ନୂଆଦିଲ୍ଲୀ: ଦିଲ୍ଲୀ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତ ସ୍ୱଦେଶୀ ଟିକା ‘କୋଭାକ୍ସିନ’ର ମାନବୀୟ ପରୀକ୍ଷା ଆରମ୍ଭ ହୋଇଛି । ଆଜି ରାଜଧାନୀର ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପ୍ରଥମ ଟିକା ଦିଆଯାଇଛି । ଦୁଇଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତାଙ୍କ ଠାରେ ଅନ୍ୟ କୌଣସି ରୋଗ ନଥିବା ସ୍ପଷ୍ଟ ହେବା ପରେ ଆଜି ଅପରାହ୍ନ ୧ଟା ୩୦ରେ ତାଙ୍କୁ ୦.୫ ମି.ଲି ଇଣ୍ଟ୍ରାମସ୍କୁଲାର ଇଞ୍ଜେକସନ ଦିଆଯାଇଛି । ତାଙ୍କ ଠାରେ ତ+ାଳ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ । ପ୍ରତି ୨ ଘଣ୍ଟାରେ ଥରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଆଗାମୀ ୭ ଦିନ ପର୍ଯ୍ୟନ୍ତ ତାଙ୍କ ସ୍ୱାସ୍ଥ୍ୟ ଉପରେ କଡା ନଜର ରଖାଯିବ ବୋଲି ଏହି ପରୀକ୍ଷାର ନେତୃତ୍ୱ ନେଇଥିବା ଏମ୍ସର ସେଣ୍ଟର ଫର କମୁ୍ୟନିଟି ମେଡିସିନର ପ୍ରଫେସର ଡକ୍ଟର ସଞ୍ଜୟ ରାୟ ସୂଚନା ଦେଇଛନ୍ତି ।
ଡକ୍ଟର ରାୟ କହିଛନ୍ତି ଆସନ୍ତାକାଲି (ଶନିବାର)ଆଉ କିଛି ବ୍ୟକ୍ତିଙ୍କୁ ଟିକା ଦିଆଯିବ । ଟିକା ପରୀକ୍ଷାରେ ସାମିଲ ହେବାକୁ ସ୍ୱେଚ୍ଛାକୃତ ଭାବେ ୩ ହଜାର ୫୦୦ ଜଣ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ଏମ୍ସକୁ ଡକାଯାଇ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ସେମାନଙ୍କର ଡାଇବେଟିସ, ଉଚ୍ଚ ରକ୍ତଚାପ, କିଡ୍ନୀ, ଫୁସ୍ଫୁସ, ଲିଭର ଓ ହୃଦ୍ରୋଗ ଆଦି ପ୍ରାୟ ୫୦ ପ୍ରକାର ପରୀକ୍ଷା ନିରୀକ୍ଷା ହେଉଛି । ସେମାନେ ଯଦି କୌଣସି ରୋଗରେ ପୀଡିତ ନଥିବେ ବୋଲି ଜଣାପଡିବ ସେମାନଙ୍କୁ ଟିକା ଦିଆଯିବ ।
