ଦାରିଙ୍ଗବାଡ଼ି,(ବି.ବି.ନୁ୍ୟଜ୍): ଦାରିଙ୍ଗବାଡ଼ି ବ୍ଲକରେ ସୋମବାର ସର୍ବାଧିକ ୧୦ ଜଣ କରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ନୀଳକଣ୍ଠ ସାହିର ୩ଜଣ, ଗ୍ରିନବାଡିର ୩ ଜଣ, ଡଲାବାଡିର ୩ ଜଣ ଓ ଶ୍ରାନିକେତା ଗ୍ରାମର ଜଣେ ୨ ବର୍ଷର ଝିଅ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । କିଛି ବ୍ୟାଙ୍କ କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଆଉ କିଛ ଜଣ ଗଞ୍ଜାମ ଲିଙ୍କ୍ ଥିବା ଜଣାପଡିଛି । ଦାରିଙ୍ଗବାଡି ବ୍ଲକ ଗଞ୍ଜାମ ଜିଲ୍ଲାର ପଡୋଶୀ ଅଞ୍ଚଳ । ଲୋକ ସତର୍କତା ଅବଲମ୍ବନ ନକଲେ ଆକ୍ରାନ୍ତ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । କରୋନା ପଜିଟିଭି ବାହାରିବା ପରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଓ ନୀଳକଣ୍ଠ ସାହିକୁ ବିଶୋଧନ କରାଯାଇଛି । ଏଥିସହିତ ଶ୍ରାନିକେତାର ପ୍ରବେଶ ଓ ପ୍ରସ୍ଥାନ ପଥରେ ବ୍ୟାରିକେଟ୍ କରାଯାଇ ଶ୍ରାନିକେତାରୁ ରାଇକିଆ ରାସ୍ତାକୁ ସିଲ୍ କରାଯାଇଛି । ୪ ଦିନିଆ ସଟ୍ଡାଉନରେ ଦାରିଙ୍ଗବାଡି ସଦର ମହକୁମାରେ ଶନିବାର ଠାରୁ ସ୍କ୍ରିନିଂ ଟେଷ୍ଟ ଆରମ୍ଭ କରାଯାଇଥିବା ବେଳେ ମଙ୍ଗଳବାର ଶେଷ ହେଉଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡିଛି । ଏଥି ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଭୟଭୀତ ନହେବା ପାଇଁ କୁହାଯାଇ ସାମାଜିକ ଦୂରତା,ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି ।
Comments are closed, but trackbacks and pingbacks are open.