ଦିନିକିଆ ଦିଗପହଣ୍ଡି ଗସ୍ତରେ ବାଚସ୍ପତି

Get real time updates directly on you device, subscribe now.

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଘଇଉର ମୁଖ୍ୟ ରାଜପଥର ଅଲୋକିକରଣ ପାଇଁ ବାଚସ୍ପତି ଡ଼ଃ ସୁର୍ୟ୍ୟ ନାରାୟଣ ପାତ୍ର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଅରକ୍ଷିତ ଦାସଙ୍କ ମଣ୍ଡପ ଠାରୁ ବସଷ୍ଟାଣ୍ଡ ପର୍ୟ୍ୟନ୍ତ ଥିବା ଡିଭାଇଡର ରେ ଏକ କୋଟି ଛତିଶ ଲକ୍ଷ ଟଙ୍କା ବ୍ୟୟରେ ଲାଇଟ ଲଗାଯିବାର ବ୍ୟବସ୍ତା ହୋଇଛି ।
ବ୍ରହ୍ମପୁର ରାୟଗଡା ଜାତୀୟ ରାଜପଥରେ ପଡୁଥିବା ଦିଗପହଣ୍ଡି ସହରର ସୌନ୍ଦର୍ୟ୍ୟ କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଆଲୋକି କରଣ କରାଯାଇଥିବା ପ୍ରକାଶ କରିଛନ୍ତି । ଏହି ଅବସରରେ ବାଚସ୍ପତି ତାଙ୍କ ନିଜ ନିର୍ବାଚନ ମଣ୍ଡଳୀର ଦିଗପହଣ୍ଡି ବ୍ଲକର ଆଙ୍କରଡା ପଂଚାୟତକୁ ଯାଇ ବିଭିନ୍ନ ଉନ୍ନତି ମୂଳକ ଯୋଜନାକୁ ଉଦଘାଟନ କରିଛନ୍ତି । ଏହାସହ ଦିଗପହଣ୍ଡି ବ୍ଲକ କଇଠଡା ପଞ୍ଚାୟତର ମାର୍କେଟ କମ୍ପ୍ଲେକ୍ସ ଉଦ୍‌ଘାଟନ କରିବା ସହ କଲ୍ୟାଣପୁର ଗାଁର କୋଭିଡ ଯୋଦ୍ଧା ଙ୍କୁ ସଂମାନିତ କରିଛନ୍ତି । ଏହା ସହ ସିଦ୍ଧେସ୍ୱର ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟର ଉଦ୍‌ଘାଟନ କରିଛନ୍ତି ବାଚସ୍ପତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons