ଦିଗପହଣ୍ଡିରେ କପା ଜିନିଂ ମିଲ୍ ଓ ବସ୍ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Get real time updates directly on you device, subscribe now.

ଦିଗପହଣ୍ଡି, (ବି.ବି.ନ୍ୟୁଜ୍‌): ଛୋଟ ସହରର ବିକାଶ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଛୋଟ ସହରରେ ଲୋକଙ୍କ ରୋଜଗାର ବୃଦ୍ଧି ସହ ବିଭିନ୍ନ ନାଗରିକ ସୁବିଧାର ବିକାଶ ପାଇଁ ଆମେ କାମ କରୁଛୁ । ରାସ୍ତାଘାଟ, ଡ୍ରେନେଜ୍ ସୁବିଧା ସହିତ ପିଇବା ପାଣି ସୁବିଧା ଉପରେ ଆମେ ଗୁରୁତ୍ୱ ଦେଉଛୁ । ଦିଗପହଣ୍ଡିର ସବୁ ପରିବାରକୁ ପାଇପ ପାଣି ସଂଯୋଗ ଦିଆଯାଇଛି । ଆଜି ବସ୍ ଟର୍ମିନାଲ ମଧ୍ୟ ଉଦଘାଟିତ ହେଲା । ଏହିସବୁ ସୁବିଧା ଦିଗପହଣ୍ଡି ଜନସାଧାରଣଙ୍କ ଜୀବନଯାପନ ମାନରେ ଗୁଣାତ୍ମକ ଉନ୍ନତି ଆଣିବ । ଆଜି ଦିଗପହଣ୍ଡି ଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ନୂଆ ବସ୍ ଟର୍ମିନାଲ ଓ କପା ଜିନିଂ ମିଲ୍ ଉଦଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କପା ଜିନିଂ ମିଲ୍ ରାଜ୍ୟର ସମବାୟ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ । ଏହା ଆମର କପା ଚାଷୀଙ୍କ ରୋଜଗାର ବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହାସହିତ ଅନ୍ୟ ଚାଷୀମାନଙ୍କୁ ମଧ୍ୟ ଫସଲର ବିବିଧକରଣ ପାଇଁ ପ୍ରେରଣା ଦେବ । ଚାଷୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ଆମର ଲକ୍ଷ୍ୟ ପୂରଣ କରିବାରେ ଏହା ବହୁତ ସହାୟକ ହେବ । ରାଜ୍ୟର କ୍ରୀଡ଼ା ଭିତ୍ତିଭୂମି ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ନିକଟରେ ରାଜ୍ୟ ସରକାର କ୍ରୀଡା ଭିତ୍ତିଭୂମିର ବିକାଶ ପାଇଁ ନିଷ୍ପତ୍ତି କରିଛନ୍ତି । ଏଥିରେ ସାରା ରାଜ୍ୟରେ ୮୯ଟି ମଲ୍‌ଟି ପରପୋଜ୍ ଇନଡୋର ଷ୍ଟାଡିୟମ୍ ନିର୍ମାଣ କରାଯିବ । ଏହା ଆମ ପିଲାମାନଙ୍କର କ୍ରୀଡ଼ା ପ୍ରତିଭାକୁ ବିକଶିତ କରାଇବାରେ ସହାୟକ ହେବ । ଏହି ଷ୍ଟାଡିମୟ କ୍ରୀଡ଼ା ସହିତ ବାତ୍ୟା ଆଶ୍ରୟସ୍ଥଳ ଠାରୁ ଆରମ୍ଭ କରି ଡାକ୍ତରଖାନା ପରି ମଧ୍ୟ ଏହା କାମ କରିବ । ଦିଗପହଣ୍ଡିରେ ମଧ୍ୟ ଗୋଟିଏ ମଲ୍‌ଟି ପରପୋଜ୍ ଇନଡୋର ଷ୍ଟାଡିୟମ୍ କରିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ରାଜ୍ୟର କ୍ରୀଡ଼ା ବିକାଶରେ ଆଜି ଏକ ନୂଆ ଯୁଗ ଆରମ୍ଭ ହୋଇଥିôବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି କହିଲେ ଯେ କ୍ରୀଡା ହିଁ ଯୁବ ସମାଜର ଦକ୍ଷତା ଓ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିଥାଏ । ନିକଟରେ ଭାରତୀୟ ହକି ଦଳ ଦୀର୍ଘ ୪୦ ବର୍ଷ ପରେ ଅଲମ୍ପିକରେ ମେଡାଲ ଜିତିପାରିଛି । ଆମ ଓଡ଼ିଶାର ଦୁଇ ଜଣ ଖେଳାଳୀ ମଧ୍ୟ ଏହି ଟିମରେ ଅଛନ୍ତି । ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମର ଯୁବ ସମାଜ ଉପରେ ମୋର ବହୁତ ଭରସା ଅଛି । ମୋର ପୂରା ବିଶ୍ୱାସ ଯୁବ ସମାଜ ହିଁ ଆଗାମୀ ଦିନରେ ସବୁ କ୍ଷେତ୍ରରେ ଉ+ର୍ଷ ହାସଲ କରି ଆମ ଓଡିଶା ସମେତ ସାରା ଦେଶ ପାଇଁ ସୁନାମ ଆଣିବେ ।
