ସାତମାଇଲ,(ବି.ବି.ନୁ୍ୟଜ): ହିନେ୍ଦାଳ ବନାଞ୍ଚଳ ଅନ୍ତର୍ଗତ ବମ୍ପା ଗ୍ରାମପଞ୍ଚାୟତର ଗଞ୍ଜାରା ଗ୍ରାମର ଚାଷୀ ନିରଞ୍ଜନ ସାହୁ(୬୨)ଙ୍କ ଦନ୍ତାହାତୀ ଆକ୍ରମଣରେ ମୃତୁ୍ୟ ହୋଇଛି । ଆଜି ସକାଳେ ନିରଞ୍ଜନ ଧାନଖଳାକୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ । ଦନ୍ତାଟି ତାଙ୍କୁ ଆକ୍ରମଣ କରି ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା । ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ହୋଇଥିଲା । ଅଞ୍ଚଳରେ ହାତୀ ଉପଦ୍ରବ କରି ବ୍ୟାପକ ଧନଜୀବନ ହାନି କରୁଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ବନ ବିଭାଗର ଅଧିକାରୀ ସଦଳବଳ ଘଟଣା ସ୍ଥଳରେ ପହଞ୍ଚô ଲୋକମାନଙ୍କୁ ବୁଝାସୁଝା କରିଥିଲେ । ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ପରବର୍ତ୍ତୀ ସମୟରେ ସରକାରୀ ନିୟମ ଅନୁଯାୟୀ ଅବଶିଷ୍ଟ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଜଣାଯାଇଛି ।
Comments are closed, but trackbacks and pingbacks are open.