ଦିଲ୍ଲୀରେ ଖୋଲିବ ଦୋକାନ, ସେଲୁନ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଅନ୍ଲକ୍-୧କୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ମାର୍ଗଦର୍ଶିକା ଜାରି କରିଛନ୍ତି । କେନ୍ଦ୍ର ସରକାରଙ୍କ ନିଦେ୍ର୍ଧଶ ମୁତାବକ ଦିଲ୍ଲୀରେ ମଧ୍ୟ ସାମାଜିକ ଦୂରତା ଏବଂ ମାସ୍କ ବାଧ୍ୟତାମୂଳକ ରହିବ । ସେହିପରି ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ରାତ୍ରିକାଳିନ କର୍ଫୁ୍ୟ ଜାରି ରହିବ । ଏହା ବ୍ୟତୀତ ଅଟୋ, ଇ-ରିକ୍ସା, କ୍ୟାବ୍ଗୁଡିକରେ ଯାତ୍ରୀ ପରିବହନକୁ ନେଇ ପୂର୍ବରୁ ଲଗା ଯାଇଥିବା କଟକଣା ହଟାଇ ଦିଆଯାଇଛି ।
ଏ ସମ୍ପର୍କରେ ଘୋଷଣା କରି କେଜରିୱାଲ କହିଛନ୍ତି, ଅଟୋ ଏବଂ ଇ-ରିକ୍ସାରେ ପୂର୍ବରୁ ଡ୍ରାଇଭରଙ୍କ ବ୍ୟତୀତ ଜଣଙ୍କୁ ବସିବାକୁ ଅନୁମତି ମିଳୁଥିଲା । ଯାହା ଦ୍ୱାରା ଗାଡି ଚାଳକମାନଙ୍କରେ ଅନେକ କ୍ଷତି ହେଉଥିଲା । ଏଣୁ ଏହି କଟକଣା ହଟାଇ ଦିଆ ଯାଇଛି । ଦୁଇ ଚକିଆ ଏବଂ ଚାରି ଚକିଆ ଯାନରେ ଯାତ୍ରୀ ବସିବା ନେଇ ପୂର୍ବରୁ ଥିବା କଟକଣାକୁ ମଧ୍ୟ ହଟାଇ ଦିଆଯାଇଛି । ଅର୍ଥାତ୍ ଦୁଇ ଚକିଆ ଯାନରେ ଦୁଇ ଜଣ ଏବଂ ୪ ଚକିଆ ଯାନରେ ସିଟ୍ ଅନୁଯାୟୀ, ଯାତ୍ରୀ ବସି ଯାତ୍ରା କରି ପାରିବେ । ଲକ୍ଡାଉନ-୪ ପର୍ଯ୍ୟନ୍ତ ଦିିଲ୍ଲୀରେ ସେଲୁନ, ପାର୍ଲର ବନ୍ଦ ରହିଥିଲା । କିନ୍ତୁ ଏବେ ସେଲୁନ ଏବଂ ପାର୍ଲର ଖୋଲିବାକୁ ଅନୁମତି ଦିଆଯାଇଛି । ତେବେ ସ୍ପା ଏବଂ ମସାଜ ସେଣ୍ଟରଗୁଡିକ ଉପରେ ପୂର୍ବରୁ ଲାଗିଥିବା କଟକଣା ବଳବତ୍ତର ରହିବ । ଦିଲ୍ଲୀରେ ସମସ୍ତ ପ୍ରକାର ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons