ଦିଲସାଦ ହତ୍ୟା ମାମଲାରେ ଆଉ ୩ ଜଣଙ୍କୁ ବାନ୍ଧିଲା ପୋଲିସ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ଦିଲସାଦ ଖାଁ ହତ୍ୟା ମାମଲାରେ ରାଉରକେଲା ପୋଲିସ ଆଜି ବୁଲୁ ମହାନ୍ତିଙ୍କୁ ଗିରଫ କରିଛି । ତାଙ୍କ ସହ ଅନ୍ୟ ୩ ଜଣଙ୍କୁ ମଧ୍ୟ ଗିରଫ କରିଛି । ପୂର୍ବରୁ ଏହି ମାମଲାରେ ପୋଲିସ ୯ଜଣଙ୍କୁ ଗିରଫ ହୋଇଥିଲେ । ଆଜି ସୁଦ୍ଧା ଏପର୍ଯ୍ୟନ୍ତ ୧୨ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି । ତେବେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି ଚାଲିଛି । ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ରାଉରକେଲା ଏସ୍ପି କେ. ଶିବା ସୁବ୍ରମଣି କହିଛନ୍ତି । ଜୁନ୍ ୭ ତାରିଖ ସନ୍ଧ୍ୟା ବେଳେ ଦିଲଦାନଖାଁ କଳୋନୀ ଅଞ୍ଚଳରେ ଥିଲେ । ଏହି ସମୟରେ ତାଙ୍କ ଉପରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା । ଫଳରେ ଦିଲସାଦ ର୍ଖାଙ୍କ ମୃତୁ୍ୟ ଘଟିଥିଲା । ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ତା’ପରେ ଦିନ ଅର୍ଥାତ୍ ୮ ତାିରଖରେ ଦିଲସାଦଙ୍କ ସମର୍ଥକମାନେ ତାଙ୍କ ।ବାଧାରକୁ ଶୋଭାଯାତ୍ରାରେ ମହତାବ ରୋଡ୍ସ୍ଥିତ କବରସ୍ଥାନକୁ ନିଆଯାଇଥିଲା । ଏହି ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିଲେ । ମହାମାରୀ କରୋନା ବେଳେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକମାନେ ମାସ୍କ ପିନ୍ଧିନଥିଲେ । ଏପରିକି ସାମାଜିକ ଦୂରତ୍ୱକୁ ଫୁ କରି ଦେଇଥିଳେ । ଯାହାର ଭିଡିଓ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହା ପରେ ରାଉରକେଲା ପୋଲିସ ତକ୍ରର ହୋଇଥିଲା । ଶୋଭାଯାତ୍ରାରେ ସାମିଲ ହୋଇଥିବା ୫୦୦ ଜଣରୁ ଅଧିକ ଲୋକଙ୍କୁ ଚିହ୍ନଟ କରିଥିଲା । ସେମାନଙ୍କ ଭିତରୁ ୧୫ ଜଣ କାରଣ ଦର୍ଶାଅ ନୋଟିସ୍ କରାଯାଇଥିଲା । ଅଭିଯୋଗରୁ ପ୍ରକାଶ, ପୂର୍ବରୁ ଦିଲସାଦ୍ ବୁଲୁଙ୍କ ଉପରକୁ ବୋମା ମାଡ଼ କରିଥିଲେ । ଏଥିରେ ପ୍ରତିଶୋଧନ ପରାୟଣା ହୋଇ ବୁଲୁ ତାଭ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହେଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons