ଥାନାର ଦ୍ୱାରସ୍ଥ ହେଲେ ୨ ସାହିର ମହିଳା

Get real time updates directly on you device, subscribe now.

କାକିରିଗୁମ୍ମା,(ବି.ବି.ନୁ୍ୟଜ): ଲକ୍ଷ୍ମୀପୁ ବ୍ଲକ୍ କାକିରିଗୁମ୍ମା ସଦର ପଞ୍ଚାୟତର ଗୋଟିଏ ସାହିକୁ ପାଣି ନଆସିବାରୁ ପମ୍ପହାଉସ୍ରେ ତାଲା ପକାଇଦେଲେ ସାହିବାସିନ୍ଦା । ଏହାକୁ ବିରୋଧ କରି ଅନ୍ୟ ଦୁଇଟି ସାହିର ମହିଳାମାନେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତୁରନ୍ତ ପାଣି ସମସ୍ୟାର ସ୍ଥାୟୀ ସମାଧାନ କରିବା ଲାଗି ସେମାନେ ଦାବି କରିଛନ୍ତି ।
ସାହିବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, ସଦର ପଞ୍ଚାୟତକୁ ପାଣି ଯୋଗାଇବା ଲାଗି ୫୦ ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପରୁ ବିଭିନ୍ନ ସାହିକୁ ପାଣି ଯୋଗାଣ ହେଉଛି । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ କେତେକ ସାହିକୁ ଆଦୌ ପାଣି ଯାଇପାରୁନି । ଦୀର୍ଘଦିନ ହେଲା ଗୋଟିଏ ସାହିକୁ ପାଣି ନଆସିବାରୁ ସାହିବାସିନ୍ଦା ଉତ୍ତ୍ୟକ୍ତ ହୋଇ ପମ୍ପହାଉସ୍ରେ ତାଲା ପକାଇ ଦେଇଥିଲେ । ଫଳରେ ଅନ୍ୟ ସାହିର ଲୋକେ ପାଣି ପାଇବାରୁ ବଞ୍ଚିତ ହେଲେ । ଏହାକୁ ନେଇ ପାଇକସାହି ଓ ଧୋବାସାହିର ୫୦ରୁ ଅଧିକ ମହିଳା ବିରୋଧ କରି ଆଜି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେମାନେ କହିଛନ୍ତି ଯେ, ୫ ଦିନ ତଳେ ପାଇପ୍ରେ ପାଣି ଛଡାଯାଇଛି । ଯଥେଷ୍ଟ ନହେଲେ ମଧ୍ୟ ସାହିର ଲୋକେ ଅଳ୍ପବହୁତ ପାଣି ନେଇ ଚଳିଯାଉଥିଲେ । ପମ୍ପ ହାଉସ୍ରେ ତାଲା ପକାଇବା ପରେ ଜଳଯୋଗାଣ ବନ୍ଦ ହୋଇଯାଇଛି । ଫଳରେ ପାଣି ସମସ୍ୟା ଉ+ଟ ରୂପ ଧାରଣା କରିଛି ବୋଲି ସାହିର ରଇଲା ମୁଦୁଲି, ସଞ୍ଜୁ ବେହେରା, ଯଶୋଦା ନାର୍ଯ୍ୟ, ଚନ୍ଦ୍ରମା ମୁଦୁଲି, ଅନିତା ମୁଦୁଲି ପ୍ରମୁଖଙ୍କ ସମେତ ୫୦ରୁ ଅଧିକ ମହିଳା କହିଛନ୍ତି । ସମାଜସେବୀ ଟୁକୁନା ବିଶୋଇ କହିଛନ୍ତି ଯେ, ଲକ୍ଷାଧିକ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ରକ୍ଷଣାବେକ୍ଷଣ ଅଭାବରୁ ଅଧା ସାହିକୁ ଠିକ୍ ଭାବେ ପାଣି ପହଞ୍ଚିପାରୁନି । ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁ ଲୋକେ ପାଣି ସମସ୍ୟାରେ ସନ୍ତୁଳି ହେଉଥିବା ସେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚ ପାର୍ବତୀ ହିକକାଙ୍କୁ ପଚାରିବାରୁ ଏହା ତାଙ୍କ ଦାୟିତ୍ୱ ନୁହେଁ ବୋଲି କହି ହାତ ଝାଡିଦେଇଛନ୍ତି । ତୁରନ୍ତ ଏହାର ତଦନ୍ତ କରି ବ୍ଲକ୍ ପ୍ରଶାସନ ସଦର ପଞ୍ଚାୟତବାସୀଙ୍କୁ ପାନୀୟଜଳ ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons