ଦିନକରେ ଚିହ୍ନଟ ହେଲେ ୭୧୮ ଆକ୍ରାନ୍ତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ନୁ୍ୟଜ୍): ରାଜ୍ୟରେ ପୁଣି ଥରେ ରେକର୍ଡ ଭାଙ୍ଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦିନକରେ ୨୪ ଜିଲ୍ଲାରୁ ନୂଆ ୭୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୭୯ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୨୩୯ଟି ଲୋକାଲ କେସ୍ । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁ୍ୟଟ୍ କରି ଜଣାଯାଇଛି । ଗଞ୍ଜାମ ଜିଲ୍ଲାରୁ ୨୩୧, ଖୋର୍ଦ୍ଧାରୁ ୧୫୦, ମାଲକାନଗିରି ୫୪, କଟକରୁ ୩୨, କେନ୍ଦୁଝର ଜିଲ୍ଲାରୁ ୨୮, କୋରପୁଟରୁ ୨୭, ଝାରସୁଗୁଡ଼ା ଜିଲ୍ଲାରୁ ୨୪, ମୟୁରଭଞ୍ଜ ଜିଲ୍ଲାରୁ ୨୨, ଗଜପତି ଜିଲ୍ଲାରୁ ୨୧ ଆକ୍ରାନ୍ତ ଚିହ୍ନଟ ହୋଇଛି । ରାୟଗଡ଼ା ଜିଲ୍ଲାରୁ ୧୯, ଜଗତସିଂହପୁର ଜିଲ୍ଲାରୁ ୧୬, ନୟାଗଡ଼ ଜିଲ୍ଲାରୁ ୧୩ ଭଦ୍ରକ ଜିଲଲାରୁ ୧୦, ବାଲେଶ୍ୱର , ଅନୁଗୁଳ ଜିଲ୍ଲାରୁ ୯ ଲେଖାଏ ଚହି୍ନଟ ହୋଇଛନ୍ତି । ଏହା ବ୍ୟତୀତସୁନ୍ଦରଗଡ଼ ଜିଲ୍ଲାରୁ ୧୦, ପୁରୀ ଜିଲ୍ଲାରୁ ୯ , ସମ୍ବଲପୁର, କନ୍ଧମାଳ ଜିଲ୍ଲାରୁ ୭ ଲେଖାଏ, ଢେ଼ଙ୍କାନାଳ ଜିଲ୍ଲାରୁ ୬, ସୋନପୁର ଜିଲ୍ଲାରୁ ୫, ବରଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ ଜଣ ଲେଖାଏ , ନବରଙ୍ଗପୁର ଜିଲ୍ଲାରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons