ମାନେଶ୍ୱର, (ବି.ବି.ନୁ୍ୟଜ୍): ସଦର ରେଞ୍ଜ ଅଞ୍ଚଳରେ ଏକ ଦନ୍ତା ଉପôାତ ଲୋକଙ୍କ ନିଦ ହଜାଇ ଦେଇଛି । ଗତ ରାତିରେ ଏହି ହାତୀଟି ବସିଆ ବିଟ୍ ସଂରକ୍ଷିତ ଜଙ୍ଗଲରେ ଜଣେ ବୃଦ୍ଧଙ୍କୁ ଦଳି ମାରି ଦେଇଛି । ପୁଣି ଆଜି ପୂର୍ବାହ୍ନରେ ଝାଙ୍କରବାହାଲି-ବଦୁଆପାଲି ରାସ୍ତା ଉପରକୁ ଚାଲିଆସି ଜଣେ ବୃଦ୍ଧାଙ୍କୁ ଘାଏଲା କରିଛି । ମୃତକ ଜଣକ ଇଚ୍ଛାପାଳ ଗାଁର ନିରଞ୍ଜନ ଭୋଇ(୬୨) । ଆହତ ଜଣକ ରାଇ ସାହା (୬୦) ।
ଗତରାତିରେ ନିରଞ୍ଜନ ତାଙ୍କ ହଜିଯାଇଥିବା ବଳଦ ଖୋଜିବାକୁ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ଏହି ସମୟରେ ସେ ଦନ୍ତା ହାବୁଡ଼ରେ ପଡ଼ିଥିଲେ । ଦନ୍ତା ତାଙ୍କୁ ଦଳି ଦେଇଥିଲା ଓ ଏଥିରେ ତାଙ୍କ ପ୍ରାଣହାନି ଘଟିଛି । ଆଜି ସକାଳେ ସ୍ଥାନୀୟ ଲୋକେ ଏନେଇ ଖବର ଦେବା ପରେ ରେଞ୍ଜର ଗୌରୀଶଙ୍କର ଦାସ, ଫରେଷ୍ଟର ସୁନୀଲ ମହାପାତ୍ର ପ୍ରମୁଖ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ । ଯୁଯୁମୁରା ଆଇଆଇସି ଲୋକନାଥ ସାହୁ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ।
ଅନ୍ୟପଟେ ଉକ୍ତ ଦନ୍ତାଟି ଝାଙ୍କରବାହାଲି ପଟକୁ ଆଜି ପୂର୍ବାହ୍ନରେ ଚାଲିଆସିଥିଲା । ରାଇ ସାହା ଓ ତାଙ୍କ ପୁଅ କମିଶନ ବଦୁଆପାଲିରୁ ପୂର୍ବାହ୍ନ ୧୧ଟାରେ ନିଜ ଗାଁକୁ ଫେରୁଥିବା ବେଳେ ବାଟରେ ଦନ୍ତା ହାତୀ ଆକ୍ରମଣ କରିଥିଲା । ଏଥିରେ ରାଇ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇ ଫରେଷ୍ଟର ଘଟଣା ସ୍ଥଳରେ ପହଞ୍ଚି ରାଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିିତ୍ସା ପାଇଁ ସଦର ଡାକ୍ତରଖାନାକୁ ପଠାଇଛନ୍ତି । ମୃତକ ଓ ଆହତଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।
Comments are closed, but trackbacks and pingbacks are open.