ଏହି କାର୍ଯ୍ୟକ୍ରମରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ ଯେ ଏହି ଦୁଇଟି ପ୍ରକଳ୍ପ ଦିଗପହଣ୍ଡିର ସାମଗ୍ରୀକ ବିକାଶ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଦିଗପହଣ୍ଡି ଓ ଗଞ୍ଜାମରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ସେ ଆଲୋକପାତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।
ସୂଚନାଯାଗ୍ୟ ଯେ ଦିଗପହଣ୍ଡି ଅଞ୍ଚଳରେ ପୂର୍ବରୁ ମାତ୍ର ୫୦୦ ହେକ୍ଟର ଜମିରେ କପା ଚାଷ କରାଯାଉଥିବା ବେଳେ ଏବେ ଏହା ୫୦୦୦ ହେକ୍ଟରେ ପହଞ୍ଚିଛି । ପୂର୍ବରୁ ୪ କ୍ୱିଣ୍ଟାଲ ତୁଳା ଅମଳ ହେଉଥିବା ବେଳେ ଏବେ ୪୪ କ୍ୱିଣ୍ଟାଲ ଅମଳ ହେଉଛି । କଟନ୍ ଜିନିଂ ପାଇଁ ୩.୨୮ କୋଟି ଟଙ୍କା ବିନିଯୋଗ ହୋଇଛି । ଏହା ଉଭୟ ଗଞ୍ଜାମ ଓ ଗଜପତି ଜିଲ୍ଲାର କପା ଚାଷୀଙ୍କ ପାଇଁ ଏକ ବଡ ବଜାର ସୃଷ୍ଟି କରିପାରିବ । ସେହିପରି ବସ୍ ଟର୍ମିନାଲ ଯୋଗୁଁ ଦିନକୁ ପ୍ରାୟ ୧୦୦ରୁ ୧୫୦ ବସ୍ ଚଳାଚଳ ହୋଇପାରିବ ଏବଂ ଏହାଦ୍ୱାରା ଲୋକଙ୍କ ଯାତାୟତରେ ଅନେକ ସୁବିଧା ଆସିପାରିବ ।
ଆଜିର ଏହି ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ପରିଚଳନା କରିଥିଲେ । ବ୍ରହ୍ମପୁର ଉପଜିଲ୍ଲାପାଳ ଭି.କୀର୍ତ୍ତି ଭାସନ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଦିଗପହଣ୍ଡି ଏନ୍‌ଏସି ନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ଡାକୁଆ, ବିଡିଓ ହଳଧର ଶବର, ତହସିଲ୍‌ଦାର ଅଦୈତ୍ୟ କୁମାର ସ୍ୱାଇଁ, ପୂର୍ତ୍ତ ସହକାରୀ ଉପନିର୍ବାହୀ ଯନ୍ତ୍ରୀ ସୋମନାଥ ହୋତା, ସହକାରୀ ଯନ୍ତ୍ରୀ ଜି.କାର୍ତ୍ତିକେଶ୍ୱର ପ୍ରଧାନଙ୍କ ସମେତ ଏନ୍‌ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ, ପୂର୍ବତନ ନଗରପାଳ ଭି.ରବିନାରାୟଣ ରାଜୁ, ଉଦୟନାଥ ସ୍ୱାଇଁ,ବି.କ୍ରିଷ୍ଣାରାଓ ସୁବୁଦ୍ଧି, ଏମ୍ ନିରଞ୍ଜନ ରେଡି, ହୃଦୟ ରଞ୍ଜନ ମେକାପ୍‌, ଲକ୍ଷ୍ମୀ ନୃସିଂହ ମାର୍ଥା,ନିରୁପମା ପଟ୍ଟନାୟକ, ମାଗି ସେଠୀ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସୁଜାତା ପାତ୍ର ଓ ରଜନୀଶ ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମୀ, ସରପଞ୍ଚ, ସମତିସିଭ୍ୟ, ଜିଲ୍ଲା ପିରଷଦ ଓ ଦଳୀୟ ସମର୍ଥକ ଏହି ଲୋକାର୍ପଣ ସମାବେଶରେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons