ଗୋରଖପୁର: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦିନ ଦ୍ବିପହରେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ଦୁର୍ବୃତ୍ତ ୧୧ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ବେଲିପାର ଅଞ୍ଚଳରେ ଏଭଳି ଘଟଣା ଘଟିଛି।
ପୋଲିସର ସୂଚନା ଅନୁସାରେ ନଭେମ୍ବର ୧୮ ତାରିଖରେ କେତେ ଜଣ ବାଇକ ଚାଳକ ଗାଡ଼ିରେ ପେଟ୍ରୋଲ ପକାଇ ପାଇଁ ପେଟ୍ରୋଲ ପମ୍ପ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ପେଟ୍ରୋଲ ପମ୍ପ୍ ମ୍ୟାନେଜରଙ୍କୁ ଗୁଳିକରି ଗୋଟିଏ ବ୍ୟାଗ୍ରେ ଥିବା ୧୧ ଲକ୍ଷ ଟଙ୍କା ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ।
ସ୍ଥାନୀୟ ଲୋକେ ପେଟ୍ରୋଲ ମ୍ୟାନେଜରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ଡାକ୍ତର ସୂଚନା ଦେଇଛନ୍ତି। ଏହି ଘଟଣାରେ ପୋଲିସ ଛାନଭିନ୍ ଜାରି ରଖିଛି।


Comments are closed, but trackbacks and pingbacks are open.