ଦିନକରେ ୨୨୫ ସଂକ୍ରମିତ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜୁନ୍ ଡର ସତ ପାଲଟିଲାଣି । ରାଜ୍ୟରେ କରୋନା କାୟା ଭୟାନକ ହାରରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟାରେ ୨୨୫ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ଦିନକରେ ସର୍ବାଧିକ । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ି ୩୭୨୩ରେ ପହଞ୍ଚିଛି । ମେ ମାସ ସରିଲା ବେଳକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୯୪୮ । ଜୁନ୍ରେ ୧୭୭୫ ନୂଆ ରୋଗୀ ଯୋଡ଼ି ହୋଇ ଯାଇଛନ୍ତି । ଅର୍ଥାତ୍ ମାତ୍ର ୧୩ ଦିନ ଭିତରେ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୯୧ ଧ ବଢ଼ିଛି ।
ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଶୁକ୍ରବାର ୩୮୮୦ ଜଣଙ୍କ ନମୁନା ପରୀକ୍ଷା ହୋଇଥିଲା । ଏଥିରୁ ପାଖାପାଖି ୬ଧ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୫ ଦିନ ପୂର୍ବରୁ ଏ ହାର ଥିଲା ମାତ୍ର ୧ % । ସବୁଠୁ ବେଶି ଚିନ୍ତା ବଢ଼ାଇଛି ସ୍ଥାନୀୟ ସଂକ୍ରମଣ । ଶନିବାର ଗେଟିିଏ ଦିନରେ ୨୯ ସ୍ଥାନୀୟ ସଂକ୍ରମଣ ଧରାପଡ଼ିଛି । କ୍ୱାରେଣ୍ଟାଇନ୍ ସେଣ୍ଟର କିମ୍ବା କୌଣସି ଆକ୍ରାନ୍ତଙ୍କ ସହ ଏମାନଙ୍କର ସଂପର୍କ ନ ଥିଲା । ସଂକ୍ରମଣର ଉତ୍ସ ଜଣାପଡ଼ି ନାହିଁ । ଗତ ୧୩ ଦିନ ଭିତରେ ୧୨୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେଲେଣି । ଶନିବାର ଆଉ ୧୨୦ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏ ଯାଏ ୨୯୯୪ ଜଣ କରୋନା ମୁକ୍ତ ହୋଇ ଘରକୁ ଫେରିଛନ୍ତି । ହେଲେ ସୁସ୍ଥ ହାର ୬୯.୭ %କୁ ଖସି ଯାଇଛି ଯାହା ଶୁକ୍ରବାର ଯାଏ ୭୧ %ରୁ ଅଧିକ ଥିଲା ।
ରାଜ୍ୟରେ ଶନିବାର ସନ୍ଧ୍ୟା ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭୮ ଥିବା ବେଳେ ଖୋର୍ଦ୍ଧାରେ ୩୩୪, ଯାଜପୁରରେ ୩୨୯, କଟକରେ ୩୧୧ ଜଣ ଆକ୍ରାନ୍ତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ପାର୍ କରିଥିବା ବେଳେ କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, ବଲାଙ୍ଗିର, ସୁନ୍ଦରଗଡ଼, ନୟାଗଡ଼, ମୟୁରଭଞ୍ଜରେ ଶହେ ଟପିଲାଣି । ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୧୦ ହୋଇଥିବା ବେଳେ ଅନ୍ୟ କାରଣରୁ କରୋନା ରୋଗୀ ୩ ଜଣଙ୍କ ମୃତୁ୍ୟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ କହିଛି ।ଶନିବାର ସବୁଠୁ ବେଶି ୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି କଟକରୁ । ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୩୦୦କୁ ଟପିଛି । ନିଶ୍ଚିନ୍ତକୋଇଲି ବ୍ଲକ୍ରୁ ୪୩, ନରସିଂହପୁର ବ୍ଲକ୍ରୁ ୨୬ ଓ ନିଆଳିରୁ ୧୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୧୧ ହୋଇଛି । ଜିଲ୍ଲାରୁ ୧୨୮ ଆରୋଗ୍ୟ ଲାଭ କରିଥିବା ବେଳେ ୧୮୨ଟି ଆକ୍ଟିଭ୍ କେସ୍ ରହିଛି ।
ଜଗତସିଂହପୁରରୁ ମଧ୍ୟ ୧୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ୍ ପଜିଟିଭ୍ ସଂଖ୍ୟା ୧୪୩ ହୋଇଛି । ଜିଲ୍ଲାରୁ ୮୬ ଜଣ ସୁସ୍ଥ ହୋଇଥିବା ବେଳେ ୫୭ଟି ଏବେ ଆକ୍ଟିଭ୍ କେସ୍ ରହିଛି । ଖୋର୍ଦ୍ଧାରେ କରୋନା ଅଧିକ ଭୟଙ୍କର ହେଉଛି । ଗଞ୍ଜାମ ପରେ ଦ୍ୱିତୀୟ ସଂକ୍ରମିତ ଜିଲ୍ଲା ହୋଇଛି ଖୋର୍ଦ୍ଧା । ଜିଲ୍ଲାରୁ ଆଜି ୧୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂଖ୍ୟା ମିଶିବା ପରେ ମୋଟ ଆକ୍ରାନ୍ତ ସଂଖ୍ୟା ୩୩୪ ହୋଇଛି । ୨୧୩ ଜଣ ଏଥିରୁ ସୁସ୍ଥ ହୋଇଥିବା ବେଳେ ୧୧୫ ଟି ଆକ୍ଟିଭ୍ କେସ ରହିଛି । ନୟାଗଡ଼ରୁ ୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ସଂଖ୍ୟା ୧୦୮ ହୋଇଛି । ଢେଙ୍କାନାଳରେ ୭ କେସ୍ ଚିହ୍ନଟ ପରେ ମୋଟ୍ ସଂଖ୍ୟା ଏଠି ୪୯ ହୋଇଛି । ବାଲେଶ୍ୱରରୁ ୨ ସଂକ୍ରମିତ ଚିହ୍ନଟ ପରେ ସଂଖ୍ୟା ୨୦୪ ହୋଇଛି । ଅନୁଗୁଳରେ ଜଣେ ଚିହ୍ନଟ ପରେ ସଂଖ୍ୟା ୪୦ ହୋଇଛି । ୩୧ ଜଣ ଆରୋଗ୍ୟ ହୋଇଥିବା ବେଳେ ୯ ଜଣ ଏବେ ବି ହସ୍ପିଟାଲରେ ଅଛନ୍ତି । ଭଦ୍ରକରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ ସଂଖ୍ୟା ୧୫୭ ହୋଇଛି । କଳାହାଣ୍ଡିରେ ୩ ନୂଆ ପଜିଟିଭ୍ ପରେ ସଂଖ୍ୟା ୪୧ ହୋଇଛି । କନ୍ଧମାଳରେ ୧୫ ନୂଆ ପଜିଟିଭ୍ ସଂଖ୍ୟା ମିଶିବା ପରେ ସଂଖ୍ୟା ୬୭ ହୋଇଛି ।
କରୋନା ଗଡ଼ ଗଞ୍ଜାମରେ ୨୦ ନୂଆ ପଜିଟିଭ୍ ଚିହ୍ନଟ ପରେ ମୋଟ ସଂଖ୍ୟା ୬୭୮ ହୋଇଛି । ସୁନ୍ଦରଗଡ଼ରେ ଜଣେ ପଜିଟିଭ୍ ଚିହ୍ନଟ ପରେ ସଂଖ୍ୟା ୧୨୩ ହୋଇଛି । ପୁରୀରେ ୧୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଠି ସଂଖ୍ୟା ୧୪୮ ହୋଇଛି । ବଲାଙ୍ଗୀରରେ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ୍ ସଂଖ୍ୟା ଏଠି ୧୪୧ ହୋଇଛି । କେନ୍ଦ୍ରାପଡ଼ାରେ ୪ ଜଣ ଚିହ୍ନଟ ପରେ ସଂଖ୍ୟା ୧୭୫ ହୋଇଛି । ମୟୂରଭଞ୍ଜରେ ଆଜି ୯ ନୂଆ ପଜିଟିଭ୍ ପରେ ସଂଖ୍ୟା ୧୦୮ ହୋଇଛି ।ଶନିବାର ଆରୋଗ୍ୟ ହୋଇଥିବା ୧୨୦ ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର ସର୍ବାଧିକ ୩୩ ଜଣ । ୧୮ ଜଣ ଗଜପତି, ୧୩ ଜଣ ସୋନପୁର, ୧୨ ଜଣ ବାଲେଶ୍ୱର, ୮ ଜଣ ଲେଖାଏ ବଲାଙ୍ଗୀର ଓ ଖୋର୍ଦ୍ଧା, ୭ ଜଣ ମୟୂରଭଞ୍ଜ, ୪ ଜଣ କଟକ, ୩ ଜଣ ଲେଖାଏ ଯାଜପୁର, ନୟାଗଡ଼ ଓ ନୂଆପଡା, ୨ ଜଣ ଲେଖାଏ ଢେଙ୍କାନାଳ, ପୁରୀ ଓ ରାୟଗଡ଼ାରୁ ଏବଂ ଜଣେ ଲେଖାଏ କଳାହାଣ୍ଡି ଓ କେନ୍ଦ୍ରାପଡାରୁ ସୁସ୍ଥ ହୋଇଛନ୍ତି । ମୋଟ୍ ଆରୋଗ୍ୟ ସଂଖ୍ୟା ୨୪୭୪ ହୋଇଛି । ନମୁନା ପରୀକ୍ଷା ସଂଖ୍ୟା ରାଜ୍ୟରେ ବଢି ୧,୯୬, ୪୫୬ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons