ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଚାଞ୍ଚଲ୍ୟ। ଦିନ ଦିପହରେ ମିଠା ଦୋକାନୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲା ଦୁର୍ବୃତ୍ତ। ଭୁବନେଶ୍ୱର ସାମନ୍ତରାୟପୁରରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଠା ଦୋକାନୀଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ସାମନ୍ତରାୟପୁରରେ ଛକରେ ସେ ମିଠା ଦୋକାନୀ କରିଥିଲେ। ଅଚାନକ ଦୁର୍ବୃତ୍ତ ଧାରୁଆ ଖଣ୍ଡରେ ଦୋକାନୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା।ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ତମାମ ଦୃଶ୍ୟ ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି। ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଲୋକେ ଏବଂ ଦୋକାନୀ ରାସ୍ତାରେ ପୋଡାଜଳା କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି।


Comments are closed, but trackbacks and pingbacks are open.