ପ୍ରଥମ ପର୍ଯ୍ୟାୟରେ ୩୭୫ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯିବ । ପ୍ରଥମ ପର୍ଯ୍ୟାୟ ପରୀକ୍ଷାରେ ସାମିଲ ସ୍ୱେଚ୍ଛାସେବୀଙ୍କ ବୟସ ୧୮ରୁ ୫୫ ବର୍ଷ ବୟସ ହୋଇଥିବା ଦରକାର ଓ ସେମାନେ ସୁସ୍ଥ ଥିବା ଆବଶ୍ୟକ । ତା’ଛଡ଼ା ସେମାନେ କୌଣସି ରୋଗରେ ପୀଡ଼ିତ ନଥିବେ । ଏହି ପର୍ଯ୍ୟାୟରେ ଟିକା ନିରାପଦ କି ନୁହେଁ ଏବଂ ଟିକାର ମାତ୍ରାକୁ ନେଇ ଅନୁଧ୍ୟାନ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ୭୫୦ ଜଣଙ୍କୁ ଦିଆଯିବ । ଏହି ପର୍ଯ୍ୟାୟରେ ୧୨ରୁ ୬୫ ବର୍ଷ ବୟସ୍କ ସ୍ୱେଚ୍ଛାସେବୀଙ୍କୁ ବଛାଯିବ ବୋଲି ଏମ୍ସ ନିଦେ୍ର୍ଧଶକ ଡକ୍ଟର ରଣଦୀପ ଗୁଲେରିଆ ପ୍ରକାଶ କରିଛନ୍ତି ।
ପୁନେ ଠାରେ ଥିବା ନ୍ୟାସନାଲ ଇନ୍ଷ୍ଟିଚୁ୍ୟଟ ଅଫ୍ ଭାଇରୋଲୋଜି (ଏନ୍ଆଇଭି) ପକ୍ଷରୁ ଆଇସୋଲେଟ କରାଯାଇଥିବା କରୋନା ଭାଇରସ୍ର ଏକ ଷ୍ଟେ୍ରନ୍ରୁ କୋଭାକ୍ସିନ ବାହାର କରାଯାଇଛି । ଭାରତ ବାୟୋଟେକ କମ୍ପାନି ହାଇଦ୍ରାବାଦ ଜେନମ୍ ଭ୍ୟାଲିଠାରେ ଥିବା ତାର ସବୁଠାରୁ ଅଧିକ ସୁରକ୍ଷିତ ଲ୍ୟାବରେ ଏହି ଟିକା ବିକଶିତ କରିଛି । ଟିକାକୁ ୩ଟି ବର୍ଗରେ ପ୍ରସ୍ତୁତ କରାଯାଇଛି । ଦୁଇ ସପ୍ତାହରେ ପ୍ରତ୍ୟେକ ବର୍ଗର ଗୋଟିଏ କରି ଡୋଜ୍ ଦିଆଯିବ । ପ୍ରଥମ ୫୦ ଜଣଙ୍କୁ ଟିକାର ସବୁଠାରୁ କମ୍ ଡୋଜ ଦିଆଯିବ । ଯଦି ସେମାନେ ସୁରକ୍ଷିତ ବୋଲି ଜଣାପଡ଼ିବ ତେବେ ଅନ୍ୟ ୫୦ ଜଣଙ୍କୁ ଅଧିକ ଡୋଜ୍ ଦିଆଯିବ ବୋଲି ଡକ୍ଟର ରାୟ କହିଛନ୍ତି ।
ଭାରତ ବାୟୋଟେକର ସୂଚନା ଅନୁସାରେ, ଥରେ ଏହି ଟିକାକୁ ମଣିଷ ଦେହରେ ଲଗାଯିବା ପରେ ଏହା ଅଧିକ ସଂକ୍ରମିତ କରିପାରିବ ନାହିଁ । କାରଣ ଏହା ମୃତ ଭାଇରସ୍ । ଏକ ମୃତ ଭାଇରସ୍ ଭାବେ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ପାଇଁ କାର୍ଯ୍ୟ କରିବ । ଭାଇରସ୍ର ମୁକାବିଲା କରିବା ଲାଗି ଏହା ଆଣ୍ଟିବଡି ଭାବେ କାର୍ଯ୍ୟ କରିବ । ପୂର୍ବରୁ ଡ୍ରଗ୍ସ କଣ୍ଟେ୍ରାଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) କୋଭାକ୍ସିନ ସହିତ ଜାଇଡସ୍ କାଡିଲା ପକ୍ଷରୁ ପ୍ରସ୍ତୁତ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷା ଲାଗି ଅନୁମତି ଦେଇସାରିଛି ।
Comments are closed, but trackbacks and pingbacks are open.