ଦିନକରେ ବଢ଼ିଲେ ୧ ଲକ୍ଷ ୮ ହଜାର

Get real time updates directly on you device, subscribe now.

ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ୱର ୨୧୩ଟି ଦେଶକୁ କବଳିତ କରିଛି । ଗତ ୨୪ ଘଣ୍ଟାରେ ବିଶ୍ୱରେ ୧ ଲକ୍ଷ ୮ ହଜାର ୭୬୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ୩ ହଜାର ୧୮୯ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ବିଶ୍ୱରେ ଏପର୍ଯ୍ୟନ୍ତ ମୋଟ ୬୩ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଥିଲା ବେଳେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୭୫ ହଜାରରେ ପହଞ୍ଚôଛି । ସେହିଭଳି ୩୦ ଲକ୍ଷ ୬୦ ହଜାର ଲୋକ ଏବେ ଚିକିତ୍ସାଧୀନ ଥିଲା ବେଳେ ୨୮ ଲକ୍ଷ ୬୬ ହଜାର ଲୋକ ଆରୋଗ୍ୟ ହୋଇସାରିଛନ୍ତି ।
ଆମେରିକା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସେଠାରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୧୮ ଲକ୍ଷ ୪୦ ହଜାରକୁ ବୃଦ୍ଧି ପାଇଥିଲା ବେଳେ ମୃତୁ୍ୟସଂଖ୍ୟା ୧ ଲକ୍ଷ ୬ ହଜାର ୨୬୧ରେ ପହଞ୍ଚôଛି । ଗତକାଲି ଦେଶରେ ୨୦ ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଥିଲା ଏବଂ ୬୩୮ ଜଣଙ୍କ ମୃତୁ୍ୟ ହୋଇଥିଲା । ଗତକାଲିର ମୃତୁ୍ୟ କିଛିଦିନ ଭିତରେ ସବୁଠାରୁ କମ୍ ବୋଲି କୁହାଯାଉଛି । କାରଣ ଗତ କିଛିଦିନ ହେଲା ପ୍ରତିଦିନ ଦେଶରେ ୧ ହଜାରରୁ ଅଧିକ ଲୋକଙ୍କ ମୃତୁ୍ୟ ଘଟୁଥିଲା । ସେହିଭଳି ଦ୍ୱିତୀୟ ସ୍ଥାନରେ ଥିବା ବ୍ରାଜିଲରେ ଏପର୍ଯ୍ୟନ୍ତ ପ୍ରାୟ ୫ ଲକ୍ଷ ୧୫ ହଜାର ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ସେଠାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୯ ହଜାର ୩୪୧କୁ ବୃଦ୍ଧି ପାଇଛି । ଇତିମଧ୍ୟରେ ବ୍ରାଜିଲରେ ସଂକ୍ରମଣ ବଢ଼ିଚାଲିଥିବାରୁ ଆମେରିକା ସହାୟତାର ହାତ ବଢ଼ାଇଛି । ବ୍ରାଜିଲକୁ ଆମେରିକା ୧ ହଜାର ଭେଣ୍ଟିଲେଟର ଓ ୨୦ ଲକ୍ଷ ହାଇଡ୍ରୋକ୍ସି କ୍ଲୋରୋକୁଇନ ବଟିକା ପଠାଇବାକୁ ଘୋଷଣା କରିଛି । ବ୍ରାଜିଲରେ କେବଳ ସାଧାରଣ ଜନତା ନୁହନ୍ତି, ଡାକ୍ତର, ନର୍ସ ଓ ପାରାମେଡିକାଲ କର୍ମଚାରୀଙ୍କ ଜୀବନ ବିପଦରେ ପଡିଛି । ତୃତୀୟ ସ୍ଥାନରେ ଥିବା ରୁଷରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ସୋମବାର ୯ ହଜାର ୩୫ଟି ନୂଆ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି ଏବଂ ୧୬୨ ଜଣଙ୍କ ମୃତୁ୍ୟ ହୋଇଛି । ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୪ଲକ୍ଷ ୧୪ ହଜାର ୮୭୮ରେ ପହଞ୍ଚôଥିଲା ବେଳେ ମୃତୁ୍ୟସଂଖ୍ୟା ୪ ହଜାର ୮୫୫ ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସୂତ୍ରରୁ ଜଣାପଡିଛି ।
ସେହିଭଳି ସ୍ପେନ୍ରେ ଏପର୍ଯ୍ୟନ୍ତ ୨ଲକ୍ଷ ୮୬ ହଜାର ୫୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ମହାମାରୀ ୨୭ ହଜାର ୧୨୭ ଜଣଙ୍କ ଜୀବନ ନେଇଛି । ବ୍ରିଟେନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେଠାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୪ ହଜାର ୭୬୨ ହୋଇଥିଲା ବେଳେ ମୃତୁ୍ୟସଂଖ୍ୟା ୩୮ ହଜାର ୪୮୯ରେ ପହଞ୍ଚôଛି । ଇଟାଲୀରେ ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ୩୩ ହଜାରରେ ପହଞ୍ଚôଛି ଏବଂ ସେଠାରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୩୩ ହଜାର ୪୧୫ ରହିଛି । ଅନ୍ୟପକ୍ଷରେ କରୋନାର ଉପôତ୍ତିସ୍ଥଳ ଚୀନ୍ ଏବେ ସଂକ୍ରମିତ ଦେଶ ତାଲିକାର ୧୭ତମ ସ୍ଥାନରେ ରହିଛି । ସେଠାରେ ସୋମବାର ୧୬ ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ ଦ୍ୱିତୀୟ କରୋନା ଲହରି ଆସିବାର ସେଠାକାର ସରକାର ଆଶଙ୍କା କରୁଛନ୍ତି । ତେଣୁ ବିଭିନ୍ନ ସମ୍ବେଦନଶୀଳ ସହରଗୁଡିକ ଉପରେ ଚୀନ୍ ସରକାର କଡା ନଜର ରଖିଛନ୍ତି । ଇତିମଧ୍ୟରେ ଚୀନ୍ର ୱୁହାନ ସହରରେ କରୋନା ରୋଗ ସମ୍ପର୍କରେ ପ୍ରଥମେ ସୂଚନା ଦେଇଥିବା ଡାକ୍ତର ଲି ୱେନଲିଆଙ୍ଗଙ୍କ ବାନ୍ଧବୀ ଡାକ୍ତର ପେଙ୍ଗ ୟିନ୍ହୁଆ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ସେ ଏକ ସରକାରୀ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ବିବାହ ଫେବ୍ରୁଆରୀ ୧ରେ ହେବାର ଥିଲା । କିନ୍ତୁ କରୋନା ସଂକ୍ରମଣ ଯୋଗୁ ବିବାହ ସ୍ଥଗିତ ରହିଥିଲା । ତେବେ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଲି ଏହି ମହାମାରୀରେ ସଂକ୍ରମିତ ହୋଇଥିଲେ ଏବଂ ଫେବ୍ରୁଆରୀ ୨୦ରେ ତାଙ୍କର ମୃତୁ୍ୟ ଘଟିଥିଲା । ସେ ହିଁ ପ୍ରଥମେ ସବୁ ଡାକ୍ତରଙ୍କୁ କରୋନା ବିଷୟରେ ଜଣାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons