ଦଶମନ୍ତପୁର: ଲଗାଣ ବର୍ଷାରେ ସ୍ଥାନୀୟ ମୁର୍କାର ପଞ୍ଚାୟତ ବିରିଗୁଡା ଗାଁ ନିକଟରେ ଥିବା ଏକ ହୁ୍ୟମ୍ପାଇପ୍ ପୋଲ ଦବିଯାଇଛି । ପୋଲ ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଫଳରେ ଗାଁକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲିଟିଛି । ପୋଲ ମଝିରେ ଗାତ ହୋଇ ଦବିଯିବାରୁ ଗାଁ ରାସ୍ତାରେ ଭାରୀଯାନ ଚଳାଚଳ ଠପ୍ ହୋଇଯାଇଛି । ଏହାକୁ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି । ତୁରନ୍ତ ଏହି ପୋଲକୁ ମରାମତି କରିବା ଲାଗି ଗାଁ ଲୋକେ ଦାବି କରିଛନ୍ତି ।
ଗ୍ରାମବାସୀ କହିଛନ୍ତି, ଲଗାଣ ବର୍ଷାରେ ଗାଁ ନିକଟରେ ଥିବା ହୁ୍ୟମ୍ପାଇପ୍ ପୋଲ ମଝିରେ ଦବିଯାଇ ବଡ଼ ଗାତ ସୃଷ୍ଟି ହୋଇଥିଲା । ଆଜି ସକାଳେ ଗାଁର କେତେକ ଯୁବକ ମାଟି ପକାଇ ଅସ୍ଥାୟୀ ଭାବେ ସମତୁଲ କରିଛନ୍ତି । କିନ୍ତୁ ବଡ ବର୍ଷା ହେଲେ ନାଳର ପ୍ରଖର ସୁଅରେ ସେଗୁଡିକ ଭାସିଯିବ ବୋଲି ଆଶଙ୍କା କରିଛନ୍ତି । ପୋଲ ଦବି ଯାଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସିପାରିବ ନାହିଁ । ଫଳରେ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାରେ ଗାଁ ଲୋକେ ଅସୁବିଧା ଭୋଗିବେ ।
ଏହି ରାସ୍ତା ଉପରେ ମୁର୍କାର ପଞ୍ଚାୟତର କୁନ୍ତେଶ, ବିରିଗୁଡା, ହରିଜନସାହି, ସେମିଳିଗୁଡ଼ା, ପଣସପୁଟ, ତଟାଗୁଡ଼ା, ନରସିଂହଗୁଡ଼ା ଆଦି ବହୁ ଗାଁର ଶତାଧିକ ଲୋକ ନିର୍ଭର କରୁଛନ୍ତି । ହାଟ ବଜାରଠାରୁ ଆରମ୍ଭ କରି ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଯାତାୟାତ କରୁଛନ୍ତି । ଏହି ରାସ୍ତାର ପୋଲ ଦବିଯାଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିବେ । ଗାଁକୁ ଭାରିଯାନ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଗାଁ ଲୋକେ ଚିନ୍ତାରେ ପଡିଛନ୍ତି । ଏହି ରାସ୍ତା ଉପରେ ମୁର୍କାର ପଞ୍ଚାୟତବାସୀଙ୍କ ସମେତ ବ୍ଲକ୍ର ୫୦ ପ୍ରତିଶତ ଲୋକ ନିର୍ଭର କରୁଛନ୍ତି । ବିଭିନ୍ନ କାମରେ ଲୋକେ ଲକ୍ଷ୍ମୀପୁର ଓ କାକିରିଗୁମ୍ମାକୁ ଯିବା ଆସିବା କରୁଛନ୍ତି । ତୁରନ୍ତ ଏହି ଦବିଯାଇଥିବା ପୋଲକୁ ମରାମତି କରା ନଯାଏ, ତେବେ ଆଗକୁ ପରିସ୍ଥିତି ଆହୁରି ଜଳିଟ ହେବ ବୋଲି ଗାଁର ଆପ୍ପାରାଓ ମାଣ୍ଡିଙ୍ଗ, ପୂର୍ଣ୍ଣ ଗୋଲରୀ, କାଶୀ ମାଣ୍ଡିଙ୍ଗ, ଗୋବିନ୍ଦ ମାଣ୍ଡିଙ୍ଗ, ସୀମାଞ୍ଚଳ ହିକକା ପ୍ରମୁଖ କହିଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେଇ ପୋଲ ମରାମତି ଦିଗରେ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ଆମେ ଗ୍ରାମ୍ୟ ଉନ୍ନୟନ ବିଭାଗର କନିÂ ଯନ୍ତ୍ରୀ ଦୁର୍ଗାଚରଣ ମାରାଣ୍ଡିଙ୍କୁ ଯୋଗାଯୋଗ କରିଥିଲୁ । ସେ କହିଛନ୍ତି, ଯାତାୟାତ ଲାଗି ପଥର ମୋରମ ପକାଇ ମରାମତି କରାଯିବ । ନୂଆ ପୋଲ ନିର୍ମାଣ ଲାଗି ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଟଙ୍କା ମଞ୍ଜୁର ହେଲେ ସ୍ଥାୟୀ ପୋଲ ନିର୍ମାଣ କରାଯିବ ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.