ଥାନାକୁ ପଶିଲେ ବାଘଛୁଆ

Get real time updates directly on you device, subscribe now.

କୋକସରା,(ବି.ବି.ନୁ୍ୟଜ): ବାଘ ବୁଲୁଛି, ବନବିଭାଗ ପାଖରେ ଖବର ନାହିଁ । ଲୋକେ ଭୟଭୀତ । କେତେବେଳେ ମାଈ ବାଘ ଘୁରିବୁଲୁଛି ତ ପାଉ କେତେବେଳେ ଶାବକ । କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ପାଉ କେତେବେଳେ ବସ୍ତି ଭିତରକୁ ପଶିପାସୁଛନ୍ତି । ଏପରି କି ଥାନା ଭିତରକୁ ବି ପଶିପାସୁଛନ୍ତି । ଏତେ ଘଟଣା ଘଟିଲା ପରେ ବି ବନପାଳ କିମ୍ବା ବନବିଭାଗର କୌଣସି ପଧିକାରୀଙ୍କ ପାଖରେ ଖବର ନାହିଁ । ବିଭାଗୀୟ ପଧିକାରୀମାନେ କହୁଛନ୍ତି ପାମେ ବାଘ ଦେଖିବୁ, ତଦନ୍ତ କରିବୁ, ପାଉ ତାପରେ କହିବୁ । ଇତିମଧ୍ୟରେ ଏକାଧିକ ଭିଡିଓ ଫୁଟେଜ୍ ବାଘଙ୍କ ଗତିବିଧିର ସ୍ପଷ୍ଟ ପ୍ରମାଣ ଦେଇ ସାରିଲାଣି । ତଥାପି ବିଭାଗ କିଛି ସ୍ପଷ୍ଟ ଜାଣିନଥିବା କହୁଛି ।
ଜାନୁୟାରୀ ୪ ତାରିଖ ରାତିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ପାମପାଣି ଘାଟି ରାସ୍ତା କଲରାପତରିପା ବାଘ ଦେଖିଥିବା କିଛି ସ୍ଥାନୀୟ ଲୋକେ ଦାବି କରିଥିଲେ । ଏହାର ଭିଡିଓ ମଧ୍ୟ ସେମାନେ ପ୍ରମାଣ ଭାବେ ଦେଇଥିଲେ । ଏହାପରେ ଗତରାତିରେ ପାମପାଣି ଥାନା ଭିରତକୁ ଦୁଇ ଦୁଇଟି କଲରାପତରିପା ବାଘ ଶାବକ ପଶି ପାସିଥିଲେ, ଯାହା ଥାନାର ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିବା ଫୁଟେଜ୍ କହୁଛି । ଦୁଇ ଶାବକ ଥାନା ଭିତରକୁ ପଶି ବୁଲାବୁଲି କରିବା ପରେ ଥାନାଧିକାରୀଙ୍କ ଗାଡ଼ିକୁ ମଧ୍ୟ ରାମ୍ପୁଡ଼ିଥିଲେ । ଏହାର ପ୍ରମାଣ ବି ସେଠାରେ ମହଜୁଦ । ଏପରି କି ଥାନା ପରିସରରେ ଶାବକଙ୍କ ପାଦଚିହ୍ନ ବି ଠାବ କରାଯାଇଛି । ତଥାପି ବନବିଭାଗ ପଧିକାରୀମାନେ କହୁଛନ୍ତି ଘଟଣା ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ, ତଦନ୍ତ ପରେ ହିଁ ପାମେ ସ୍ପଷ୍ଟ କହିପାରିବୁ । ସେପଟେ ବାଘ ବିଚରଣ କଥା ପ୍ରଘଟ ହେବା ପରେ ପଞ୍ଚଳରେ ଭୟର ବାତାବରଣ । ସନ୍ଧ୍ୟାହେଲେ ଲୋକେ ଘରୁ ବାହାରିବାକୁ ସୁରକ୍ଷିତ ମଣୁନାହାନ୍ତି । ଏଠାରେ କେବଳ ଲୋକଙ୍କ ସୁରକ୍ଷା କଥା ଉଠୁନି, ବନବିଭାଗର ଏଭଳି ପାଚରଣ କଲରାପତରିପା ଭଳି ଏକ ବିରଳ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ମଧ୍ୟ ବିପନ୍ନ କରିଦେଇଛି ।
ସୂଚନାମତେ, ଗତରାତି ପ୍ରାୟ ୧୦ଟା ବେଳେ ପାମପାଣି ଥାନା ପରିସରକୁ ୨ଟି ବାଘ ଛୁପା ପଶି ପାସିଥିଲେ । ଏହାପରେ ଧର୍ମଗଡ଼ ବନାଞ୍ଚଳ ପନ୍ତର୍ଗତ ପାମପାଣି ରେଞ୍ଜ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରେ ବାଘ ରହିଥିବା ସ୍ପଷ୍ଟ ହୋଇଛି । ଘଟଣା ପରେ ବନବିଭାଗର ଏକ ଟିମ୍ ପହଞ୍ଚି ତଦନ୍ତ ପାରମ୍ଭ କରିଛି । ଏନେଇ ପାମପାଣି ବନପାଳ ଜଗନ୍ନାଥ ନାଗଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ସ୍ପଷ୍ଟ ଜଣାପଡିନାହିଁ ବୋଲି କହିଛନ୍ତି । ପୂର୍ବରୁ ବି ଜାନୁୟାରୀ ୪ରେ ପାମାପାଣି ଘାଟି ରାସ୍ତାରେ ବାଘ ଦେଖାଯିବା ପରେ ବନବିଭାଗର ଏକ ଟିମ୍ ତଦନ୍ତ କରିଥିଲା । ବାଘର ଉପସ୍ଥିତି ନେଇ କୌଣସି ପ୍ରମାଣ ମିଳିନାହିଁ, ତଦନ୍ତ ଚାଲିଛି ବୋଲି ବନବିଭାଗର ପଧିକାରୀମାନେ କହିଥିଲେ । ପୁଣି ୩-୪ ଦିନ ପୂର୍ବରୁ ଘାଟି ରାସ୍ତାରେ ଏକ ବାଇକ୍ ଉପରେ ବାଘ ପାକ୍ରମଣ କରିଥିବା ନେଇ ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତାହା ବି ବନବିଭାଗ ପାଖରେ ଖବର ନାହିଁ ।
ସେପଟେ ବାଘ ଏବଂ ଶାବକ ଜନବସତି ପାଖେପାଖେ ଏଭଳି ଭାବେ ଘୂରି ବୁଲିବା ସେମାନଙ୍କ ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । କାରଣ ମଣିଷ ଓ ବନ୍ୟପ୍ରାଣୀର ସଂଘର୍ଷ ପାଜିକାଲି କିଛି ନୂପାକଥା ନୁହେଁ । ଏଭଳି ବିପନ୍ନ ପବସ୍ଥାରେ ବୁଲୁଥିବା ଏହି ବିରଳ ପ୍ରାଣୀ କେତେବେଳେ ଯେ କାହା ହାବୁଡ଼ରେ ପଡ଼ିବେ ତାହାର କିଛି ଠିକ୍ ଠିକଣା ନାହିଁ । କେତେବେଳେ କେଉଁ ଗାଡ଼ି ତଳେ ତ ପାଉ କେତେବେଳେ ଶିକାରୀଙ୍କ ହାବୁଡ଼ରେ ପଡ଼ି ପ୍ରାଣ ହରାଇବାର ପୂର୍ଣ୍ଣ ସମ୍ଭାବନା ରହିଛି । ସଂଘର୍ଷ ସମୟରେ ଜୀବନ ରକ୍ଷା ଲାଗି ମଣିଷ ମଧ୍ୟ ଏମାନଙ୍କ କ୍ଷତି ଘଟାଇପାରେ । ଏଣୁ ବାଘ ଏବଂ ଶାବକଙ୍କ ସୁରକ୍ଷା ଲାଗି ବନବିଭାଗ ତପôରତା ଦେଖାଇ ତୁରନ୍ତ ସେମାନଙ୍କୁ ଠାବ କରିବା ଏବଂ ସୁରକ୍ଷା ଦେବାକୁ ପ୍ରାଣୀପ୍ରେମୀ ମହଲରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons