
ରାଉରକେଲା,(ବି.ବି.ନୁ୍ୟଜ): ରାଉରକେଲା ଇସ୍ପାତ କାରଖାନା (ଆରଏସ୍ପି)ରେ କାର୍ଯ୍ୟରତ କର୍ମଚାରୀଙ୍କ ମଧ୍ୟରୁ ୧୯୮ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସେକ୍ଟର-୧ ଓ ସେକ୍ଟର-୨୦ ଅଞ୍ଚଳରେ ରହୁଥିବାରୁ ଏହି ଦୁଇଟି ସେକ୍ଟରକୁ ରାଉରକେଲା ମହାନଗର ନିଗମ ପକ୍ଷରୁ ଆଜି ଠାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଶହ ଉପରେ ରହୁଛନ୍ତି । ଏହି ଆକ୍ରାନ୍ତ ମଧ୍ୟରୁ କେବଳ ରାଉରକେଲାରେ ତିନି ଶହରୁ ଅଧିକ ଆକ୍ରାନ୍ତ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସପ୍ତାହର ଶନିବାର ଓ ରବିବାର ଦୁଇ ଦିନ ସଟ୍ଡାଉନ୍ ଘୋଷଣା କରାଯାଇଛି । ଏପରିକି ନାଇଟ୍ କର୍ଫୁ୍ୟର ସମୟ ପରିବର୍ତ୍ତନ କରାଯାଇ ସଂଧ୍ୟା ୬ଟାରୁ କର୍ଫୁ୍ୟ କରାଯିବ ବୋଲି ମଧ୍ୟ ନିଦେ୍ର୍ଧଶ ଦିଆଯାଇଛି । ସେପଟେ ଚିନ୍ତା ବଢ଼ାଇଛି ଆରଏସ୍ପି । ଗତ ୪ ଦିନ ତଳେ ଆରଏସ୍ପିର ୨୪ ଜଣ କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥି… ଏହି ସଂଖ୍ୟା ବୃଦ୍ଧି ପାଇ ଆଜି ୧୯୮ରେ ପହଞ୍ଚିଛି । ଆହୁରି ଅନେକ କର୍ମଚାରୀ ସେମାନଙ୍କ କରୋନା ଟେଷ୍ଟ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍) କରାଇଛନ୍ତି । ଟେଷ୍ଟ ପରେ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଖୋଦ୍ କର୍ମଚାରୀମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ଆଜି ସେକ୍ଟର-୧ର କ୍ୱାର୍ଟର୍ସ ନଂ. ଏଚ୍/୩୧୩ରୁ ୩୪୦ ଏବଂ ୩୫୩ରୁ ୩୮୦, ସେହିପରି ସେକ୍ଟର-୨୦ର କ୍ୱାର୍ଟର୍ସ ନଂ. ବି/୧୨୩ରୁ ୧୩୦ ଏବଂ ୧୩୩ରୁ ୧୪୦ ଅଞ୍ଚଳରେ ରାଉରକେଲା ମହାନଗର ନିଗମ ପକ୍ଷରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନ୍ ଅଞ୍ଚଳକୁ କୌଣସି ବାହାର ଲୋକଙ୍କ ପ୍ରବେଶ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ।
Comments are closed, but trackbacks and pingbacks are open.