ମହାକାଳପଡ଼ା,(ବି.ବି.ନୁ୍ୟଜ୍): ମହାକାଳପଡ଼ା ଥାନା ଅଧୀନ ଦେଉଳପଡ଼ା ପଞ୍ଚାୟତ ବାଙ୍କିଛନ୍ଦା ଗ୍ରାମର ୪ ବର୍ଷର ନାବାଳିକା ମଧୁସ୍ମିତା ବେହେରାଙ୍କ ରହସ୍ୟଜନକ ମୃତୁ୍ୟର ଗୁମର ଫିଟିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସ୍ପଷ୍ଟ କରିଛି । ଦାଦା ଅଧିକାରୀ ବେହେରା ଖାଉଥିବା ବେଳେ ତାଙ୍କ ଛତୁଆ କଂସାରେ ଝିଆରୀ ମଧୁସ୍ମିତାର ପାଦ ପଡ଼ି ଯିବାରୁ ସେ ରାଗିଯାଇ ତାର ଗାଲକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ କୁନି ଝିଅଟିର ମୃତୁ୍ୟ ଘଟିଥିଲା । ପରେ ଘଟଣାକୁ ଲୁଚାଇବାକୁ ଯାଇ ଘର ପଛପାଖ ଧାନ ବିଲରେ ନେଇ ଝିଆରୀକୁ ପୋତି ଦେଇଥିଲେ । ଦୀର୍ଘ ୪୮ ଘଣ୍ଟା କାଳ ଅଧିକାରୀ ବେହେରାଙ୍କ ସମେତ ତାଙ୍କ ପତ୍ନୀ ଓ ମା’ଙ୍କୁ ପୁଲିସ ଜେରା କରିବା ପରେ ସତ କଥା ମାନି ଯାଇଥିଲେ ଅଧିକାରୀ । ପୁଲିସର ନିଦେ୍ର୍ଧଶ କ୍ରମେ ଆଜି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚô ଡେମୋ କରି ଦେଖାଇଥିଲେ, କେମିତି ମଧୁସ୍ମିତାଙ୍କ ମୃତୁ୍ୟ ପରେ ସେ ତାଙ୍କ ମୃତଦେହକୁ ନେଇ ଘର ପଛପାଖ ଧାନ ବିଲରେ ପୋତିଥିଲେ ।
ପୁଲିସ ସୂଚନା ଅନୁସାରେ, ବାଙ୍କିଛନ୍ଦା ଗ୍ରାମରେ ଦୈତାରୀ ବେହେରା ଓ ତାଙ୍କ ସାନଭାଇ ଅଧିକାରୀ ବେହେରା ବାସ କରିଆସୁଛନ୍ତି । କୌଣସି କାରଣରୁ ପାରିବାରିକ ତିକ୍ତତା ଯୋଗୁଁ ବିଗତ ୩ ବର୍ଷ ହେବ ସେମାନଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିଲା । ସ୍ଥାନୀୟ ଲୋକ ଏବଂ ପୁଲିସର କହିବା କଥା ଅଧିକାରୀ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତ କରି ବିକୁଥିଲେ । ଏଥିରେ ତାଙ୍କୁ ପତ୍ନୀ ସହଯୋଗ କରୁଥିଲେ । ପତ୍ନୀ ମଦ ରାନ୍ଧୁଥିବା ବେଳେ ସେ ବାହାରେ ବିକୁଥିଲେ । କିଛିଦିନ ଆଗରୁ ଗାଁକୁ ଅବକାରୀ ପୁଲିସ ଚଢ଼ଉ ପାଇଁ ଆସିଥିବା ବେଳେ ତାଙ୍କ ଖୁଡ଼ୀ ମଦ ରାନ୍ଧୁଛନ୍ତି ଓ ଦାଦା ମଦ ବିକୁଛନ୍ତି ବୋଲି ମଧୁସ୍ମିତା ପୁଲିସକୁ ସୂଚନା ଦେଇ ଦେଇଥିଲେ । ମଦ ରହିଥିବା ସ୍ଥାନ ବି ପୁଲିସକୁ ଦେଖାଇ ଦେଇଥିଲେ । ଯାହାକୁ ନେଇ ଉଭୟ ଦାଦା ଓ ଖୁଡ଼ୀ ଝିଆରୀ ମଧୁସ୍ମିତା ଉପରେ ଅସନ୍ତୁଷ୍ଟ ଥିଲେ । ଘଟଣା ଘଟିବା ଦିନ ଅର୍ଥାତ ରବିବାର ସକାଳେ ମଧୁସ୍ମିତା ଘରେ ଥିଲେ । ତାଙ୍କ ମା’ ଲକ୍ଷ୍ମୀପ୍ରିୟା ନଦୀକୁ ଗାଧୋଇବାକୁ ଯାଇଥିଲେ । ମଧୁସ୍ମିତା ଖେଳାବୁଲା କରୁଥିବା ବେଳେ ଦାଦା ଅଧିକାରୀଙ୍କ ଘରକୁ ଚାଲି ଯାଇଥିଲେ । ଏହି ସମୟରେ ଦାଦା ଘରେ ତଳେ ବସି କଂସାରେ ଛତୁଆ ଖାଉଥିଲେ । ଅଜାଣତରେ ମଧୁସ୍ମିତାର ପାଦ ତାଙ୍କ ଛତୁଆ କଂସାରେ ବାଜିଯିବାରୁ ଏହା ଢାଳି ହୋଇଯାଇଥିଲା । ଅଧିକାରୀ ଏଥିରେ ଉତକ୍ଷିପ୍ତ ହୋଇ ହିତାହିତ ଜ୍ଞାନ ଭୁଲିଯାଇ ଝିଆରୀ ମଧୁସ୍ମିତାର ଗାଲକୁ ଶକ୍ତ ଚାପୁଡ଼ାଟାଏ ପକାଇଥିଲେ । କାନମୁଣ୍ଡାରେ ଜୋର୍ରେ ଆଘାତ ପାଇବାରୁ ମଧୁସ୍ମିତା ସେହିଠାରେ ହିଁ ଟଳି ପଡ଼ିଥିଲେ । ମଧୁସ୍ମିତାଙ୍କ ମୃତୁ୍ୟ ପରେ ଘଟଣା ଲୁଚାଇବାକୁ ତାଙ୍କ ମୃତଦେହକୁ ନେଇ ବାଡ଼ି ପଛପାଖ ଧାନ ବିଲରେ ପୋତି ଦେଇଥିଲେ ବୋଲି ଜେରା ବେଳେ ଅଧିକାରୀ ସ୍ୱୀକାର କରିଥିଲେ । ମଧୁସ୍ମିତାଙ୍କ ମୃତୁ୍ୟ ହେବା ଓ ପ୍ରମାଣ ଲୁଚାଇବାକୁ ଯାଇ ତାଙ୍କ ଶବକୁ ଧାନ ବିଲରେ ଅଧିକାରୀ ପୋତିଦେବା ଘଟଣା ସମ୍ୱନ୍ଧରେ ତାଙ୍କ ପତ୍ନୀ ଓ ମା’ ଜାଣିଥିବା ପୁଲିସ ସନେ୍ଦହ କରୁଛି । ଦୁହେଁ ପୁଲିସ ସ୍କାନର୍ରେ ଅଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇଥିବା ବେଳେ ପ୍ରମାଣ ନଷ୍ଟରେ ସାମିଲ ଥିବା ଅନ୍ୟମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହେଉଛି ।
Comments are closed, but trackbacks and pingbacks are open.