
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜ ଆଜି ଦିନତମାମ ଉପାସରେ ପଡ଼ିଛନ୍ତି । ସକାଳ ଆଳତୀ, ଅବକାଶ ମଧ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ହୋଇନାହିଁ । ଠାକୁରଙ୍କ ଜମି କବଜା କରି ସେଥିରେ ଦୋକାନ ଘର ନିର୍ମାଣକୁ ବିରୋଧ କରି ସେବାୟତମାନେ ନୀତି ଛାଡ଼ିଥିବା ଜଣାପଡ଼ିଛି । ଫଳରେ ଆଜି ଠାକୁରଙ୍କ ଅବଢ଼ା ବାହାରି ପାରିନାହିଁ କି ଭକ୍ତଗଣ ଭୋଗରାଗ ପୂଜାର୍ଚ୍ଚନା କରି ପାରିନାହାନ୍ତି । ମନ୍ଦିର ପ୍ରଶାସନ ସେବାୟତଙ୍କୁ ବୁଝାଇବା ଉଦ୍ୟମ ଜାରି ରଖିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ସେବାୟତମାନେ ନିଜ ଜିଦ୍ରେ ଅଟଳ ଅଛନ୍ତି ।
ବିବାଦର କାରଣ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜ ମାର୍ଫତ ଟ୍ରଷ୍ଟ ବୋର୍ଡଙ୍କ ନାମରେ ଭୁବନେଶ୍ୱର ତହସିଲ, ନୂଆଗାଁ ମୌଜା, ଖାତା ନମ୍ବର-୪୩୭, ପ୍ଲଟ ନମ୍ବର-୮୧ରେ ୨ ଏକର ୬୩୦ ଡେସିମିଲ ଜମି ରେକର୍ଡଭୁକ୍ତ ରହିଛି । ଏହି ଜମିରେ ଖଜଣା ଧାର୍ଯ୍ୟ ହୋଇନାହିଁ । ସାମନ୍ତରାପୁର ନିକଟ ଲୁଇସରୋଡ଼ କଡ଼ରେ ଏହି ଜମି ଥିବାରୁ ଏହାର ବଜାର ମୂଲ୍ୟ ୫୦ କୋଟି ଟଙ୍କାରୁ ଅଧିକ ହେବ । ତେବେ ଶ୍ରୀଲିଙ୍ଗରାଜ ପ୍ରଶାସନର ଅଜ୍ଞତାରେ ଏହି ଜମିକୁ କବଜା କରି ଏକ ବିଶାଳ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଚାଲିଥିଲା । ଏଥିରେ ଜଣେ ସେବାସ୍ୱତ୍ତ୍ୱ ଦାବିରେ ଜଣେ ବଡ଼ୁ ସେବାୟତ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । ନିର୍ମାଣ ପ୍ରାୟ ୫୦ ପ୍ରତିଶତ ସରିଗଲା ପରେ ମନ୍ଦିର ପ୍ରଶାସନ ଏ ସମ୍ପର୍କରେ ଅବଗତ ହୋଇଥିଲେ । ତେଣୁ ଜମିରେ ଚାଲିଥିବା ନିର୍ମାଣକୁ ବେଆଇନ ଘୋଷଣା କରି ମନ୍ଦିର ପ୍ରଶାସନ ତରଫରୁ କାମ ବନ୍ଦ କରିବା ଲାଗି ଭୁବନେଶ୍ୱର ପୁଲିସ କୋର୍ଟରେ ଦରଖାସ୍ତ ଦିଆଯାଇଥିଲା । ଅଭିଯୋଗ ଆଧାରରେ ମିସ କେସ୍ ନମ୍ବର-୧୧୬୨/୧୯ ଦାୟର କରାଯାଇଥିଲା । ଏହାର ବିଚାର କରି ଏଡିସିପି କୋର୍ଟ ଜମିରେ ୧୪୪ ଧାରା ଜାରି କରିବା ପାଇଁ ଶ୍ରୀଲିଙ୍ଗରାଜ ଓ ଧଉଳି ଥାନା ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତଦନୁଯାୟୀ ଅଗଷ୍ଟ ୩୧ ତାରିଖରେ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନ୍ୟାଦେଶ ପର୍ଯ୍ୟନ୍ତ କାମ ବନ୍ଦ ରଖିଥିଲେ ।
ଜମିରେ ୧୪୪ ଧାରା ବଳବତ୍ତର ରହିବାର ସମୟସୀମା ୬୦ ଦିନ ହୋଇଥିବା ବେଳେ ଚଳିତ ମାସ ପହିଲାରେ ହଠାତ୍ ଉକ୍ତ ଜମିରେ ପୁଣି ନିର୍ମାଣ କାମ ଆରମ୍ଭ ହୋଇ ଯାଇଥିଲା । ଘଟଣା ପ୍ରଚାରିତ ହେବା ପରେ ନିର୍ବାହୀ ଅଧିକାରୀ ଧଉଳି ଥାନା ପୁଲିସରେ ଏତଲା ଦେଇଥିଲେ । ତେବେ ଅତିରିକ୍ତ ଜିଲ୍ଲାପାଳ ଉଭୟ ପକ୍ଷକୁ ଦେୱାନି ଅଦାଲତକୁ ଯିବାକୁ ନିଦେ୍ର୍ଧଶ ଦେଇ ମାମଲା ଦଫାରଫା କରି ଦେଇଛନ୍ତି ବୋଲି ପୁଲିସ ନିର୍ବାହୀ ଅଧିକାରୀଙ୍କ ଜଣାଇଥିଲା । ଏତଲା ହେବା ସତ୍ତେ୍ୱ ପୁଲିସ କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରି ନଥିଲା । ତେଣୁ ଠାକୁରଙ୍କ ଉକ୍ତ ଜମିରେ ନିର୍ମାଣ କାମ ଜାରି ରହିଛି । ତେବେ ବଡ଼ୁ ସେବାୟତଙ୍କ ଜମି ଦଖଲକୁ ବିରୋଧ କରି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ସେବାୟତଗଣ ଆଜି ପ୍ରତୁ୍ୟଷରେ ଠାକୁରଙ୍କ ସେବାରେ ଯୋଗ ଦେଇ ନଥିଲା ।
Comments are closed, but trackbacks and pingbacks are open.