ଦଶହରାରେ ଲୁଟେରାଙ୍କ ଉପôାତ:ସୁନା ହାର ପାଇଁ ଗୁଳିମାଡ଼,ବ୍ୟବସାୟୀ ଗୁରୁତର

Get real time updates directly on you device, subscribe now.

ନୀଳଗିରି,(ବି.ବି.ନୁ୍ୟଜ୍): ଦଶହରାରେ ମାତିଛନ୍ତି ଲୁଟେରା । କିଛି ମାନୁ ନାହାନ୍ତି । ଦିନ ଦ୍ୱିପ୍ରହରରେ ବଜାର ମଝିରୁ ଗୁଳି ଫୁଟାଇ ଲୁଟୁଛନ୍ତି । ସତେ ଯେପରି ପୁଲିସଙ୍କୁ ତାଙ୍କର ଖାତିର ନାହିଁ । ଶନିବାର ବାଲେଶ୍ୱର ଜିଲ୍ଲାର ଖନ୍ତାପଡ଼ା ଥାନା ଅଧୀନ ଶେରଗଡ଼ ବଜାରରେ ଘଟିଛି ଏପରି ଘଟଣା । ଦୁର୍ବୃତ୍ତମାନେ ଜନୈକ ଦୋକାନୀଙ୍କ ବେକରୁ ସୁନା ହାର ଛିଡ଼ାଇ ୫ ରାଉଣ୍ଡ ଗୁଳି ମାଡ଼ କରିଛନ୍ତି । ଗୁରୁତର ଦୋକାନୀଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେହିପରି ନୀଳଗିରି ବ୍ଲକ ଅଧୀନ ଦୁଇଟି ସ୍ଥାନରୁ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା ।

ଘଟଣାରୁ ପ୍ରକାଶ, ଶେରଗଡ଼ ବଜାରରେ ଭାଗବତ ରାଉତ ଓରଫ ବାସୁ (୫୦)ଙ୍କର ଜର୍ଦ୍ଧା-ସ୍ନାକ୍ସ ହୋଲସେଲ ଦୋକାନ ଅଛି । ଶନିବାର ଅପରାହ୍ଣ ୨ଟାରେ ସେ ଦୋକାନ ବନ୍ଦ କରିବାକୁ ଉଦ୍ୟତ ହେଉଥିବା ବେଳେ ଜଣେ ଯୁବକ ଆସି ତାଙ୍କୁ ଚେନାଚୁର ପ୍ୟାକେଟ୍ ମାଗିଥିଲେ । ପ୍ୟାକେଟ୍ଟି ଦେଉଥିବା ବେଳେ ହଠାତ୍ ଉକ୍ତ ଯୁବକ ଜଣକ ବାସୁ ବେକରେ ପିନ୍ଧିଥିବା ସୁନା ହାରଟିକୁ ଝାମ୍ପି ନେଇ ପଳାଇଥିଲେ । ବାସୁ ଲୁଟେରାକୁ ଗୋଡ଼ାଇ ଧରିବାକୁ ଚେଷ୍ଟା କରୁଥିବା ବେଳେ ଜାତୀୟ ରାଜପଥରେ ପୂର୍ବରୁ ଦୁଇଟି ପଲସର୍ରେ ଥିବା ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ୫ ରାଉଣ୍ଡ ଫାୟାରିଂ କରିଥିଲା । ଗୁଳି ବାସୁଙ୍କ ମୁଣ୍ଡ, ଗୋଡ଼ ଓ ଡାହାଣ ହାତରେ ବାଜି ଥିଲା । ଘଟଣା ପରେ ୫ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ଫେରାର ହୋଇଯାଇଥିଲେ । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ବାସୁଙ୍କୁ ଲୋକମାନେ ଉଦ୍ଧାର କରିବା ସହ ଶେରଗଡ଼ ଫାଣ୍ଡି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଶେରଗଡ଼ ଫାଣ୍ଡି ଓ ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚô ବାସୁଙ୍କୁ ଆମ୍ବୁଲାନରେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ । ସୂଚନା ପାଇ ବାଲେଶ୍ୱର ଏସ୍ପି ବି. ଯୁଗଳ କିଶୋର ସମସ୍ତ ଥାନାକୁ ଆଲର୍ଟ କରିବା ସହ ସେରଗଡ଼ ଅଞ୍ଚଳରେ ଛାନଭିନ ଆରମ୍ଭ କରିଛନ୍ତି ।

ସେହିପରି ନୀଳଗିରି ଅଞ୍ଚଳର ପୃଥକ ସ୍ଥାନରେ ୨ ଜଣ ବ୍ୟକ୍ତିଙ୍କ ଠାରୁ ଦୁର୍ବୃତ୍ତମାନେ ୨ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ କରିଛନ୍ତି । ନୀଳଗିରି ଥାନା ନରସିଂହପୁର ପଞ୍ଚାୟତ ଆଡ଼ିଆଖୁଣ୍ଟା ଗ୍ରାମର ଶଙ୍କୁରୁ ସିଂ ଆଜି ଦିନ ୧୨ ଟାରେ ସ୍ଥାନୀୟ ୟୁକୋ ବ୍ୟାଙ୍କ୍ ଶାଖାରୁ ୧ ଲକ୍ଷ ଟଙ୍କା ଉଠାଇ କଚେରୀ ଗେଟ୍ ନିକଟସ୍ଥ ଏକ ଜଳଖିଆ ଦୋକାନରେ ଖାଇ ସାରି ହାତ ଧୋଉଥିଲେ । ଏହି ସମୟରେ ଜଣେ ଲୁଟେରା ଶ୍ରୀ ସିଂ ଧରିଥିବା ଟଙ୍କା ବ୍ୟାଗ୍କୁ ଝାମ୍ପି ନେଇ ପୂର୍ବରୁ ପ୍ରସ୍ତୁତ ଥିବା ଅନ୍ୟ ଜଣେ ଲୁଟେରାର ବାଇକ୍ରେ ବସି ଚମ୍ପଟ୍ ମାରିଥିଲା । ଏ ନେଇ ଶଙ୍କୁରୁ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଅନୁରୂପ ନୀଳଗିରି ଥାନା ଅଯୋଧ୍ୟା ବାଡ଼ିଆ ଗ୍ରାମର ଠିକାଦାର ପ୍ରଭାକର ବେହେରାଙ୍କ ବାଇକ୍ ଡିକି ଭାଙ୍ଗି ୧ ଲକ୍ଷ ୬୦ ହଜାର ଟଙ୍କା ଲୁଟ୍ ହୋଇଥିବା ସୂଚନା ମିଳିଥିବା ବେଳେ ଅଦ୍ୟାବଧି ଥାନାରେ ଅଭିଯୋଗ ହୋଇନାହିଁ । ଶ୍ରୀ ବେହେରା ମଧ୍ୟ ନୀଳଗିରି ୟୁକୋ ବ୍ୟାଙ୍କ୍ ଶାଖାରୁ ଆଜି ଉକ୍ତ ଟଙ୍କା ଉଠାଇଥିଲେ । ନୀଳଗିରି ଥାନା ଆଇଆଇସି ନଳିତା ମୋଦି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons