‘ଥପ୍ପଡ୍’ରେ ଶିକ୍ଷା ଦେବେ ତାପସୀ

Get real time updates directly on you device, subscribe now.

ଟଲିଉଡ୍ ତଥା ବଲିଉଡ୍ ଲୋକପ୍ରିୟ ଅଭିନେତ୍ରୀ ତାପସୀ ପନ୍ନୁ ଆଗାମୀ ବର୍ଷ ମହିଳା ଦିବସରେ ଫିଲ୍ମ ‘ଥପ୍ପଡ୍’ଜରିଆରେ ଲୋକଙ୍କୁ ସାମାଜିକ ଶିକ୍ଷା ଦେବେ । ଏକ ସତ୍ୟ ଘଟଣାକୁ ନେଇ ଫିଲ୍ମର କାହାଣୀ ଆଧାରିତ ବୋଲି ତାପସି ତାଙ୍କ ସୋସିଆଲ୍ ଆକାଉଣ୍ଟ ମାଧ୍ୟମରେ ପ୍ରକାଶ କରିଛନ୍ତି । ନିଜ ଆଗାମୀ ଫିଲ୍ମ ବିଷୟରେ ପ୍ରକାଶ କରିବା ସହ ସେ ଫିଲ୍ମ ନିର୍ଦ୍ଦେଶକ ଅନୁଭବ ସିହ୍ନାଙ୍କ ସହ ଏକାଠି ଡାଇନିଂ ଟେବୁଲ୍ରେ ବସିଥିବା ଫଟୋ ସେୟାର୍ କରିଛନ୍ତି । ଫଟୋରେ ଥିବା ଟେବୁଲ୍ ଉପରେ କିଛି ଖାଦ୍ୟ ପରଷା ଯାଇଥିବା ଦୃଶ୍ୟ ମଧ୍ୟ ରହିଛି । ତେବେ ଫିଲ୍ମ ନିର୍ଦ୍ଦେଶକ ଅନୁଭବ ‘ମୁଲ୍କ୍’ ଫିଲ୍ମର ନିର୍ଦ୍ଦେଶକ ଅଟନ୍ତି । ସେହି ଫିଲ୍ମରେ ତାପସୀଙ୍କ ଦମ୍ଦାର୍ ଅଭିନୟ ଦେଖି ସେ ଖୁସି ହୋଇଯାଇଥିଲେ ଏବଂ ତାଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ଥପ୍ପଡ୍ରେ ଅଭିନୟ କରିବାକୁ ତାପସୀଙ୍କୁ ପ୍ରପୋଜାଲ୍ ଦେଇଥିଲେ । ତାପସୀ ଫିଲ୍ମର କାହାଣୀ ଶୁଣିସାରିବା ପରେ ତାଙ୍କୁ ହଁ ଭରିଥିଲେ । ତାପସୀ ବହୁ ଦିନରୁ ଏକ ଚ୍ୟାଲେଞ୍ଜିଂ ରୋଲ୍ ଖୋଜୁଥିଲେ । ଥପ୍ପଡ୍ ଫିଲ୍ମ ମଧ୍ୟରେ ସେ ତାଙ୍କ ଖୋଜୁଥିବା ଚରିତ୍ର ପାଇଛନ୍ତି ବୋଲି ଅଭିନେତ୍ରୀ ପ୍ରକାଶ କରିଛନ୍ତି । ଥପ୍ପଡ୍ ଫିଲ୍ମ ଆଗାମୀ ବର୍ଷ ମହିଳା ଦିବସ ମାର୍ଚ୍ଚ ୮ରେ ମୁକ୍ତିଲାଭ କରିବ ଏବଂ ଚଳିତ ବର୍ଷ ଅଗଷ୍ଟରେ ଏହି ଫିଲ୍ମର ସୁଟିଂ କାର୍ଯ୍ୟ ଆରମ୍ଭ ହେବ । ସୂଚନା ଥାଉଯେ, ତାପସୀ ଏବେ ଫିଲ୍ମ ‘ସାଫ୍ କି ଆଖ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons