ଥାନାକୁ ଯାଉଥିବା ମହିଳାଙ୍କୁ ଅପହରଣ ଉଦ୍ୟମ: କନଷ୍ଟେବଳଙ୍କ ସମେତ ୩ ଗିରଫ

Get real time updates directly on you device, subscribe now.

ଭୁବନେଶ୍ୱର (ବି.ବି.ନୁ୍ୟଜ୍): ଥାନାକୁ ଅଭିଯୋଗ ଜଣାଇବାକୁ ଆସୁଥିବା ଜଣେ ମହିଳାଙ୍କୁ ଅପହରଣ ଉଦ୍ୟମ ଅଭିଯୋଗରେ ପୋଲିସ ଜଣେ କନଷ୍ଟେବଳଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି । ରାଜଧାନୀର ସହିଦ ନଗର ଅଞ୍ଚଳରେ ଗତକାଲି ରାତିରେ ଏପରି ଘଟଣା ଘଟିଯାଇଛି । ଗିରଫ କନଷ୍ଟେବଳ ଜଣଙ୍କ ଓଡ଼ିଶା ଆର୍ମି ପୋଲିସରେ କାର୍ଯ୍ୟରତ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ , ଗତକାଲି ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ସହିଦନଗର ଅଞ୍ଚଳର ଜଣେ ମହିଳା ସହିଦନଗରର ଥାନାକୁ ଅଭିଯୋଗ ଜଣାଇବା ନିମନ୍ତେ ଏକୁଟିଆ ଚାଲିଚାଲି ଆସୁଥିଲେ । ଏହି ସମୟରେ ଏକ ଅଟୋରେ ଜଣେ କନଷ୍ଟେବଳଙ୍କ ସମେତ ତିନି ଜଣ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ । ସମ୍ପୃକ୍ତ ମହିଳାଙ୍କ ସହ କଥା ହୋଇ ତାଙ୍କୁ ଥାନାରେ ପହଞ୍ଚାଇ ଦେବେ ବୋଲି କହିଥିଲେ ।ଏହାପରେ ମହିଳା ଜଣକ ସେମାନଙ୍କ ସହ ଅଟୋରେ ବସିଥିଲେ । କିନ୍ତୁ ଉକ୍ତ ଯୁବକମାନେ ସଂପୃକ୍ତ ମହିଳାଙ୍କୁ ଥାନାକୁ ନ ନେଇ ଖଣ୍ଡଗିରି ଓ ଚନ୍ଦକାର ବିଭିନ୍ନ ଅଞ୍ଚଳରେ ବୁଲାଇଥିଲେ । ଅଟୋରେସେମାନେ ଜୋରଜବରଦସ୍ତି ଭାବେ ମହିଳାଙ୍କ ସହ ଅସଦାଚରଣ କରିତôବା ଅଭିଯୋଗ ହୋଇଛି । ପରେ ସେମାନେ ଅଟୋରେ ମହିଳାଙ୍କୁ ନେଇ ସହିଦନଗର ଆସିଥିଲେ । ଗାଡ଼ିଟି ସହିଦ ନଗର ଥାନା ନିକଟରେ ଯାଉଥିବା ବେଳେ ମହିଳା ଜଣଙ୍କ ଗାଡ଼ିରୁ ଡେଇଁ ପଡ଼ି ଜୋରରେ ଚିକ୍ରାର କରିଥିଲେ । ଏହା ଶୁଣି ଥାନା ନିକଟରେ ଥିବା ଲୋକେ ଦୋଡ଼ି ଆସି କନଷ୍ଟେବଳଙ୍କ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଗିରଫ କନଷ୍ଟେବଳଙ୍କର ଗତକାଲି ଖଣ୍ଡଗିରି ଥାନାରେ ସାଢେ଼ ନଅଟାରୁ ସକାଳ ସାଢେ଼ ସାତଟା ଯାଏ ଡୁ୍ୟଟି ରହିଥିଲା ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons