ଦିଅରକୁ ହତ୍ୟା କରିଛି ଭାଉଜ !

Get real time updates directly on you device, subscribe now.

ବାଲେଶ୍ବର: ଦିଅରକୁ ଭାଉଜ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ବାଲେଶ୍ବର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାଲେଶ୍ବର ସଦର ଥାନା ଅନ୍ତର୍ଗତ ଆଙ୍ଗୌଳା ଗାଁର କାଳି ଶଙ୍କର ସିଂ ଓରଫ ଟୁନା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତେବେ ମୃତ ଟୁନାଙ୍କୁ ତାଙ୍କ ଭାଉଜ ଏବଂ ପୁତୁରା ମିଶି ହତ୍ୟା କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହତ୍ୟା ସଂପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ବାଲେଶ୍ବର ସଦର ଥାନା ଆଙ୍ଗୌଳା ଗାଁ ମୁଣ୍ଡ ବିଲରେ ପଡି ରହିଥିଲା ଜଣେ ଯୁବକର ରକ୍ତ ଜୁଡୁବୁଡୁ ମୃତ ଦେହ। ସକାଳେ ଗାଁ ଲୋକେ ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକ ଜଣକ ହେଉଛି ସେହି ଗାଁର କାଳି ଶଙ୍କର ସିଂ ଓରଫ ଟୁନା ବୋଲି ଜଣାପଡ଼ିଥିଲା ।
ଟୁନା ଓ ତାଙ୍କ ଭାଉଜଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଏ ନେଇ ଟୁନାଙ୍କ ବିରୋଧରେ ତାଙ୍କ ଭାଉଜ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହୋଇ ପଡୁଛି । ଅନ୍ୟପଟେ ଟୁନାଙ୍କ ଭାଉଜ ହତ୍ୟା ସଂପର୍କରେ କିଛି ଜାଣି ନାହିଁ ବୋଲି ମନା କରିଛନ୍ତି। ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ଟୁନାଙ୍କ ପ୍ରକୃତ ହତ୍ୟାକାରୀ କିଏ?

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons