ଛତ୍ରପୁର, (ବି.ବି.ନ୍ୟୁଜ୍): ଗୋଲାପ ଫୁଲ ଚାଷରେ ଗଞ୍ଜାମ ଜିଲ୍ଲାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରାଜ୍ୟରେ ଖ୍ୟାତି ଅର୍ଜନ କରିଥିଲା । ଏବେ ଥାଇଲାଣ୍ଡ୍ରୁ ଆସିଲା ଏକ ନୂଆ କିସମର ଫୁଲଚାରା ଜର୍ବେରା । ଆଜି ଉଡ଼ାଜାହାଜରେ ଏହି ଚାରା ଭୁବନେଶ୍ୱର ଆସିଥିଲା । ସେଠାରୁ ସ୍ୱତନ୍ତ୍ର ଗାଡ଼ିରେ ଏହାକୁ ଭଦ୍ରକ ଜିଲ୍ଲା ପ୍ରଶାସନ ଏଠାକୁ ଆଣିଥିଲେ । ଆଜି ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଭଦ୍ରକ ଜିଲ୍ଲାର ଓଡ଼ିଶା ଜୀବିକା ମିଶନର ଡିପିଏମ୍ ସଞ୍ଜୟ କୁମାର ବାରିକ ଥାଇଲାଣ୍ଡରୁ ଆସିଥିବା ଗ୍ର୍ରୋଭର୍ ଫୁଲ ଗଛ ଚାରା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଭିକାରୀପଲ୍ଲୀ ପଞ୍ଚାୟତର ନୂଆପଲ୍ଲୀ ଫାର୍ମରେ ରୋପଣ କରିଥିଲେ । ପରେ ଫାର୍ମ ପରିଦର୍ଶନ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟଙ୍କ ସହିତ ଚାଷ ସଂପର୍କରେ ଆଲୋଚନା କରିଛନ୍ତି । ତାଙ୍କ ସହ ଗଞ୍ଜାମ ଜିଲ୍ଲା ଡିପିଏମ୍ ନବୀନ ସେନାପତି ଓ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ନଳିନୀ ମିଶ୍ର, ବ୍ଲକ୍ ଡିପିଏମ୍ ମାମାନା ଜେନା ଉପସ୍ଥିତ ଥିଲେ । ଏହି ପ୍ରକଳ୍ପକୁ ଜିଲ୍ଲାପାଳ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସହଯୋଗରେ ଥାଇଲାଣ୍ଡରୁ ୧ ଲକ୍ଷ ୨୮ ହଜାର ଜର୍ବେରା ଚାରା ଥାଇଲାଣ୍ଡରୁ କିଣା ଯାଇଛି । ୪୦୦ ବର୍ଗ ମିଟର ଅଞ୍ଚଳରେ ୩୫୦୦ ଗ୍ରୋଭର ଚାରାରୋପଣ କରିବାକୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ପୂର୍ବରୁ ସେଠାରେ ୪୦୦ ବର୍ଗମିଟର ଅଞ୍ଚଳରେ ବିଭିନ୍ନ ପ୍ରକାର ଗୋଲାପ ଗଛ ଚାଷ କରାଯାଉଛି । ସେହିପରି ଆଉ ୪୦୦ ବର୍ଗମିଟର ଅଞ୍ଚଳରେ ଅନିକେଟ ଫୁଲ ଚାଷ କରିବାକୁ ପ୍ରସ୍ତାବ ଥିବା ଏପିଡି ନଳିନୀ ମିଶ୍ର କହିଛନ୍ତି । ଏହା ପୁନେରୁ ଆସିବ । ପାଞ୍ଚଟି ସ୍ୱୟଂ ସହାୟିକା ଗୋଷ୍ଠୀ ଏହି ପ୍ରକଳ୍ପ କରିବାକୁ ବ୍ୟାଙ୍କ୍ରୁ ୩ ଲକ୍ଷ ଟଙ୍କା ଓ ଜୀବିକା ମିଶନ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛି । ଉଦ୍ୟାନ ବିଭାଗ ମଧ୍ୟ ଆର୍ଥିକ ସହାୟତା ଦେଇଛି । ରାଜ୍ୟର ଏହା ପ୍ରଥମ ପ୍ରକଳ୍ପ ବୋଲି କୁହାଯାଇଛି ।
ସ୍ୱୟଂ ସହାୟିକା ଗୋଷ୍ଠୀ ନିଜ ପ୍ରଚେଷ୍ଟାରେ ଗୋଲାପ ଫୁଲ ଚାଷ କରିଛନ୍ତି । ଗ୍ରାମ୍ୟଦେବୀ ସ୍ୱୟଂସହାୟିକା ଗୋଷ୍ଠୀ ୪୦୦ ବର୍ଗ ମିଟର ପରିମିତ କ୍ଷେତରେ ଏହି ଗୋଲାପ ଚାଷ ବାଉଁଶ ଆଛାଦିତ ସବୁଜ ଗୃହରେ କରାଯାଇଛି । ଜାତୀୟ ଉଦ୍ୟାନ କୃଷି ମିଶନ ଆର୍ଥିକ ସହାୟତା ଓ ଉଦ୍ୟାନ କୃଷି ବିଭାଗର ବୈଷୟିକ ସହାୟତାରେ ଏହି କାର୍ଯ୍ୟକ୍ରମ ହୋଇଛି । ଏଥିରେ ପ୍ରାୟ ୩୨୦୦ ଡଚ୍ କିସମର ଗୋଲାପ ଗଛ ଲାଗିଛି । ୫ମାସ ପରେ ବ୍ୟବସାୟିକ ଭିତ୍ତିରେ ଫୁଲ ଉତ୍ପାଦନ ହେବ । ବାର୍ଷିକ ୨ ଲକ୍ଷ ପର୍ଯ୍ୟନ୍ତ ଆୟ ହୋଇପାରିବ ବୋଲି ଅନୁମାନ କରାଯାଇଛି । ସ୍ୱୟଂସହାୟିକା ଗୋଷ୍ଠୀ ଗୋଲାପ ଫୁଲ ଚାଷ କରି ଓଡ଼ିଶାରେ ପ୍ରଥମ । ଏହାକୁ ପ୍ରଦର୍ଶନୀ କ୍ଷେତ୍ର ଭାବେ ଉପଯୋଗ କରି ଅନ୍ୟାନ୍ୟ ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ଏଥି ପ୍ରତି ଆକୃଷ୍ଟ କରିବା ପାଇଁ ଜିଲ୍ଲାପାଳ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରି କହିଥିଲେ । ଆଜି ଏହି କ୍ଷେତକୁ ଭଦ୍ରକ ଜିଲ୍ଲାପାଳ ପରିଦର୍ଶନ କରି ମାଆ ମାନଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଗ୍ରାମଦେବୀ ସ୍ୱୟଂ ସହାୟିକା ଗୋଷ୍ଠୀ କରି୍ଥିବା ଏହି ଗୋଲାପ ଚାଷ ଜାତୀୟ ଉଦ୍ୟାନ କୃଷି ମିଶନ ଆର୍ଥିକ ସହାୟତା ଓ ଉଦ୍ୟାନ କୃଷି ବିଭାଗ ବୈଷୟିକ ସହାୟତାରେ ଏହି କାର୍ଯ୍ୟକ୍ରମ ହୋଇଛି । ସ୍ୱୟଂ ସହାୟିକା ଗୋଷ୍ଠୀ ଗୋଲାପ ଫୁଲ ଚାଷ କରିବା ଓଡ଼ିଶାରେ ଏହା ପ୍ରଥମ । ଏହାକୁ ପ୍ରଦର୍ଶନୀ କ୍ଷେତ୍ର ଭାବେ ଉପଯୋଗ କରି ଅନ୍ୟାନ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲାପାଳ ଉଦ୍ୟାନ କୃଷି ଉପନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଛନ୍ତି ।
Comments are closed, but trackbacks and pingbacks are open.