ଦାଦା-ଖୁଡ଼ୀଙ୍କୁ ହାଣିଲା ପୁତୁରା

Get real time updates directly on you device, subscribe now.

ବଲାଙ୍ଗିର,(ବି.ବି.ନୁ୍ୟଜ୍): ଜମିବାଡ଼ି ବିବାଦରୁ ଦାଦା-ଖୁଡ଼ୀଙ୍କୁ ଧାରୁଆ ଅସ୍ତ୍ରରେ ହାଣିଲା ପୁତୁରା । ଏପରି ନୃଶଂସ ।କାଣ୍ଡ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା କୁଟ୍ରାବେଡ଼ା ଗାଁରେ ଗତକାଲି ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା ଜାରି ରଖିଛି । ମିଳିଥିବା ସୂଚନା ଅନୁଯାୟୀ , ଜମିବାଡ଼ି ଭାଗବଣ୍ଟାକୁ ନେଇ ଦାଦା-ଖୁଡ଼ୀ ସହ ଦୀର୍ଘ ଦିନ ହେବ ପୁତୁରାଙ୍କର ମନ୍ତାନର ଲାଗି ରହିଥିଲା । ଗତକାଲି ସେମାନଙ୍କ ମଧ୍ୟରେ ବଚସା ଉଗ୍ର ରୂପ ଧାରଣ କରିବାରୁ ଉତ୍ତେକ୍ତ ହୋଇ ପୁତୁରା ଏକ ଧାରୁଆ ଅସ୍ତ୍ରରେ ଦାଦା-ଖୁଡ଼ୀଙ୍କୁ ହାଣି କୂଅରେ ଫିଙ୍ଗି ଦେଇଥିଲା । ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ କୂଅ ଭିତରେ ଏବେବି ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ ପଡି ରହିଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons