବା କୋଭିଡ ଗୃହରେ ଚିକିତ୍ସା କରାଯାଇଥିଲା । ଷ୍ଟାଫନର୍ସ ଅଭାବ ଥିବାରୁ ପାଖ କ୍ୱାର୍ଟରରେ ରହୁଥିବା ଷ୍ଟାଫନର୍ସ ନିୟତି ଦାସ ଅଧିକାରୀ ଓ ରଞ୍ଜିତା ମହାପାତ୍ର ଆସି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଖବର ପାଇବା ପରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଜିଲ୍ଲାପାଳ, ସିଡିଏମଓ ଏବଂ ଏସଡିଏମଓଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ନୀଳଗିରିରେ ଡାକ୍ତର ରହୁନଥିବାରୁ ଚିକିତ୍ସା ଅବହେଳା ଓ ହସ୍ପିଟାଲର ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ନଜରକୁ ଆଣିଛନ୍ତି । ଗତକାଲି ରାତିରେ ଏସଡିଏମଓ ଡା. ଅଜୟକୃଷ୍ଣ ସାମଲ ଓ ଆଉ ଦୁଇ ଡାକ୍ତର ପହଞ୍ଚି ଜରୁରିକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଝାଡ଼ାବାନ୍ତି ବ୍ୟାପିଥିବା ଗାଁରେ ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଖୁଲଣା ସାସମଲ (୬୦) ଙ୍କ ସ୍ୱାସ୍ଥାବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆଜି ସକାଳେ ପୁଣି ଆଉ ପାଞ୍ଚ ଜଣ ଗୁରୁତର ହାଇ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସକାଳେ ପୁଣି ବିଧାୟକ, କେନ୍ଦ୍ରମନ୍ତ୍ରୀଙ୍କ ପିଏ ଏବଂ ବିଜେଡି ନେତା ସନ୍ତୋଷ ଖଟୁଆ ହସ୍ପିଟାଲରେ ପହଞ୍ଚି ପୁଣି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ । ସିଡିଏମଓ ଡା. ଦୁଲାଲସେନ ଜଗଦେ୍ଧବ ଆସି ସ୍ୱାସ୍ଥ୍ୟ ସେବା ତଦାରଖ କରିଛନ୍ତି । ଆଜି ବରମପୁର ଓ ବାଲେଶ୍ୱରରୁ ସ୍ୱାସ୍ଥ୍ୟ ବିଭାଗର ଦୁଇଟି ଟିମ ଗାଁରେ ପହଁଞ୍ଚି ୬୨ ଜଣ ଅସୁସ୍ଥ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେଇଛନ୍ତି । ସେହିପରି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ନଳକୂପକୁ ଶୋଧନ କରାଯାଉଛି । ତେବେ କରୋନା ଭଳି ସଙ୍କଟ ସମୟରେ ନିୟମ ଉଲଂଘନ କରି ଏତେ ସଂଖ୍ୟକ ଲୋକଙ୍କୁ ଏକତ୍ରିତ କରି ଖାଇବାକୁ ଦେଇଥିବା ବ୍ୟକ୍ତିଙ୍କ ଉପରେ କିଭଳି କାର୍ଯ୍ୟାନୁÂାନ ନିଆଯାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।
Comments are closed, but trackbacks and pingbacks are open.