
କଣିହାଁ,(ବି.ବି.ନୁ୍ୟଜ): କଣିହାଁ ଆମ୍ବପାଳ ଏନ୍ଟିପିସି ରେଲ୍ୱେ ଲେଭଲ୍ କ୍ରସିଂଠାରେ ରବିବାର ରାତିରେ ଦୁର୍ବୃତ୍ତର ଛୁରା ମାଡ଼ରେ ଜଣେ ଟ୍ରକ୍ ଚାଳକ ଲହୁଲୁହାଣ ହୋଇଛନ୍ତି । ଗୁରୁତର ଆହତ ଟ୍ରକ୍ ଚାଳକ ଜରପଡା ଥାନା ମରାତିରା ଗ୍ରାମର ବିରଞ୍ଚି ନାରାୟଣ ସାହୁ(୩୫) ବୋଲି ଜଣାପଡ଼ିଛି । ଟ୍ରକ୍ ମାଲିକ ବଡ଼ଯୋରଡ଼ା ଗ୍ରାମର ରଣଜିତ ପ୍ରଧାନ(୪୦) ସୋମବାର ଏନଟିପିସି ଥାନାରେ ଏ ନେଇ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେପଟେ ଆହତ ଟ୍ରକ୍ ଚାଳକ ଚିକିତ୍ସାଧୀନ ଅଛନ୍ତି ।
ପୁଲିସ ୍ରୂତ୍ରରୁ ପ୍ରକାଶ ଯେ, ଗତ ରାତିରେ ତାଳଚେର ଭରତପୁର୍ ଖାଦାନରୁ କୋଇଲା ଧରି ଡେରେଙ୍ଗ ଜେଆଇଟିପିଏଲ୍ କମ୍ପାନୀ ଅଭିମୁଖେ ଟ୍ରକ୍ (ଓଆର୧୯-କେ-୩୯୬୬) ଆସୁଥିବା ବେଳେ ଆମ୍ବପାଳ ରେଲ୍ୱେ ଲେଭଲ୍ କ୍ରସିଂ ରାଜପଥ କଡରେ ପାର୍କିଂ କରିଥିଲେ । ରାତି ପ୍ରାୟ ସାଢେ଼ ୧୧ଟା ବେଳେ ଟ୍ରକ୍ ସମ୍ମୁଖକୁ ତିନି ଜଣ ଦୁର୍ବୃତ୍ତ ପହଁଚି ଚାଳକ ବିରଞ୍ଚିଙ୍କୁ ଦାଦାବଟି ମାଗିଥିଲେ । ବିରଞ୍ଚି ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତମାନେ ଏକ ଛୁରୀରେ ତାଙ୍କ ହାତକୁ ଆକ୍ରମଣ କରି ଟଙ୍କା ଛଡ଼ାଇ ନେଇଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିରଞ୍ଚିଙ୍କୁ କଣିହାଁ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାପଡ଼ିଛି ।
ପ୍ରକାଶଥାଉକି, ଗୋଡିବନ୍ଧ- କଣିହାଁ ଜାତୀୟ ରାଜପଥ ପାଶ୍ୱର୍ରେ ପାର୍କିଂ ହେଉଥିବା ଟ୍ରକ୍ ଚାଳକମାନଙ୍କୁ ଏକ ନିର୍ଦ୍ଧିଷ୍ଟ ଗୋÂୀ ଟାର୍ଗେଟ୍ କରି ନିୟମିତ ଭାବରେ ଚାନ୍ଦା ଆଦାୟ କରୁଛି । ବଟି ନଦେଲେ ଦୁର୍ବୃତ୍ତମାନେ ଟ୍ରକ୍ ଚାଳକଙ୍କୁ ପ୍ରାଣାନ୍ତକ ଆକ୍ରମଣ ସୁଦ୍ଧା କରିବାକୁ ପଛାଉ ନାହାନ୍ତି ।


Comments are closed, but trackbacks and pingbacks are open.