ଦିଲ୍ଲୀ ଏମ୍ସର ଅଗ୍ନିକାଣ୍ଡ ଘଟଣା:ନିଆଁ ଲାଗିଥିବା ବିଭାଗର ନଥିଲା ଫାୟାର ଏନ୍ଓସି

Get real time updates directly on you device, subscribe now.

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ ହସ୍ପିଟାଲ କୁହାଯାଉଥିବା ଦିଲ୍ଲୀର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଗତକାଲି ଅଗ୍ନିକାଣ୍ଡ ଘଟିବା ପରେ ଆଜି ସମସ୍ତଙ୍କୁ ଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି । ଅଗ୍ନିଶମ ବିଭାଗର ବିନା ଏନ୍ଓସି (ଅନାପତି ପ୍ରମାଣପତ୍ର)ରେ ଚାଲିଥିଲା ଏମ୍ସର ଉକ୍ତ ଟିଚିଂ ବ୍ଲକ୍ । ଯେଉଁଠାରେ ନିଆଁ ଲାଗିଥିଲା । ଏହା ଏମ୍ସର ଖାମଖିଆଲି ମନୋଭାବକୁ ପ୍ରଦର୍ଶନ କରୁଛି ।
ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁସାରେ ଯେଉଁ ଟିଚିଂ ବ୍ଲକ୍ରେ ଗତକାଲି ଅଗ୍ନିକାଣ୍ଡ ଘଟିଲା ତାହା ପାଖରେ ଏନ୍ଓସି ନଥିଲା । ଏହି କୋଠାଟି ବହୁ ପୁରୁଣା । ନିୟମ ଅନୁସାରେ ପ୍ରତି ୩ ବର୍ଷରେ ଥରେ ଅଗ୍ନିଶମ ସେବା ବିଭାଗ ନିକଟରୁ ଏନ୍ଓସି ନେବା ଅନିବାର୍ଜ୍ୟ କରାଯାଇଛି । ଏଥିସହ ପ୍ରତିବର୍ଷ ଫାୟାର ଏନ୍ଓସି ସାର୍ଟିଫାଏଡ କରାଯିବା କଥା । ତାହା ମଧ୍ୟ ଏମ୍ସ କରିନଥିଲା । ଅଗ୍ନିକାଣ୍ଡ ଘଟଣାର ତଦନ୍ତ ଦିଲ୍ଲୀ ପୁଲିସ ଆରମ୍ଭ କରିଛି । ପୁଲିସ ପକ୍ଷରୁ ଅଜ୍ଞାତ ଲୋକଙ୍କ ନାମରେ ଏଫଆଇଆର ରୁଜୁ କରାଯାଇଛି । ଫରେନସିକ ଟିମ୍ ଆଜି ଟିଚିଂ ବ୍ଲକ୍ ଗସ୍ତ କରିବା ସହିତ ଅଗ୍ନିକାଣ୍ଡର ଯାଞ୍ଚ କରିଛି । ଦିଲ୍ଲୀ ପୁଲିସକୁ ଫରେନସିକ ଟିମ୍ ତାହାର ରିପୋର୍ଟ ପ୍ରଦାନ କରିବ । ରିପୋର୍ଟ ମିଳିବା ପରେ ପୁଲିସ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ଇତିମଧ୍ୟରେ ଆଉ ଏକ ଘଟଣା ମଧ୍ୟ ସାମ୍ନାକୁ ଆସିଛି ଯେ ଯେଉଁ ସମୟରେ ନିଆଁ ଲାଗିଥିଲା ଠିକ୍ ସେହି ସମୟରେ ଏମ୍ସର ଡାକ୍ତରମାନେ ଦୁଇଜଣ ନବଜାତ ଶିଶୁଙ୍କର ଜନ୍ମ କରାଇଥିଲେ । ନିଆଁ ଓ ଧୂଆଁରେ ହସ୍ପିଟାଲ ପୁରି ରହିଥିଲା ବେଳେ ଡାକ୍ତରମାନେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସେମାନେ ଆଖି ଅସ୍ତ୍ରୋପଚାର ଥିଏଟର ଭିତରେ ଏହି ନବଜାତ ଶିଶୁଙ୍କର ଜନ୍ମ କରାଇଥିଲେ । ସବୁଠାରୁ ବଡକଥା ହେଉଛି ଯେଉଁ ଡାକ୍ତର ମହିଳାଙ୍କର ଡେଲିଭରି କରାଇଥିଲେ ସେମାନଙ୍କର ଡ୍ୟୁଟି ନଥିଲା । ଖବର ମିଳିବା ପରେ ସେମାନେ ନିଜେ ଆଗେଇ ଆସିବା ସହ ରାତି ପ୍ରାୟ ୯ଟା ୩୦ରେ ଡେଲିଭରି କରାଇଥିଲେ । ଯେଉଁ ସମୟରେ ନିଆଁକୁ ଆୟତ୍ତ କରିବା ଲାଗି ଅଗ୍ନିଶମ ବାହିନୀ ପୁରା ଦମ୍ରେ ଲାଗିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons