ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ମନା, ହୋଟେଲ, ରିସୋର୍ଟ ବନ୍ଦ

Get real time updates directly on you device, subscribe now.

ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ୍): କନ୍ଧମାଳ ଜିଲ୍ଲାରେ ଫୌଜଦାରୀ ଦଣ୍ଡବିଧି ଆଇନର ଧାରା ୧୪୪ ଲାଗିବା ପରେ ଦାରିଙ୍ଗବାଡ଼ିରେ ରହିଥିବା ରିସୋର୍ଟ ତଥା ହୋଟେଲ ଗୁଡିକୁ ବନ୍ଦ କରି ଦିଆଯାଇଛି । ତହସିଲଦାର ନୀତିସ୍ ତ୍ରିପାଠୀ, ଥାନା ଅଧିକାରୀ କୌଶିକ ମାଝୀଙ୍କ ମିଳିତ ଟିମ୍ ଦାରିଙ୍ଗବାଡ଼ିର ସମସ୍ତ ହୋଟେଲକୁ ଯାଇ ପର୍ଯ୍ୟଟକଙ୍କୁ ନରଖିବା ସହ ପ୍ରତିଷେଧକ ବ୍ୟବସ୍ଥା କରିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକରେ କରୋନା ସଂକ୍ରମଣ ପ୍ରତିରୋଧ କରିବା ପାଇଁ ଜିଲ୍ଲା ପ୍ରଶାସନର ନିଦେ୍ର୍ଧଶରେ ବ୍ଲକ ପ୍ରଶାସନ ସଚେତନତା ବୈଠକ ମଙ୍ଗଳବାର ବ୍ଲକ କାର୍ଯ୍ୟାଳୟରେ ଆୟୋଜନ କରିଛି । ଏହି ବୈଠକରେ ବିଡିଓ ମାତାରନ ଲେୟାଙ୍ଗୀ ସଭାପତିତ୍ୱ କରିଥିଲେ । ସମିତି ସଭ୍ୟ ରାଜେନ୍ଦ୍ର ସାହୁ ପରିଚାଳନା କରିଥିଲେ । ବୈଠକରେ ଜିଲ୍ଲା ମ୍ୟାଲେରିଆ ଅଫିସର ପ୍ରଭାକର ସାହୁ, ଦାରିଙ୍ଗବାଡି ମେଡିକାଲ ଇନଚାର୍ଜ ଜୟପାଲ ସେନାପତି, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ଏସ୍ଆଇ ଗୋପାଳକୃଷ୍ଣ ଆଗୁପାତ୍ରା, ଜିପିଓ ରବୀନ୍ଦ୍ରନାଥ ବେହେରା, ଏକାଉଣ୍ଟସ୍ ଅଫିସର କ୍ଷେତ୍ରବର ଜାନୀ ଉପସ୍ଥିତ ରହି କରୋନା ସଂକ୍ରମଣ ପ୍ରତିରୋଧ ସମ୍ପର୍କରେ କହିଥିଲେ । ବୈଠକରେ ସରପଞ୍ଚ, ସମିତି ସଭ୍ୟ, ଗ୍ରାମ ରୋଜଗାର ସେବକ, କନିÂ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସମତେ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ । ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କୁ ଡାକ୍ତରୀ ପରୀକ୍ଷା କରାଇବା ସହ ବିଭିନ୍ନ ଅଞ୍ଚଳରେ ସଚେତନ ବାର୍ତ୍ତା ପହଞ୍ଚାଇବା ପାଇଁ କୁହାଯାଇଥିଲା । ଏଥି ସହିତ କରୋନା ପ୍ରତିରୋଧ କରିବା ପାଇଁ ସରକାରଙ୍କ ରହିଥିବା ବିଭିନ୍ନ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ସଚେତନ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons