ମୟୂରଭଞ୍ଜ, (ଘାଷିରାମ ବେହେରା୍): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷିର ଦୁଆରଶୁଣି ଘାଟିରେ ଆଜି ସକାଳେ ଏକ କାର୍ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ୋହବାରୁ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କାର୍ଟି ମୁମ୍ବାଇରୁ କୋଲକାତା ଅଭିମୁଖେ ଯାଉଥିଲା । ଏହି ସମୟରେ ଦୁଆରଶୁଣି ଘାଟିରେ ବୀପରିତ ଦିଗରୁ ଆସୁଥିବା ଅଟୋ ସହିତ ଏହାର ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ପରେ ଅଟୋଟି ରାସ୍ତାକଡ଼କୁ ଓଲଟି ପଡିଥିଲା । କାର୍ରେ ୫ ଜଣ ଲୋକ ଥିବା ବେଳେ ଅଟୋରେ ମଧ୍ୟ ୫ ଜଣ ଯାତ୍ରୀ ଥିଲେ । ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚô ୧୦ ଜଣଙ୍କୁ ଉଦ୍ଧାର କରି ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କୁ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା । ପୋଲିସ ଦୁର୍ଘଟଣାଗ୍ରସ୍ତ କାର୍ ଓ ଅଟୋକୁ ଜବତ କରି ଘଟଣାର ତଦନ୍ତ କରୁଛି ।


Comments are closed, but trackbacks and pingbacks are open.