ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି କଳାକନା ବୁଲାଇଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ଭୁବନେଶ୍ୱର: ବୃଦ୍ଧ ଦମ୍ପତିଙ୍କୁ ଘର ଭିତରେ ବନ୍ଦ କରି ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ।ରାଜଧାନୀ ଭୁବନେଶ୍ୱର ସ୍ଥିତ ସାମନ୍ତରାପୁରର ଦିବ୍ୟବିହାର ଅଞ୍ଚଳରେ ଏହି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ଏହି ବୃଦ୍ଧ ଦମ୍ପତି ଭୁବନେଶ୍ୱରରେ ଭଡ଼ା ଘରେ ରୁହନ୍ତି। ସେମାନଙ୍କର ପୁଅ ଓ ବୋହୂ ବାହାରେ ଚାକିରି କରନ୍ତି। ସେମାନଙ୍କ ପାଖରେ ଝିଅ ଓ ନାତି ରୁହନ୍ତି। ଗତକାଲି ରାତିରେ ପରିବାରର ସଦସ୍ୟ ଶୋଇଥିବାବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇଥିଲେ।
ଦୁର୍ବୃତ୍ତମାନେ ପ୍ରଥମେ ଘରର ଗ୍ରୀଲ୍‌ ତାଡ଼ି ଘର ଭିତରକୁ ପଶିଥିଲେ। ଏହାପରେ ଘରର ସଦସ୍ୟ ନିଦରୁ ଉଠିଯିବା ଭୟରେ ବାହାରପଟୁ ଶୋଇବା ଘରର କବାଟ ଆଗପଟୁ ବନ୍ଦ କରି ଦେଇଥିଲେ। ଏହାପରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ଚୋରି କରି ଫେରାର୍ ହୋଇଯାଇଥିଲେ।
ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଅଞ୍ଚଳରେ ବାରମ୍ୱାର ଚୋରି ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons