ଦାସତ୍ୱରୁ ମୁକ୍ତି ପାଇଲେ ନାବାଳକ

Get real time updates directly on you device, subscribe now.

ମହାକାଳପଡ଼ା, (ବି.ବି.ନୁ୍ୟଜ୍): ଅଭାବ ଯୋଗୁଁ ପୁଅକୁ ୧୦ ହଜାର ଟଙ୍କାରେ ଦଲାଲ ପାଖରେ ବନ୍ଧା ପକାଇ ଦେଇଥିଲେ ବାପା-ମାଆ । ତେବେ ମହାମାରୀ କରୋନା ଜନିତ ପ୍ରଶାସନିକ ତନାଘନା ସମୟରେ ଏହି ନାବାଳକଙ୍କୁ ଦାସତ୍ୱରୁ ମୁକ୍ତି ମିଳିଛି । କିଛି ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଜିଲ୍ଲା ପ୍ରଶାସନ ତାଙ୍କୁ ଏକ ବିଲ ମଝିରେ ଥିବା ତମ୍ବୁ ତଳୁ ଉଦ୍ଧାର କରିଛି ।
ଉଦ୍ଧାର ହୋଇଥିବା ନାବାଳକ ଜଣକ ହେଲେ ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର କାଠିଆ ମୁଣ୍ଡାଙ୍କ ପୁଅ ହରିଆ ମୁଣ୍ଡା (୯) । ଅଭାବ ଅନଟନ ଯୋଗୁଁ ହରିଆଙ୍କୁ ୨ ବର୍ଷ ତଳେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ କେନ୍ତିଆ ଗ୍ରାମ ଦଳେଇପାଟର ଜଣେ ଦଲାଲ ନିକଟରେ ୧୦ ହଜାର ଟଙ୍କାରେ ବନ୍ଧା ପକାଇ ଦେଇଥିଲେ ଗରିବ ବାପା-ମାଆ । ‘ତୋ ବାପା-ମା’ ୧୦ ହଜାର ଟଙ୍କା ନେଇଛନ୍ତି । ଟଙ୍କା ନଶୁଝିବା ପର୍ଯ୍ୟନ୍ତ ତୁ ଯାଇପାରିବୁନି’ ବୋଲି ହରିଆର ମାଲିକ ତାକୁ ଧମକ ଦେଉଥିବାର ଦୃଶ୍ୟ ସମ୍ବଳିତ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନାବାଳକ ଜଣକ ଦଳେଇ ପାଟରେ ବିଲ ଭିତରେ ଏକ ପଲା ବା ତମ୍ବୁ ତଳେ ରହି ଘୁଷୁରି ଜଗୁଥିଲେ । ଜିଲ୍ଲା ପ୍ରଶାସନ ସହଯୋଗରେ ତାଙ୍କୁ ଉଦ୍ଧାର କରାଯିବା ପରେ ମହାକାଳପଡା ବ୍ଲକର ଏକ ସଙ୍ଗରୋଧ ଗୃହରେ ରଖାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବର୍ଷା ହେଉ ଅବା ଝଡ଼ ତୋଫାନ ନାବାଳକ ହରିଆର ରାତି ରାତି ବିତିଯାଉଥିଲା ଦଳେଇ ପାଟରେ ଘୁଷୁରି ପଲ ମେଳରେ । କଷ୍ଟ ହେଉଥିଲେ ବି କାହାକୁ କହିପାରୁନଥିଲା । ହାତରେ ବସ୍ତାନି ବଦଳରେ ଥିଲା ପାଞ୍ଚଣ ଘୁଷୁରି ପଲ ଅଡ଼ାଇବାକୁ । ନିଜ ଭାଗ୍ୟକୁ ଆଦରି ସେ ପାଲଟି ଯାଇଥିଲେ ଶିଶୁ କ୍ରୀତଦାସ । ଯେଉଁ ବୟସରେ ମା’ର ପଣତ କାନି ତଳେ ରହିବା କଥା, ସେ ବୟସରେ ରାତିର ଭୟଙ୍କର ଝଡ ତୋଫାନରେ ମା’ କଥା ମନେ ପକେଇ ଗୁମୁରି ଗୁମୁରି କାନ୍ଦୁଥିଲେ ଘୁଷୁରି ପଲ ଭିତରେ । ପଲିଥିନ୍ ପାଲ ତଳେ ବିଶ୍ରାମ, ହାତରେ ରୋଷାଇ ଓ ଦିନରାତି ଖଟଣି । ଯାଜପୁର ଜିଲ୍ଲା ପାଣିକୋଇଲି ଅଞ୍ଚଳର କାଠିଆ ମୁଣ୍ଡାଙ୍କ ପୁଅ ହରିଆଙ୍କ ଘରେ ଭାଇ ଭଉଣୀ ୫ ଜଣ । ଦିନେ ଖାଇଲେ ଓଳିଏ ଉପବାସ । ଅଭାବ, ଅନଟନ ମଧ୍ୟ ଦେଇ ଗତି କରୁଥିବା କାଠିଆ ମୁଣ୍ଡା ଦୁଇ ବର୍ଷ ତଳେ ଦଲାଲ ହାବୁଡ଼ରେ ପଡିଥିଲେ । ସେହିଦିନଠୁ ହରିଆଙ୍କ ଭାଗ୍ୟରେ ଦୁଃଖ ଘୋଟିଆସିଥିଲା । ପୁଅ ହରିଆଙ୍କୁ ମାତ୍ର ୧୦ ହଜାର ଟଙ୍କାରେ ଉକ୍ତ ଦଲାଲଙ୍କୁ ଦେଇଦେଇଥିଲେ ପରିବାର । ତା’ ପରଠାରୁ କେନ୍ତିଆ ଦଳେଇପାଟ ଗହୀର ବିଲ ପାଲଟିଥିଲା ହରିଆଙ୍କ ନୂଆ ଠିକଣା । ସେ ପାଲଟିଗଲେ ଶିଶୁ କ୍ରୀତଦାସ । ତାର ମୁକୁଳିବାର ବାଟ ବନ୍ଦ ହୋଇ ଯାଇଥିଲା । ମୁକ୍ତି ଖୋଜୁଥିଲେ ବି କହିବାର ସାହସ ନଥିଲା । ନିର୍ଜନ ବିଲ ଭିତରେ ସେ ବିଳାପ କରୁଥିଲେ, “ମୋତେ ଉଦ୍ଧାର କର । ମୁଁ ପାଠ ପଢ଼ିବାକୁ ଚାହେଁ, ପାଠ ପଢିବି’ । କୌଣସିମତେ ଏ ଖବର ପହଞ୍ଚôଥିଲା କେନ୍ତିଆ ଗ୍ରାମର ଅଭୟ ନାୟକଙ୍କ ପାଖରେ । ପରେ ସେ ଏ ବାବଦରେ ସ୍ୱେଚ୍ଛାସେବୀ ଲକ୍ଷ୍ମୀକାନ୍ତ ସ୍ୱାଇଁ, ସମରେନ୍ଦ୍ର ମାହାଳି, ସୁବାସ ସ୍ୱାଇଁଙ୍କୁ ଯାଇ କହିବା ପରେ ଘଟଣାସ୍ଥଳରେ ପହଞ୍ଚô ହରିଆଙ୍କଠାରୁ ସମସ୍ତ ବୃତ୍ତାନ୍ତ ଶୁଣିଥିଲେ । ପରେ ଏ ସମ୍ୱନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା କମିଟି ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଜଣାଇଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମାଙ୍କ ନିଦେ୍ର୍ଧଶ କ୍ରମେ ଆଜି ବ୍ଲକ ପ୍ରଶାସନ ତାଙ୍କୁ ଉଦ୍ଧାର କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons