ସାଲେପୁର: ଲକଡାଉନ ସମୟରେ ସାଲେପୁର ଅଞ୍ଚଳରେ ବେଧଡ଼କରେ ଚାଲିଛି ଚୋରା ମଦ କାରବାର । ଯେତେବେଳେ ଲୋକେ ଘରୁ ବାହାରୁ ନାହାଁନ୍ତି, ଅତ୍ୟାବଶ୍ୟକୀୟ ସାମଗ୍ରୀ ମିଳୁନି ସେତେବେଳେ କିନ୍ତୁ ମଦ ମାଫିଆମାନେ ପାନ ଦୋକାନ, ବାଉଁଶ ବୁଦା, ନଦୀ ପଠାରେ ଚୋରା ମଦ କାରବାର ଚଲାଇଛନ୍ତି। ଏମିତିକି କୋଟି କୋଟି ଟଙ୍କାର ଇଲୋକ୍ଟ୍ରୋନିକ୍ସ ବ୍ୟବସାୟ କରୁଥିବା ବେପାରୀ ବି ଚୋରା ମଦ କାରବାରରେ ମାତିଲେଣି । ଏମିତି ଏକ ଖବର ଏବେ ସାଲେପୁର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମିହିର ଦାସ ଓରଫ ବଣ୍ଟିଙ୍କୁ ଚୋରା ମଦ କାରବାରରେ ସଂପୃକ୍ତି ଅଭିଯୋଗରେ ପୋଲିସ ଗିରଫ କରିଛି। ଗିରଫ କରିବା ପରେ ଏକ ମଦ କାରବାର ପର୍ଦ୍ଦାଫାଶ ହୋଇଛି । ବଣ୍ଟି ନିକଟରୁ ଦାମୀ ଗାଡି ସହ ମଦ ଜବତ କରିଛି ସାଲେପୁର ଥାନା ପୋଲିସ । ବଣ୍ଟି ସ୍ଥାନୀୟ ଅଞ୍ଚଳର ଜଣେ ଜଣାଶୁଣା ଇଲୋଲକ୍ଟ୍ରୋନିକ୍ସ ସାମଗ୍ରୀ ବ୍ୟବସାୟୀଙ୍କ ପୁଅ ବୋଲି ଜଣାପଡିଛି ।
ଗୁରୁବାର ରାତିରେ ଏକ ଏକ୍ସୟୁଭି ଗାଡିରେ ଚୋରା ମଦ କାରବାର କରୁଥିବାବେଳେ ପୋଲିସକୁ ସୂଚନା ମିଳିଥିଲା । ଏହାପରେ ବଜାର ଉପରେ ତାକୁ ସାଲେପୁର ପୋଲିସ ଗିରଫ କରିଥିଲା ।ତାଙ୍କୁ ଗିରଫ କରି ୧୫୭/୨୦୨୦ରେ ଏକ ମାମଲା ରଜୁ କରାଯାଇଛି ।ମିହିରଙ୍କ ବିରୋଧ ରେ ୨୬୯, ୨୬୮ ଆପିସି ୫୨ ଅବକାରୀ ଆଇନ ସହ କୋଭିଡ୍ ଆକଟ ଲଗାଇଛି ପୋଲିସ।ସାଲେପୁର ପୋଲିସ ଧାରା ୪୧ରେ ସର୍ତ୍ତ ମୂଳକ ଜାମିନ ମଞ୍ଜୁର କରିବା ସହ କେସରେ ସହଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଛି।
Comments are closed, but trackbacks and pingbacks are open.